କଳାହାଣ୍ଡିରେ ରହିଛନ୍ତି ସବୁଠାରୁ ଅଧିକ ପୁଷ୍ଟିହୀନତା ଶିଶୁ


ଯିବ ସମୟ – ଓଡିଶାରେ ପ୍ରାୟ ୨୬,୧୮୪ ସଂଖ୍ୟକ ଶିଶୁ ଅତିଶୟ ପୁଷ୍ଟିହୀନତା ଶିକାର ହୋଇଥିବା ବେଳେ ସେଥି ମଧ୍ୟରୁ କୋରାପୁଟ ଜିଲ୍ଲାରେ ସର୍ବାଧିକ ୩,୧୧୪ ଶିଶୁ ଅତିଶୟ ଭାବରେ ପୁଷ୍ଟିହୀନତା ଶୀକାର ହୋଇଥିବାର ଜଣାପଡିଛି । ତେବେ ମିଳିଥିବା ତଥ୍ୟ ଅନୁଯାୟୀ ଗତ ଦୁଇ ବର୍ଷ ମଧ୍ୟରେ ପୁଷ୍ଟହୀନତା କାରଣରୁ କୌଣସି ଶିଶୁ ପ୍ରାଣ ହରାଇ ନାହାନ୍ତି ବୋଲି ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ଫ୍ରଫୁଲ୍ଲ ସାମଲ ଏହି ସୂଚନା ପ୍ରଦାନ କରିଛନ୍ତି ।
କଳାହାଣ୍ଡି ପରେ ପରେ କନ୍ଧମାଳରେ ୨,୮୮୭ ଜଣ ଅପପୁଷ୍ଟି ଶିଶୁ ରହିଥିବା ବେଳେ ତୃତୀୟରେ ରହିଛି ନବରଙ୍ଗପୁର । ଏହା ପରେ ପରେ ବାଲାଙ୍ଗୀରରେ, କେଉଁଝର, କୋରାପୁଟ, ମୟୁରଭଞ୍ଜ, ରାୟଗଡା ଓ ସୁନ୍ଦରଗଡରେ ୧୦୦୦ରୁ ଅଧିକ ପୁଷ୍ଟିହୀନ ଶିଶୁ ରହିଛନ୍ତି ବୋଲି ୨୦୧୮ରୁ ମିଳିଥିବା ତଥ୍ୟରୁ ପ୍ରକାଶ ହୋଇଛି । ସେଥିମଧ୍ୟରୁ ଜଗତସିଂହପୁର ମାତ୍ର ୬୭ ଜଣ ଶିଶୁ ଅତିଶୟ ପୁଷ୍ଟିହୀନତାର ଶୀକାର ହୋଇଛନ୍ତି ବୋଲି ସୂଚନା ମିଳିଛି । ବିଧାୟକ ଚିରଞ୍ଜିବ ବିଶ୍ୱାଳ, ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଚ୍ଚନାୟକ ଏବଂ ବିଧାୟକ କୃର୍ଷ୍ଣ ଚନ୍ଧ୍ର ସାଗରିଆଙ୍କ ଏ ସଂକ୍ରାନ୍ତରେ ଭିନ୍ନ୍ ଭିନ୍ନ ପ୍ରଶ୍ନ ଉତ୍ତରରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ପୁଷ୍ଟହୀନତାର ଦୂରିକରଣ ନିମନ୍ତେ ପରିପୂରକ ପୁଷ୍ଟିି କାର୍ଯ୍ୟକ୍ରମ ଭଳି ଏକ ଦୀର୍ଘ ମିଆଦ କାର୍ଯ୍ୟକ୍ରମ ସବୁ ଜିଲ୍ଲାରେ ହେଉଛି । ଏହା ଜରିଆରେ ଗର୍ଭବତୀ ଏବଂ ପ୍ରସୂତି ମହିଳା ଏବଂ ୬ମାସରୁ ୬ ବର୍ଷ ବସୟର ଶିଶୁମାନେ ପ୍ରତି ମାସର ୨୫ ଦିନ ପରିପୂରକ ଖାଦ୍ୟ, ଅଣ୍ଡା ଓ ଛତୁଆ ଯୋଗାଇଦିଆଯାଉଛି । ଅଙ୍ଗନବାଡି କେନ୍ଧ୍ରକୁ ଆସୁଥିବା ୩ରୁ ୬ବର୍ଷ ର ଶିଶୁାମାନଙ୍କୁ ଗରମ ଥଣ୍ଡା ଖାଦ୍ୟ ଦେବା ସହିତ ସପ୍ତାହକୁ ୩ଥର ଅଣ୍ଡା ଦେବାର ବ୍ୟବସ୍ଥା ରହିଛି । ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ୨୦୧୧କେ କେନ୍ଦ୍ର ଓ ରାଜ୍ୟ ଅଂଶଧନରୁ ମୋଟ ୪୭୧୮୭.୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷ ଗତ ଡିସେମ୍ବର ସୁଦ୍ଧା ୫୩୫୪୭.୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାର ମନ୍ତ୍ରୀ କହିଛନ୍ତି


Share It

Comments are closed.