ଦିପାବଳୀ ଦିନ ଏହି ନିୟମ ଗୁଡ଼ିକ ପାଳନ କରି ଘରକୁ ଧନଧାନ୍ୟର ସମ୍ଭାର ନେଇ ଆସନ୍ତୁ

Share It

ଦିପାବଳୀ ଅବସରରେ ପ୍ରତ୍ୟେକ ଧନଧାନ୍ୟର କାମନା କରିଥାନ୍ତି । ତେଣୁ ଏହି ଦିପାବଳୀରେ ଆପଣ ମଧ୍ୟ ଏହି ଉପାୟ ଗୁଡ଼ିକର ପାଳନ କରି ଆର୍ଥିକ ସମସ୍ୟାରୁ ମୁକୁଳି ପାରିବେ । ଯଦି ଆପଣ ନିଜ ଆୟରେ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଏହି ଦିପାବଳୀ ଦିନ ଅଳ୍ପ ଗୋଟା ବିରି, ଦହି ଏବଂ ସିନ୍ଦୁର କୁ ନେଇ ଅଶ୍ୱତ୍ଥ ଗଛ ମୂଳରେ ଏକ ଦୀପ ଜଳାନ୍ତୁ । ଶ୍ରୀଘ୍ର ଧନଲାଭ ପାଇଁ ଦୀପାବଳୀ ଦିନ କୌଣସି ବରଗଛର ଜଟାରେ ଗଣ୍ଠି ପକାଇ ଦିଅନ୍ତୁ ଏବଂ ଧନଲାଭ ହେବା ପରେ ସେହି ଗଣ୍ଠିକୁ ଖୋଲି ଦିଅନ୍ତି ।
ଆଖୁର ମୂଳକୁ ଲାଲ ବସ୍ତ୍ରରେ ଘୋଡ଼ାଇ ସିନ୍ଦୁର ଏବଂ ଚନ୍ଦନ ଲଗାଇ ତାକୁ ଟଙ୍କା ରଖାଯାଉଥିବା ସ୍ଥାନରେ ରଖିଦିଅନ୍ତୁ । ଦେବୀଲକ୍ଷ୍ମୀଙ୍କ ପୂଜା ସମୟରେ ଗୋମତି ଚକ୍ରକୁ ପୂଜା ଥାଳିରେ ରଖି ପୂଜା କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଧନରେ ଉନ୍ନତି ହୋଇଥାଏ । ଦିପାବଳୀ ରାତିରେ ପେଚାର ଫଟୋକୁ ଲକରରେ ରଖନ୍ତୁ । ବିଶ୍ୱାସ ରହିଛି ଯେ ପେଚା ପ୍ରତ୍ୟେକ ପୂର୍ଣ୍ଣିମାରେ ଅଶ୍ୱତ୍ଥ ଗଛର ପରିକ୍ରମା କରିଥାଏ ଯେଉଁଠାରେ କି ଲକ୍ଷ୍ମୀ ବିରାଜମାନ କରନ୍ତି । ତେଣୁ କୁହାଯାଇଥାଏ ଯେ ଲକରରେ ପେଚାର ଛବି ରଖିବା ଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି ।

ଦିପାବଳୀ ଦିନ ଦେବୀ ଲକ୍ଷ୍ମୀଙ୍କୁ କଳା ହଳଦୀ ଅର୍ପଣ କରନ୍ତୁ ଏବଂ ପୂଜା ସରିବା ପରେ ସେହି ହଳଦୀକୁ ଲାଲ କପଡ଼ାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖନ୍ତୁ । ଅଶ୍ୱତ୍ଥ ପତ୍ରରେ ଦୀପ ଜଳାଇ ଜଳରେ ପ୍ରବାହିତ କରାଇବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ । ତୁଳସୀ ଗଛରେ ଲାଲ କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ଚଢ଼ାନ୍ତୁ ଏବଂ ଏହାର ମୂଳରେ ଗୋଟିଏ ଘିଅ ଦୀପ ଜଳାନ୍ତୁ । ଦିପାବଳୀ ପୂଜା ସରିବା ପରେ କଳା ରାଶିକୁ ହାତରେ ନେଇ ଘରର ସମସ୍ତ ସଦସ୍ୟଙ୍କ ମୁଣ୍ଡ ଉପରେ ସାତଥର ବୁଲାଇ ଫୋପାଡ଼ି ଦିଅନ୍ତୁ । ଏପରି କରିବା ଦ୍ୱାରା ଧନର ହାନୀ ହୋଇନଥାଏ ।


Share It

Comments are closed.