ପୁଣି ଏକ ପରମାଣୁ ବୋମାର ପରୀକ୍ଷଣ କରିବ ଭାରତ


ଭାରତ ଆଉ ଏକ ପରମାଣୁ ମିସାଇଲର ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଛି । ଭାରତ ଆସନ୍ତା ଶୁକ୍ରବାର ଦିନ ଆନ୍ଦ୍ରପ୍ରଦେଶ ତଟରୁ ବୁଡାଜାହାଜ ଜରୀଆରେ ନିଜର କେ-୪ ପରାମାଣୁ ମିସାଇଲର ପରୀକ୍ଷଣ କରିବାକୁ ଯାଉଛି । ମିଳିଥିବା ସୂଚନା ମୁତାବକ, ବୁଡାଜାହାଡ ଜରୀଆରେ ନିଜ ଶତ୍ରୁଙ୍କର ଠିକାଣାକୁ ଧ୍ୱଂସ କରିବାର କ୍ଷମତାକୁ ଆହୁରୀ ମଜବୁତ କରିବା ପାଇଁ ଭାରତ ଶୁକ୍ରବାର ଦିନ ଆଉ ଏକ ପାଦ ଆଗକୁ ବଢାଇବ । ୩୫୦୦ କିଲୋମିଟର ଦୂରରୁ ସମୁଦ୍ର ଭିତରୁ ନିଜ ଶତ୍ରୁଙ୍କର ଆଡାସ୍ଥଳୀକୁ ଧ୍ୱଂସ କରିବା କ୍ଷମତା ଏହି କେ-୪ ପରମାଣୁ ମିସାଇଲ ନିକଟରେ ରହିଥିବାବେଳେ ଏହି ପରମାଣୁ ମିସାଇଲ ପ୍ରଣାଳୀକୁ ଡିଆରଡିଓ ଦ୍ୱାରା ବିକଶିତ କରାଯାଇଛି । ଏହା ଭାରତ ଦ୍ୱାରା ନିର୍ମିତ ହୋଇଥିବାବେଳେ ଏହି ବୁଡାଜାହାଜ ଭାରତର ପରମାଣୁ ପରୀକ୍ଷଣର ମୁଖ୍ୟ ଆଧାର ଅଟେ ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଡିଆରଡିଓ ପକ୍ଷରୁ ଆସନ୍ତା ଶୁକ୍ରବାର ଦିନ ଆନ୍ଦ୍ରପ୍ରଦେଶସ୍ଥିତ ବିଶାଖାପାଟଣା ତଟରୁ ଏକ ଅଣ୍ଡର ୱାଟର ପ୍ଲାଟଫର୍ମ ଜରୀଆରେ କେ-୪ ପରମାଣୁ ମିସାଇଲର ପରୀକ୍ଷଣ କରିବ । ଏହି ପରୀକ୍ଷଣ ଦ୍ୱାରା ଡିଆରଡିଓ ମିସାଇଲ ପ୍ରଣାଳୀରେ ଉନ୍ନତ ପ୍ରଣାଳୀର ପରୀକ୍ଷଣ କରାଯିବ ।


Share It

Comments are closed.