ଖୁବ ଶୀଘ୍ର ବିସିସିଆଇ ଅଧ୍ୟକ୍ଷ ହେବେ ଗାଙ୍ଗୁଲୀ


ଏକ ନାଟକୀୟ ଘଟଣାକ୍ରମେ ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ ଗାଙ୍ଗୁଲୀ ବସିସିଆଇର ପରବର୍ତ୍ତୀ ସଭାପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇ ସାରିଛି । ଏହାକୁ ନେଇ ଗାଙ୍ଗୁଲୀ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, କ୍ରିକେଟର ସବୁଠାରୁ ବଡ ସ୍ଥାନର ଦାୟିତ୍ୱ ନେବା ଏତେ ସହଜ ନୁହେଁ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଗତ କିଛି ଦିନ ହେବ ମୁଁ ବିସିସିଆଇର ଭାବମୂର୍ତ୍ତିକୁ ବହୁତ ନଷ୍ଠ କରିଛି ଏବଂ ସେଥିପାଇଁ ମୋ ପାଖରେ ସୁଯୋଗ ରହିବ ଏହାକୁ ସୁଧାରିବା ପାଇଁ । କ୍ରିକେଟ ଦୁନିଆରେ ଏହା ସବୁଠାରୁ ବଡ ସ୍ଥାନ ଅଟେ ।

ଭାରତ ଏକ ପାୱର ହାଉସ ଅଟେ ଏବଂ ଏହା ଏକ ବଡ ଆହ୍ୱାନ ହେବ । ”ବିସିସିଆଇ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଶେଷ ତାରିଖ ଥିବାବେଳେ ମିଳିଥିବା ସୂଚନା ମୁତାବକ ଗାଙ୍ଗୁଲୀ ଆଜି ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରିବେ । ସେହିଭଳି ଗାଙ୍ଗୁଲୀଙ୍କ ସମେତ ବିଜେପି ସଭାପତି ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କୁ ସଂପାଦକ ପଦବୀ ମିଳିବାକୁ ଥିବାବେଳେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୁମାଙ୍କୁ କୋଷାଧ୍ୟକ୍ଷ ପଦବୀରେ ଅବସ୍ଥାପିତ କରାଯିବ । ଗାଙ୍ଗୁଲୀ ବର୍ତ୍ତମାନ ବେଙ୍ଗଲ କ୍ରିକେଟ ଆସୋସିଏସନ ସଭାପତି ଥିବାବେଳେ ସେଥିପାଇଁ ସେ ୧୦ ମାସ ପର୍ଯ୍ୟନ୍ତ ବିସିସିଆଇ ସଭାପତି ପଦବୀରେ ରହି ପାରିବେ ।

ସିଏବି ଓ ବିସିସିଆଇ ସଭାପତି ଭାବେ ୬ ବର୍ଷ ପୂରଣ କରିବା ପରେ ଲୋଧା ସମିତି ସୁପାରିସ କ୍ରମେ ତାଙ୍କୁ କୁଲିଂ ଅଫ ପିରିୟରେ ଯିବାକୁ ହେବେ । ପୂର୍ବରୁ ସଭାପତି ପତି ଦୌଡରେ କ୍ରିକେଟର ବ୍ରିଜେଶ ପଟେଲ ଥିବାବେଳେ ଶେଷ ସମୟରେ ଗାଙ୍ଗୁଲୀ ଏହି ପଦବୀ ପାଇଁ ବାଜିମାରି ନେବା ହେତୁ ସେ ଏହି ଦୌଡରୁ ବାଦ ପଡିଛନ୍ତି । ତେବେ ବ୍ରିଜେଶଙ୍କୁ ଖୁସି କରାଇବା ପାଇଁ ଆଇପିଏଲ ଅଧ୍ୟକ୍ଷ ପଦବୀ ଦିଆଯାଇପାରେ ।


Share It

Comments are closed.