ଦୀର୍ଘ ଦିନ ପରେ କାଶ୍ମୀରବାସୀ ଧରିଲେ ଫୋନ, ଆରମ୍ଭ ହେଲା ମୋବାଇଲ ସେବା


କାଶ୍ମୀରବାସୀଙ୍କୁ ଆଜି ବଡ ଆଶ୍ୱସ୍ତି ମିଳିଛି । କାଶ୍ମୀରରେ ଦୀର୍ଘ ୭୦ ଦିନ ପରେ ଆଜି ପୁଣି ଥରେ ମୋବାଇଲ ସେବା ଆରମ୍ଭ ହୋଇଛି । ଏହି ସଂକ୍ରାନ୍ତ ଗତ ଶନିବାର ଦିନ ଘୋଷଣା କରାଯାଇଥିବାବେଳେ ସୋମାବାର ଦିନ କାଶ୍ମୀରରେ ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ ମୋବାଇଲ ସକ୍ରିୟ ହୋଇଛି । ଏହି ସମସ୍ତ ଫୋନ ପୋଷ୍ଟସେବା ଅଟେ । ପ୍ରଶାସନ ପକ୍ଷରୁ ପୋଷ୍ଟପେଡ ମୋବାଇଲରେ ସର୍ବପ୍ରଥମେ କଲିଙ୍ଗ ସୁବିଧା ଆରମ୍ଭ କରାଯାଇଥିବାବେଳେ ଅନ୍ୟପଟେ ଇଣ୍ଟରନେଟ ସୁବିଧା ପାଇଁ ଲୋକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା ସହ ପ୍ରଶାସନ ପକ୍ଷରୁ ପ୍ରିପେଟ ସେବା ଉପରେ ମଧ୍ୟ ବିଳମ୍ବରେ ନିଣ୍ଣ ର‌୍ୟ ନିଆଯିବ ବୋଲି ସ୍ପଷ୍ଟ କରାଇ ଦିଆଯାଇଛି । ଜମ୍ମୁ କାଶ୍ମୀର ୧୦ ଜିଲ୍ଲାରେ ବର୍ତ୍ତମାନ ପୋଷ୍ଟ ପେଷ୍ଟ ସେବା ଆରମ୍ଭ ହୋଇଯାଇଥିବାବେଳେ ଧାରା ୩୭୦ ଉଚ୍ଛେଦ ପର ଠାରୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୫ ଅଗଷ୍ଟରୁ ସମସ୍ତ ଲ୍ୟାଣ୍ଡ ଲାଇନ ସେବା ବନ୍ଦ କରାଇ ଦିଆଯାଇଥିଲା ।


Share It

Comments are closed.