‘ବଣ୍ଟି ଆଣ୍ଡ ବବଲି’ର ସିକ୍ୱେଲରେ ନଜର ଆସିପାରନ୍ତି ଏହି ନବାଗତ କଳକାର


୨୦୦୫ରେ ଅଭିଶେକ ବଚ୍ଚନ ଏବଂ ରାଣୀ ମୁଖାର୍ଜିଙ୍କ ଅଭିନୀତ ଫିଲ୍ମ ‘ବଣ୍ଟି ଆଣ୍ଡ ବବଲି’ର ସିକ୍ୱେଲ ଉପରେ କାମ ଆରମ୍ଭ ହୋଇଗଲାଣି । ଏହି ଫିଲ୍ମର ନାମ ‘ବଣ୍ଟି ଆଣ୍ଡ ବବଲି ଏଗେନ’ ରଖାଯାଇଛି । ମିଳିଥିବା ସୂଚନା ମୁତାବକ ଏହି ଫିଲ୍ମର ସିକ୍ୱେଲରେ ରାଣୀ ଏବଂ ଅଭିଶେକଙ୍କୁ ପୁଣିଥରେ ଦେଖିବାକୁ ମିଳିନପାରେ । ତାଙ୍କ ବଦଳରେ ଧଡକ ଫିଲ୍ମର କଳାକାର ‘ଜାହ୍ମବି କପୁର ଏବଂ ଇଷାନ ଖଟ୍ଟରଙ୍କୁ’ ଦେଖିବାକୁ ମିଳିପାରେ ।
ଏହି ଫିଲ୍ମର ରିଲିଜ ୧୪ ବର୍ଷ ପୂର୍ବରୁ ହୋଇଥିଲା । ଏହି ଫିଲ୍ମରେ ଅଭିଶେକ ଏବଂ ରାଣୀ, ବଣ୍ଟି ଓ ବବଲିର ଭୂମିକା ନିର୍ବାହ କରିଥିଲେ । ଏହି ଫିଲ୍ମରେ ୟଙ୍ଗ କପଲ୍ସଙ୍କ ଭୂମିକାରେ ରାଣୀ ଏବଂ ଅଭିଶେକଙ୍କ ଅଭିନୟ ପରଫେକ୍ଟ ହୋଇପାରୁନଥିବା ହେତୁ ଏହି ଦୁହେଁ ନବାଗତ ଯୋଡୀଙ୍କୁ ପ୍ରଡକ୍ସନ ହାଉସ ପକ୍ଷରୁ ଫିଲ୍ମରେ ନେବାର ଯୋଜନା କରାଯାଇଛି । କେବଳ ଏତିକି ନୁହେଁ ଉଭୟଙ୍କୁ ଫିଲ୍ମର କୋମିଓରେ ମଧ୍ୟ ଦେଖିବାକୁ ମିଳିଛି ବୋଲି ଚର୍ଚ୍ଚା ଜୋର ଧରିଛି ।


Share It

Comments are closed.