୨୦୩୦ ସୁଦ୍ଧା ବିଶ୍ୱର ଶକ୍ତିଶାଳୀ ସେନା ତାଲିକାରେ – ଭାରତ
ଯୁବ ସମୟ – ୨୦୩୦ ସୁଦ୍ଧା ବିଶ୍ୱର ସବୁଠୁ ଶକ୍ତିଶାଳୀ ୫ ସେନା ମଧ୍ୟରେ ଭାତରୀୟ ସେନା ନଜର ସ୍ଥାନ ପକ୍କା କରିବେ, ଯାହାକି ଆମେରିକାର ଏକ ଗଣ ମାଧ୍ୟମ କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ କିଛି ବର୍ଷ ମଧ୍ୟୟରେ ଭାରତ ନିଜର ସାମରିକ ଶକ୍ତିକୁ ଦୁଇଗୁଣିତ ପର୍ଯ୍ୟନ୍ତ ବୃଦ୍ଧି କରିସାରିଥିବା ବେଳେ ନୂଆ ନୂଆ ସାମରିକ ଯୁଦ୍ଧାସ୍ତ୍ର ଉଦ୍ଭାବନ ତଥା କିଣିବା ପ୍ରକ୍ରିୟା ଜାରି ରଖିଥିବାରୁ ଏବଂ ବିଭିନ୍ନ ସେନା ବାହିନୀରେ ଯବାନଙ୍କ ବୃଦ୍ଧି ଉପରେ ଜୋର ଦେଉଥିବାରୁ ଆମେରିକା ଗଣମାଧ୍ୟମ ଏପରି ଏକ ଆକଳନ ଲାଗଇଛି । ଆମେରିକାର ଗଣମାଧ୍ୟମ ସୂଚନା ଅନୁସାରେ ଭାରତ ଏବେ ଋଷ, ଫ୍ରାନ୍ସ , ଆମେରିକା ଓ ଚୀନ ସେନା ସହିତ ସମକକ୍ଷ ହୋଇସାରିଛି । ଅବଶ୍ୟ ବାୟୁସେନା ଓ ନୌସେନୀ ଦୃଷ୍ଟିକୋଣରୁ ଭାରତ ସାମାନ୍ୟ ପଛୁଆ ରହିଛି କିନ୍ତୁ ସ୍ଥଳବାହିନୀ କ୍ଷେତ୍ରରେ ଭାରତ ନିଜର ପାରଦର୍ଶିତା ଅବ୍ୟାହତ ରଖିଛି । ତେବେ ଅନ୍ୟ ଦେଶ ତୁଳନାରେ ସାମରିକ ସାମାର୍ଥ୍ୟ କ୍ଷେତ୍ରରେ ଆମେରିକା ସର୍ବାଗ୍ରେ ରହିବ ବୋଲି ରିପୋର୍ଟ ଦର୍ଶାଇଛି ।
![](https://yuvasamay.com/wp-content/uploads/2018/03/india-army-2.jpg)
ବିଳମ୍ବରେ ହେଲେ ମଧ୍ୟ ଭାରତ ନିଜ ସେନାର ଆଧୁନୀକିକରଣକୁ ଜୋରଦାର କରିଛି । ଗତ ୨ ବର୍ଷ ମଧ୍ୟରେ ଚୀନ ସେନାକୁ ଅଧିକ ସୁଦୃଢ ତଥା ସଶକ୍ତି କରିସାରଛି । ଏଥିରେ ଅନ୍ୟ ଏକ ଦୃଷ୍ଟିପଟ୍ଟକୁ ମଧ୍ୟ ଉଲ୍ଲେଖ କରାଯାଇପାରେ । ଚୀନ ସେନା ଗତ ୧୯୭୯ରେ ହୋଇଥିବା ଭିଏତନାମ ଯୁଦ୍ଧ ପର ଠାରୁ କୌଣସି ଯୁଦ୍ଧ ଲଢିନାହିଁ । ଏଣୁ ଗତ ୪୦ ବର୍ଷ ମଧ୍ୟରେ ଚୀନ ସେନାର ଯୁଦ୍ଧ ଅଭିଜ୍ଞତା ଆଦୌ ନାହିଁ । କିନ୍ତୁ ଭାରତୀୟ ସେନା ପ୍ରାୟ ପ୍ରତିଦିନ ଯୁଦ୍ଧ ଲଢୁଛି । କାଶ୍ମୀର ଓ ଉତ୍ତରପୂର୍ବ ରାଜ୍ୟରେ ଭାରତୀୟ ସେନା ବର୍ଷ ବର୍ଷ ଧରି ବାହ୍ୟ ଶତ୍ରୁଙ୍କ ସହ ଲଢିବାରେ ବ୍ୟସ୍ତ ରହୁଛନ୍ତି । ଭାରତ ଏବେ ପ୍ରାୟ ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଠାରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି । ଅନ୍ୟ ପକ୍ଷରେ ଭାରତରେ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ରର ସାମଗ୍ରୀ ଉପଲବ୍ଧ ରହିଥିବା ବେଳେ ଅନ୍ୟମାନଙ୍କ ପାଖରେ କେବଳ ନିଜର ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଉପଲବ୍ଧ ରହିଛି ।
Comments are closed.