ଭାରତରେ ଆପଲର ଆଇ-ପ୍ୟାଡ


ବିଶ୍ୱର ଅଗ୍ରଣୀ କମ୍ପାନୀ ଆପଲ ପକ୍ଷରୁ ଭାରତୀୟ ବଜାରରେ ୯.୭ ଇଞ୍ଚର ଆଇ-ପ୍ୟାଡର ଶୁଭାରମ୍ଭ କରାଯାଇଛି । ସିକାଗୋର ଏକ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମରେ ଏହାର ଘୋଷଣା କରାଯାଇଛି । ଏହି ଆଇପ୍ୟାଡରେ ଏକ ପେନସିଲ ରହିଛି ଯାହା ସ୍କେଚିଙ୍ଗ, ହ୍ୟାଣ୍ଡରିଟେନ ନୋଟ, ସ୍କ୍ରିନ ସଟ ମ୍ୟାପିଙ୍ଗରେ ବ୍ୟବହାର କରିହେବ । ଉକ୍ତ ନୂତନ ଆଇପ୍ୟାଡ ସିଲଭର, ସ୍ପେସ ଗ୍ରେ ଏବଂ ନୂତନ ଗୋଲ୍ଡ ଫିନିସ ରଙ୍ଗରେ ଉପଲବ୍ଧ । ଏହାର ୩୨ଜିବି ୱାଇ-ଫାଇ ଫୋନର ମୂଲ୍ୟ ଟ. ୨୮,୦୦୦ ରହିଥିବା ବେଳେ ୩୨ଜିବି ସହିତ ସେଲୁଲାର ମଡେଲର ମୂଲ୍ୟ ଟ.୩୨,୦୦୦ ରହିଛି ।
ଏହି ଆପଲ ପେନସିଲ ମଧ୍ୟ ଭିନ୍ନ ଭାବେ ବିକ୍ରି ହେବ ଯାହାର ମୂଲ୍ୟ ୭,୬୦୦ ରହିଛି । ଆଇପ୍ୟାଡର ଏହି ସ୍ମାର୍ଟ କଭର ଟ. ୩,୪୦୦ ଟଙ୍କାରେ ଏବଂ ଚାରକୋଲ ଗ୍ରେ, ମିଡନାଇଟ ବ୍ଲୁ (ରେଡ), ଧଳା ଏବଂ ଗୋଲାପି ରଙ୍ଗରେ ଉପଲବ୍ଧ ହେବ । ଆପଲର ଏହି ଆଇପ୍ୟାଡ ଆଜି ଠାରୁ ବିଶ୍ୱର ୨୫ଟି ଦେଶରେ ଉପଲବ୍ଧ ହେଉଥିବା ବେଳେ ଭାରତରେ ଏହା ଏପ୍ରିଲ ମାସରୁ ଉପଲବ୍ଧ ହେବ ।


Share It

Comments are closed.