ପାକିସ୍ତାନ, ଭାରତକୁ ‘ପିଓକେ’ ହସ୍ତାନ୍ତର କରୁ ବୋଲି ଚେତାବନୀ ଦେଲେ କେନ୍ଦ୍ରମନ୍ତ୍ରୀ ରାମଦାସ


ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବର୍ତ୍ତମାନ ସମସ୍ତଙ୍କ ନଜର ପାକସ୍ତାନ ଅଧିକୃତ କାଶ୍ମୀର ତଥା ପିଓକେ ଉପରେ ରହିଛି । ତେବେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ରାମଦାସ ଓଠାୱେଲ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, “ଯଦି ପାକିସ୍ତାନ ତା’ର ଭଲ ଚାହିଁଛି ତେବେ ସେ ‘ପିଓକେ’କୁ ଭାରତକୁ ହସ୍ତାନ୍ତର କରିଦେଉ କାରଣ ସେଠାକାର ନିବାସୀ ପାକିସ୍ତାନ ଉପରେ ଅସନ୍ତୁଷ୍ଟ ରହି ଭାରତର ଅଂଶ ହେବାକୁ ଚାହୁଁଛନ୍ତି ।”ରାମଦାସ ନିଜ ମନ୍ତ୍ରାଳୟ ଅଧିନରେ ଯୋଜନା ଗୁଡିକର ସମୀକ୍ଷା କରିବାକୁ ଯାଇ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, “ନରେନ୍ଦ୍ର ମୋଦି ଜଣେ ସକ୍ରିୟ ପ୍ରଧାନମନ୍ତ୍ରୀ ଅଟନ୍ତି ।


ସେ ଧାରା ୩୭୦ ଉଚ୍ଛେଦ ଭଳି ଏକ ଏøତିହାସିକ ନିଷ୍ପତି ନେଇସାରିଛନ୍ତି ଯାହାକୁ ପାକିସ୍ତାନ ଏହାକୁ ହଜମ କରିପାରୁ ନାହିଁ ଏବଂ ସେ ସବୁଠାରେ କାଶ୍ମୀର ପ୍ରସଙ୍ଗରେ ଉଠାଇବାରେ ବିଫଳ ରହିଛି । ବର୍ତ୍ତମାନ ପାକିସ୍ତାନ ଆମକୁ ପିଓକେକୁ ହସ୍ତାନ୍ତର କରିଦେଉ କାରଣ ଏହା ତା’ ପାଇଁ ଭଲ ଅଟେ । ”ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଯଦି ସେ ପିଓକେକୁ ଆମକୁ ହସ୍ତାନ୍ତର କରିଦିଅନ୍ତି ତେବେ ଆମେ ସେଠାରେ କୌଣସି ଉଦ୍ୟାଗ ପ୍ରତିଷ୍ଠା କରିବୁ । ଆମେ ପାକିସ୍ତାନକୁ ବ୍ୟବସାୟରେ ସାହାର୍ଯ୍ୟ କରିବୁ ଏବଂ ଦାରିଦ୍ର ଓ ବିରୋଜଗାରୀକୁ ଦୂର କରିବାରେ ସହଯୋଗ କରିବୁ ।”


Share It

Comments are closed.