୨୦୨୨ ସୁଦ୍ଧା ଚାଲିବ ବୁଲେଟ ଟ୍ରେନ


ଯୁବ ସମୟ – ଅହମ୍ମଦାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ହେବାକୁ ଥିବା ବୁଲେଟ ଟ୍ରେନର ଟ୍ରାକ ୨୦୨୨ ସରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେଥିପାଇଁ ଏହାର କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ମିଳିଥିବା ତଥ୍ୟ ଅନୁଯାୟୀ ବୁଲେଟ ଟ୍ରେନ ଚାଲିବାକୁ ଥିବା ଟ୍ରାକରେ ପଡୁଥିବା ସେତୁ ଏବଂ ସୁଡଙ୍ଗର ଡିଜାଇନର କାର୍ଯ୍ୟ ଅନ୍ତିମ ପର୍ଯ୍ୟରେ ଆସି ପହଞ୍ଚିଛି । ଏହି ପାଇଁ ଭୂମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହିତ ଏକ ମହତ୍ୱପୂର୍ଣ୍ଣ ପ୍ରକଳ୍ପ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପର ତଦାରଖ ଦାୟିତ୍ୱ ନ୍ୟାସନାଲ ହାଇସ୍ପିଡ ରେଳ କର୍ପୋରେସ(ଏନଏଚସିଆରସି) ଉପରେ ରହିଛି । କମ୍ପାନୀର ପ୍ରବନ୍ଧ ନିର୍ଦ୍ଦେଶକ ଅଚଳ ଖେର କହିଛନ୍ତି ଯେ ଦିଲ୍ଲୀ, ମୁମ୍ବାଇ, ଜାପାନ ଇଞ୍ଜିନିୟରଙ୍କ ହାଇସ୍ପିଡ କରିଡୋର ସେତୁ ଏବଂ ସୁଡଙ୍ଗର ଡିଜାଇନ କାମ ୮୦% ସମ୍ପୂର୍ଣ୍ଣ ହୋଇସାରିଛି । ପ୍ରସ୍ତାବିତ ଏହି କରିଡୋର ବାନ୍ଦ୍ରା- କୁର୍ଲା କ େମ୍ପ୍ଳକ୍ସ (ବିକେସି) ମୁମ୍ବାଇ ଓ ସାବରମତୀ ରେଲୱେ ଷ୍ଟେସନ ଏବଂ ଅହମ୍ମଦାବାଦ ମଧ୍ୟରେ ନିର୍ମାଣ କରାଯିବ । ଦ୍ରୁତ ଗତି ଚାଲିବାକୁ ଥିବା ଏହି ଟ୍ରେନ ୨ଟି ସହର ମଧ୍ୟରେ ଥିବା ୫୦୦ କିଲୋମିଟରର ଦୂରତାକୁ ପ୍ରାୟ ୩ ଘଣ୍ଟାରେ ପୂରା କରିବ । ଯାହକି ଏବେ ୭ ଘଣ୍ଟା ଲାଗୁଛି । ଏହି ଟ୍ରେନଟି ୧୨ଟି ଷ୍ଟେସନରେ ଅଟିକିବ ଯେଉଁଥିରେ ମହାରାଷ୍ଟ୍ରରେ ୪ଟି ରହିଛି । ଖେର କହିଛନ୍ତି ଯେ ଏଥିପାଇଁ ମହାରାଷ୍ଟ୍ର ଓ ଗୁଜୁରାଟ ବୁଲେଟେ ଟ୍ରେନର ରୁଟ ମହାରାଷ୍ଟ୍ରର ୧୦୮ଟି ଗାଁ ଦେଇ ଅତିକ୍ରମ କରିବ । ତଥ୍ୟ ଅନୁଯାୟୀ ଏହି ପ୍ରକଳ୍ପ ନିଆଁ ଏବଂ ଭୂମିକମ୍ପ ରୋଧ ହେବ । ଟ୍ରେନର ଗତି ପବନର ଗତି ଉପରେ ନିର୍ଭର କରେ । ଯଦି ପବନର ଗତି ସେକେଣ୍ଡ ପ୍ରତି ୩୦ ମିଟିର ତେବେ ଟ୍ରେନ ପରିଚାଳନା ବନ୍ଦ ହୋଇଯିବ । ଏହି ବୁଲେଟ ଘଣ୍ଟା ପ୍ରତି ୩୨୦ କିମି ବେଗରେ ଗତି କରିବ । ଏଥିରେ ପ୍ରାୟ ଏକଥରକେ ୪୦,୦୦୦ ଯାତ୍ରି ଯାତ୍ରା କରିବାର ସୁବିଧା ରହିଛି


Share It

Comments are closed.