ସଜନା ଛୁଇଁ ଖାଇବାର ଫାଇଦା ସଂପର୍କରେ, ଜାଣନ୍ତୁ


ସଜନା ଗଛ ଏକ ବିରଳ ଗଛ ହୋଇଥିବା ବେଳେ ଏହାର ମୂଳରୁ ଡାଳ ପର୍ଯ୍ୟନ୍ତ ଲାଭ ପ୍ରଦାନ କରିଥାଏ । ଏହାର ପତ୍ର, ଡାଳ ଏବଂ ମୂଳରେ ଓøଷଧିୟ ଗୁଣ ଭରପୁର ରହିଛି । ଏହାର ସଜନା ଛୁଇଁ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର । ଏହାକୁ ଭାରତରେ ଘରେ ଘରେ ସୁପର ଫୁଡ ରୂପେ ବ୍ୟବହାର କରାଯାଉଥିବା ବେଳେ ବିଦେଶରେ ମଧ୍ୟ ଏହାର େଓøଷଧିୟ ଗୁଣ ପାଇଁ ଆଦୃତ ହୋଇଥାଏ । ଆର‌୍ୟୁବେଦରେ ମଧ୍ୟ ଏହାର ଡାଳ, ପତ୍ର ଏବଂ ଛୁଇଁକୁ ନେଇ ବହୁ େଓøଷଧ ପ୍ରସ୍ତୁତ କରାଯାଏ । ଆସନ୍ତୁ ଜାଣିବା କଣ ରହିଛି ଏହାର େଓøଷଧିୟ ଗୁଣ . . . . . . . . .
୧. ରକ୍ତ ଚାପ ଏବଂ ରକ୍ତ ଶର୍କରାରେ ନିୟନ୍ତ୍ରଣ – ଛୁଇଁରେ ବହୁ ପ୍ରକାରର ଭିଟାମିନ ରହିଛି । ସଜନା ଛୁଇଁ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
୨. ହାଡ ଶକ୍ତ କରିଥାଏ – ସଜନା ଛୁଇଁରେ ଥିବା ଅଷ୍ଟିଓ ପୋରେସିସ ଏବଂ ଅଷ୍ଟିଓ ଆର୍ଥିଟିସ ହାଡ ଶକ୍ତ କରିବାରେ ସାହାଯ୍ୟ କରିଥାଏ । ସଜନା ଛୁଇଁରେ ମଧ୍ୟ ପ୍ରଚୁର ପରିମାଣର ଆଇରନ ଏବଂ କ୍ୟାଲସିୟମ ରହିଛି ଯାହା ମାନବ ଶରୀରରେ ହାଡ ଶକ୍ତ କରିବାରେ ଉପକାରୀ । ତେଣୁ ସଜନା ଛୁଇଁ ଖାଇବା ଦ୍ୱାରା ଏହା ହାଡ ଶକ୍ତ କରିବାରେ ସାହାଯ୍ୟ କରିଥାଏ ।
୩. ଭିଟାମିନ ଯୁକ୍ – ସଜନା ଛୁଇଁରେ ଭିଟାମିନ ବି, ଥାୟାମାଇନ, ରିବୋଫ୍ଲାଭିନ, ନାୟାସିନ ଶରୀରର ତ୍ୱଚା ଏବଂ କେଶ ଭଲ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଫଲିକ ଏସିଡ ଗର୍ଭବତୀ ମହିଳାମାନଙ୍କ ପାଇଁ ଖୁବ ଭଲ । ସଜନା ଛୁଇଁରେ ଥିବା ଭିଟାମିନ ଏ ମଧ୍ୟ ଆଖି ଏବଂ ତ୍ୱଚା ପାଇଁ ଖୁବ ଭଲ ।
୪. ହଜମ ଶକ୍ତିରେ ବୃଦ୍ଧି – ଏହା ଲିଭରର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । କୋଷ୍ଠକାଠିନ୍ୟ, ଏସିଡିଟି, ଗ୍ୟାଷ୍ଟ୍ରିକ, କୋଲିଟିକ ଇତ୍ୟାଦି ପେଟ ଅସୁବିଧାରେ ଏହା ଖୁବ ଉପକାରୀ । ଏହା ମଧ୍ୟ ପେଟର କ୍ୟାନସର ଉପଚାରରେ ସାହାଯ୍ୟ କରିଥାଏ । ଏଥିରେ ମଧ୍ୟ ପ୍ରାକୃତିକ ଆଣ୍ଟି-ବାୟୋଟିକ ରହିଛି ଯାହା ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ପ୍ରଦାନ କରିଥାଏ ।


Share It

Comments are closed.