ଫୋର୍ବ୍ସ ୩୦ ଅଣ୍ଡର ୩୦ ଏସିଆ ତାଲିକାରେ ଭାରତ ପ୍ରଥମ


ଫୋର୍ବ୍ସ ୩୦ ଅଣ୍ଡର ୩୦ ଏସିଆ ତାଲିକା ଜାରି କରାଯାଇଛି । ତୃତୀୟ ଥର ପାଇଁ ଏଥିରେ ୩୦୦ ଲୋକଙ୍କୁ ସ୍ଥାନିତ କରାଯାଇଛି । ଏହି ତାଲିକାକୁ ତାଲିକାକୁ କଳା, ମନୋରଞ୍ଜନ, ଖେଳ ଓ ବ୍ୟବସାୟ ସମେତ ୧୦ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଏଥିରେ ୩୦ ବର୍ଷରୁ କମ୍ ବୟସର ବ୍ୟକ୍ତିବିଶେଷଙ୍କୁ ସ୍ଥାନ ମିଳିବ, ଯେଉଁମାନେ ନିଜ ଅଞ୍ଚଳରେ କିଛି ନୂତନ ତଥା ପ୍ରେରଣାଦାୟକ କାର୍ଯ୍ୟ କରିବା ଜାରୀ ରଖିଛନ୍ତି ।
ଏହି ତାଲିକାରେ ଭାରତ ୬୫ ସମ୍ମାନୀତ ଯୁବପିଢ଼ିଙ୍କ ସହ ସର୍ବୋଚ୍ଚ ସ୍ଥାନରେ ରହିଛି । ଏହା ପଛରେ ଚୀନ୍ ୫୯ (ଦ୍ୱିତୀୟ), ଚୀନ୍ ୫୯, ଅଷ୍ଟ୍ରେଲିଆ ୩୫, ଦକ୍ଷିଣ କୋରିଆ ୨୫, ସିଙ୍ଗାପୁ ୨୧, ଜାପାନ ୨୧, ହଂକଂ ୧୨ ଓ ପାକିସ୍ତାନର ୭ ଜଣ ଯୁବପିଢ଼ି ସାମିଲ ହୋଇଛନ୍ତି । ଏଥିରେ ଭାରତୀୟମାନେ ପ୍ରାୟ ସମସ୍ତ ବିଭାଗରେ ନିଜକୁ ସ୍ଥାନିତ କରିବାରେ ସକ୍ଷମ ହୋଇଛନ୍ତି । ଅନ୍ୟପକ୍ଷରେ ଚୀନ କେବଳ ଟେକ୍ନୋଲୋଜି କ୍ଷେତ୍ରରେ ହିଁ ଭଲ ପ୍ରଦର୍ଶନ କରିଛନ୍ତି । ଏହି ତାଲିକାରେ ସାମିଲ ପ୍ରମୂଖ ଭାରତୀୟମାନେ ହେଲେ, ପିଭି ସିନ୍ଧୁ (୨୨), ଅନୁଷ୍କା ଶର୍ମା (୨୯), ପ୍ରିୟା ପ୍ରକାଶ (୨୬), ଅଙ୍କିତ ପ୍ରସାଦ (୨୭), ବାଲା ସରଦା (୨୬), ସୁହାନୀ ଜଲୋଟା (୨୩), ପଦ୍ମନାଭ ସିଂହ (୧୯), ଶ୍ରେୟସ୍ ଭଣ୍ଡାରୀ (୨୨), ରମେଶ ଧାମି (୨୩), ଭୂମିକା ଅରୋରା (୨୯), ରାହୁଲ ଜ୍ଞାନ (୨୮) ।


Share It

Comments are closed.