ତ୍ୱଚା ପାଇଁ ଆମଲା ଜୁସ


ଯୁବ ସମୟ -:ଆଣ୍ଟି ଏଜିଂ ଗୁଣରେ ଭରପୁର ଆମଲା ସମୟ ପୂର୍ବରୁ ଚେହେରାରେ ପଡୁଥିବା କୁଞ୍ôଚତ ରେଖାକୁ କମ କରିବାରେ ସହାୟକ ହୋଇଥାଏ । ଅମଲା ଜୁସ ପିଇଲେ ତ୍ୱଚା ଉଜ୍ୱଳ ରହିଥାଏ
ମୁଖ ବ୍ରଣ – ଆମଲା ସାଧାରଣତଃ ରକ୍ତର ବିଶୋଧନ କରିବାରେ ସାହାଯ୍ୟ କରିଥାଏ । ବିଶେଷ କରି ମୁଖ ବ୍ରଣ ଏବଂ ଦାଗ ବଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଅମଲା ପ୍ରସ୍ତୁତ କରାଇ ଏହାକୁ ମୁହଁ ଏବଂ ଶରୀରରେ ଲଗାଇ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଧୋଇଦିଅନ୍ତୁ । ଏହା ପରେ ମୁହଁ ଏବଂ ଶରୀରରୁ ଦାଗ ଦୂରେଇ ଯିବ ।
ଚମକଦାର ତ୍ୱଚା – ଆମଲା ଦ୍ୱାରା ତ୍ୱଚା ଉଜ୍ୱଳ ଏବଂ ଚମକଦାର ହୋଇଥାଏ । ଗୋଟିଏ ଚାମଚ ଆମଲା ପାଉଡରକୁ ଗରମ ପାଣିରେ ମିଶାଇ ଶରୀରରେ ଲଗାନ୍ତୁ ଓ ୫ ମିନିଟ ପରେ ଧୋଇ ଦିଅନ୍ତୁ । ଏଥିରେ ହଳଦୀ ମଧ୍ୟ ମିଶାଇ ପାରିବେ । ନଚେତ ଆଣଲା ଜୁସ ସହ ମହୁ ମଧ୍ୟ ମିଶାଇ ଲଗାଇ ପାରିବେ । ଏହାକୁ ଲଗାଇବା ତ୍ୱଚାରେ ମୃତକୋଷ ଗୁଡିକ ଦୂର ହୋଇଯାଇଥାଏ ଏବଂ ତ୍ୱଚାରେ ଉଜ୍ୱଳ ପାଣି ଆଣିଥାଏ ।
ଉଜ୍ୱଳ ଏବଂ ମଜଭୂତ କେଶ – କେଶକୁ ମଜବୁତ କରିବା ପାଇଁ ଆମଲା ପେଷ୍ଟ ସର୍ବୋତ୍ତମ ଅଟେ । ଅମଲା ସହ ଲେମ୍ବୁ ରସକୁ ମିଶାଇ ଏହାକୁ ନିଜ କେଶରେ ଲଗାଇ ପରେ ଉଷୁମ ପାଣିରେ ଧୋଉ ଦିଅନ୍ତୁ,ା କିମ୍ବା ଏହା ଛୋଟ ଛୋଟ ଗୁଣ୍ଡ କରି ନଡିଆ ତେଲରେ ମିଶାଇ ଫୁଟାଇ ଦିଅନ୍ତୁ, ପ୍ରସ୍ତୁତ ହୋଇଥିବା ମିଶ୍ରିତ ଆମଲା ତେଲ ନିଜ କେଶରେ ଲଗାଇବ ଦ୍ୱାରା ଏହା କେଶକୁ ମଜଭୂତ କରିବା ସହ ଉଜ୍ୱଳ ମଧ୍ୟ କରିଥାଏ ।
କେଶ ପାଚିବା ଓ ରୂପି ସମସ୍ୟା – ବୟସ ବଢିବା ସହ କେଶର ମୂଳ ମଧ୍ୟ ଦୁର୍ବଳ ହୋଇଥାଏ । ବୟସ ହେବା ପୂର୍ବରୁ କେଶ ଧଳା ହୋଇଯାଇ ଥାଏ । ଆମଲା ତେଲକୁ କେଶରେ ମାଲିସ କରନ୍ତୁ । ଏଥିରୁ ରୂପି ସମସ୍ୟା ଦୂର ହୋଇଯାଇଥାଏ । ଆମଲା ତେଲରେ ତୁଳସୀ ପତ୍ର ମିଶାଇ ହେୟାର ପ୍ୟାକ ପ୍ରସ୍ତୁତ କରନ୍ତୁ । ଏଥିରେ ରୂପି ସମସ୍ୟା ଦୂର ହୋଇଯିବା ସହ ବାଳର ମୁଳ ମଧ୍ୟ ମଜବୁତ ହୋଇଥାଏ । ହେୟାର କଣ୍ଡିସନର ପାଇଁ ମେହେନ୍ଧିରେ ଆମଲା ଜୁସକୁ ମିକ୍ସ କରି ବ୍ୟବହାର କରନ୍ତୁ । ଏହା ଦ୍ୱାର କେଶ ଝଡିବା ମଧ୍ୟ କମିଯାଇଥାଏ ।


Share It

Comments are closed.