ଉପକୂଳରେ ପ୍ରବଳ ଗରମ ଓ ଗୁଳୁଗୁଳି ,ଜାରି ହେଲା ୱାର୍ଣ୍ଣିଂ

Share It

ଭୁବନେଶ୍ୱର,୦୨/୦୪:ପୁରୀ, ଗଜପତି, ଗଞ୍ଜାମରେ ଗରମ ଓ ଗୁଳୁଗୁଳି, ୫ଯାଏଁ ୟେଲୋ ୱାର୍ଣ୍ଣିଂ।ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ହେତୁ ଗୁଳୁଗୁଳି ଏହି ଅଞ୍ଚଳରେ ଅଧିକ ହେଉଛି। ଫଳରେ ତାପମାତ୍ରାଠାରୁ ଅଧିକ ଗରମ ଅନୁଭୂତ ହେଉଛି।ତେଣୁ ଏହି ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ମାଲକାନଗିରି ଓ କୋରାପୁଟରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହୋଇପାରେ। ଏଣୁ ଏହି ଦୁଇ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଅନ୍ୟପଟେ ଆଗାମୀ ୨ ଦିନ ମଧ୍ୟରେ ଦିନ ତାପମାତ୍ରା ୪ ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା।

ଏପଟେ ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରି ରେକର୍ଡ ହୋଇଛି।


Share It

Comments are closed.