ଗୋମାଂସ ବଦଳରେ କୁକୁର ମାଂସ ଖାଇବା ପାଇଁ ଉପଦେଶ ଦେଲେ ବିଜେପି ସାଂସଦ


ଭାରତୀୟ ଜନତା ଦଳର ବିଜେପି ସାଂସଦ ତଥା ପଶ୍ଚିମ ବଙ୍ଗର ବିଜେପି ଅଧ୍ୟକ୍ଷ ଦୀଲିପ ଘୋଷ ରାସ୍ତା କଡରେ ଲାଗିଥିବା ଷ୍ଟଲ ମାନଙ୍କରେ ଗୋମାଂସ ଖାଉଥିବା ଏବଂ ବିଦେଶୀ କୁକୁରମାନଙ୍କର ମଳମୂତ୍ର ସଫା କରୁଥିବା ବ୍ୟକ୍ତିବିଶେଷଙ୍କୁ କଡା ସମାଲୋଚନା କରି ବିବାଦ ଘେରରେ ଛନ୍ଦି ହୋଇଯାଇଛନ୍ତି ।
‘ଗୋ ଅଷ୍ଟମ କାର୍ଯ୍ୟକ୍ରମ’ ଅବସରରେ ଦୀଲିପ କହିଥିଲେ, “ଏଭଳି ଲୋକେ ଅଛନ୍ତି ଯିଏକି ଶିଖିତ ସମାଜରୁ ହୋଇ ମଧ୍ୟ ରୋଡ ସାଇଡରେ ବିକ୍ରି ହେଉଥିବା ଗାମାଂସକୁ ଖାଉଛନ୍ତି । ଗାଇଁ କାହିଁକି ? ମୁଁ ତାଙ୍କୁ କୁକୁର ମାଂସ ଖାଇବା ପାଇଁ ଉପଦେଶ ଦେଉଛି । ଏହା ସ୍ୱାସ୍ଥ୍ୟ ପାଇଁ ହିତକାର ଅଟେ । ଅନ୍ୟ ସମସ୍ତ ଜୀବଙ୍କର ମାଂସ ମଧ୍ୟ ଖାଆନ୍ତୁ । ଆପଣଙ୍କୁ କିଏ ଅଟକାଉଛି ? କିଏ ରୋଡ ସାଇଡରେ ନହେଁ ନିଜ ଘରେ ଖାନ୍ତୁୁ । ”

ଏହା ସହିତ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଗାଇ ଆମର ମା’ ଅଟେ ଏବଂ ଆମେ ଗାଇଙ୍କୁ ହତ୍ୟା କରିବା ଅସାମାଜିକ ଅଟେ । ଏଭଳି ବି ଲୋକ ଅଛନ୍ତି ଯେଉଁମାନେ ଘରେ ବିଦେଶୀ କୁକୁର ରଖନ୍ତି ଏବଂ ତାଙ୍କ ମଳମୂତ୍ର ମଧ୍ୟ ସଫା କରିନ୍ତି, ଯାହାକି ଏକ ଅପରାଧ ଅଟେ ।”


Share It

Comments are closed.