କଂଗ୍ରେସ ଗୁଜୁରାଟରୁ ଆରମ୍ଭ କରିବ ଆଗାମୀ ନିର୍ବାଚନ ପାଇଁ ବିଜୟ ଯାତ୍ରା


ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଏବେ କଂଗ୍ରେସ ପକ୍ଷରୁ ୫୮ ବର୍ଷ ପରେ ପୁଣି ଥରେ ‘ଅଖିଳ ଭାରତୀୟ କଂଗ୍ରେସ କାର୍ଯ୍ୟକାରିଣୀ’ ସଭା ଗୁଜୁରାଟରେ ଆୟୋଜନା ହେବାକୁ ଯାଉଛି । ଆଜି ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତ୍ତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ କଂଗ୍ରେସର ମହାସଚିବ ରୂପେ ନବନିଯୁକ୍ତି ପାଇଥିବା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବ । ଏମାନଙ୍କ ସମେତ ଏହି କାର୍ଯ୍ୟକାରିଣୀ ସଭାରେ କଂଗ୍ରେସ ଶାସନାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସାଂସଦ ମଧ୍ୟ ଉପସ୍ଥିତ ରହିବେ ।
କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ପରେ ଗାନ୍ଧୀ ନଗରରେ ‘ଜୟ ଯବାନ ଜୟ କିଷାନ ’ ବ୍ୟାନର ତଳେ ଏକ ବୃହତ ର‌୍ୟାଲିର ଆୟୋଜନ ମଧ୍ୟ କରାଯାଇଛି, ଯେଉଁଠାରେ ପାଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।


Share It

Comments are closed.