ରୋହିତଙ୍କ ଧୂଆଁଧାର ଶତକ, ମଜବୁତ ସ୍ଥିତିରେ ଭାରତ


ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ଏବଂ ଶେଷ ମ୍ୟାଚ ରାଞ୍ôଚରେ ଖେଳାଯାଉଥିବାବେଳେ ଏଥିରେ ଭାରତ ୩ଟି ୱିକେଟ ହରାଇ ୨୦୦ରୁ ଉର୍ଦ୍ଧ ରନ ସଂଗ୍ରହ କରିସାରିଲାଣି । ଆଜି ଏହି ମ୍ୟାଚରେ ରୋହିତ ପୁଣିଥରେ ଏକ ଶତକ ମାରିଥିବାବେଳେ ସେ ଟେଷ୍ଟ କ୍ୟାରିୟରରେ ନିଜର ୨୦୦୦ ହଜାର ରନ ପୂରଣ କରିଛନ୍ତି । ଝାଡଖଣ୍ଡର ରାଞ୍ଚିରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚର ପ୍ରଥମ ଦିନରେ ରୋହିତ ଏକ ସୁନ୍ଦର ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ରୋହିତ ବିଶାଖାପାଟଣାରେ ଖେଳାଯାଇଥିବା ଟେଷ୍ଟ ସିରିଜ ପ୍ରଥମ ମ୍ୟାଚର ଦୁଇଟି ପାଳିରେ ଲଗାତାର ଦୁଇଟି ଶତକ ହାସଲ କରିଥିଲେ ।

ଏହା ପୂର୍ବରୁ ରୋହିତ ଟେଷ୍ଟ ସିରିଜରେ ୩ଟି ଶତକ ମାରିଥିବାବେଳେ ଚଳିତ ଟେଷ୍ଟ ସିରିଜର ଶତକକୁ ମିଶାଇ ଯଦି ହିସାବ କରିବା ତେବେ ରୋହିତ ବର୍ତ୍ତମାନ ସୁଧା ନିଜ ଟେଷ୍ଟ କ୍ୟାରିୟରେ ୬ ଟି ଶତକ ହାସଲ କରିଛନ୍ତି । ରୋହିତ ନିଜର ୩୦ଟି ଟେଷ୍ଟ ମ୍ୟାଚରେ ୫୧ଟି ଇଂନିସରେ ୪୬.୫୮ ହାରରେ ୨୦୦୩ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କ ନାମରେ ଟେଷ୍ଟରେ ୧୦ ଅର୍ଦ୍ଧଶତକ ମଧ୍ୟ ରହିଛି ।\nରୋହିତ, ଗୋଟିଏ ସିରିଜରେ ୩ଟିରୁ ଅଧିକ ଶତକ ହାସଲ କରିଥିବା ଭାରତର ଦ୍ୱିତୀୟ ଓପନର ହୋଇଯାଇଥିବାବେଳେ ଏହା ପୂର୍ବରୁ ସୁନିଲ ଗାଭାଷ୍କାରଙ୍କ ନାମରେ ଏହି ରେକର୍ଡ ରହିଛି ।


Share It

Comments are closed.