ପୁଣି ଥରେ ଆତଙ୍କବାଦୀମାନେ ଭିଆଇଲେ ବର୍ବର କାଣ୍ଡ


ସାରା ବିଶ୍ୱରେ ଆଜି ପବିତ୍ର ‘ଇଦ୍’କୁ ଧୁମଧାମରେ ପାଳନ କରାଯାଉଥିବାବେଳେ ସେପଟେ କାଶ୍ମୀରର ପୁଲୱାମା ଜିଲ୍ଲାରେ ଜଣେ ଆତଙ୍କବାଦୀ ଏକ ବର୍ବର କାଣ୍ଡ ଭିଆଇଛନ୍ତି । ମିଳିଥିବା ସୂଚନା ମୁତାବକ ଜଣେ ଆତଙ୍କବାଦୀ ଏକ ନିରିହ ମହିଳା ଉପରେ ଅତର୍କିତ ଭାବେ ଗୁଳି ଚାଳନା କରିଥିଲେ । ଯେଉଁଥିରେ ଉକ୍ତ ମହିଳା ଜଣକର ଘଟଣାସ୍ଥଳେ ହିଁ ମୃତ୍ୟୁ ଘଟିଥିଲା ।
ଏହି ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ମହମ୍ମଦ ସୁଲତାନ ନାମକ ଜଣେ ଯୁବକ ଗୁରୁତର ଭାବେ ଆହତ ମଧ୍ୟ ଅଛନ୍ତି । ମିଳିଥିବା ସୂଚନା ମୁତାବକ ଆତଙ୍କବାଦୀ ମାନେ ୨୦୧୭ରେ ଉକ୍ତ ମହିଳାଙ୍କର ସ୍ୱାମୀଙ୍କୁ ଘରୁ ଡାକି ହତ୍ୟା କରିଥିବାବେଳେ ଆଜି ତାଙ୍କୁ ହତ୍ୟା କରିଛନ୍ତି ।
ଅନ୍ୟ ପଟେ ଶ୍ରୀନଗରରେ ବିଦ୍ରୋହକାରୀମାନେ ଆଜି ସୁରକ୍ଷାକର୍ମୀଙ୍କ ଉପରେ ପଥରମାଡ କରିଛନ୍ତି । ଏହା ସହ ଆତଙ୍କବାଦୀ ‘ଜାକିର ମୁଷା’ ଏବଂ କୁଖ୍ୟାତ ଆତଙ୍କବାଦୀ ‘ମାସୁର ଆଜାଦ’ର ସମର୍ଥନରେ ଅନେକ ବିକ୍ଷୋପକାରୀମାନେ ନାରା ମଧ୍ୟ ଲଗାଇଥିଲେ ।


Share It

Comments are closed.