ଅଜବ ଆଇନ କାନୁନ, ପ୍ରେମିକାକୁ ବିବାହ ନିବେଦନ କରିବାରୁ ପୋଲିସ କଲା ଗିରଫ

Share It

[vc_row][vc_column][vc_column_text]ଇରାନରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି କାରଣ ସେଠାରେ ଜଣେ ଯୁବ ପ୍ରେମୀ ଯୁଗଳ ପରସ୍ପରକୁ ପ୍ରପୋଜ କରିଥିଲେ । କିନ୍ତୁ କିଛି ସମୟ ପରେ ପୋଲିସ ତାଙ୍କର ଏହି ପ୍ରେମ ନିବେଦନର ଉପାୟକୁ ନେଇ ଉଭୟଙ୍କୁ ଗିରଫ କରିଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଘଟଣାଟି କିଛି ଏଭଳି ଘଟିଥିଲା ଯେ, ପ୍ରେମୀ ଯୁଗଳ ଜଣକ ସର୍ବସାଧାରଣ ସ୍ଥାନରେ ପରସ୍ପରକୁ ବିବାହ କରିବା ପାଇଁ ନିବେଦନ କରିଥିଲେ କିନ୍ତୁ ଏହା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, “ସର୍ବସାଧାରଣ ଅଞ୍ଚଳରେ ଏହି କାର୍ଯ୍ୟଳାପ ଇସଲାମ ବିରୋଧୀ ହୋଇଥିବା ହେତୁ ପୋଲିସ ଉଭୟଙ୍କୁ ଗିରଫ କରିଥିଲା । ” ଏହା ପରେ ପୋଲିସ ତାଙ୍କୁ କିଛି ସମୟ ପରେ ଜାମିନ ମଞ୍ଜୁରୀ କରିଥିଲା ।[/vc_column_text][vc_video link=”https://twitter.com/Hassanvand/status/1104140285993541637″][vc_column_text]ଭାଇରାଲ ଭିଡିଓଟି ଇରାନର ‘ଅରାକ’ ସହରସ୍ଥିତ ଏକ ମଲର ଅଟେ । ଯେଉଁଠାରେ ଜଣେ ଯୁବକ ତାଙ୍କ ପ୍ରେମିକାକୁ ବିବାହ କରିବା ପାଇଁ ନିବେଦନ କରିଥିଲେ । ଯାହାପରେ ଉକ୍ତ ପ୍ରେମିକା ଜଣକ ପ୍ରମିକଙ୍କ ନିବେଦନକୁ ସ୍ୱୀକାର କରିଥିଲେ । ମଲରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଏହି ଘଟଣାକୁ ନେଇ ତାଳି ମାରିବା ସହ ପ୍ରଶଂସା ମଧ୍ୟ କରିଥିଲେ ।
ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳିପାରିନଥିବାବେଳେ ଅରାକ ପୋଲିସର ଜଣେ ପ୍ରବକ୍ତା କହିଛନ୍ତି ଯେ, “ଉକ୍ତ ପ୍ରେମୀ ଯୁଗଳଙ୍କ କାର୍ଯ୍ୟକଳାପ ହୁଏତ କେତେକ ଦେଶର ଆଇନ ସଙ୍ଗତ ଅଟେ କିନ୍ତୁ ଇରାନରେ ନିୟମ ଏବଂ ଧର୍ମ ଅନୁଯାୟୀ ଏହା ବେଆଇନ ଅଟେ ।”[/vc_column_text][/vc_column][/vc_row]


Share It

Comments are closed.