କ୍ରିକେଟ ଜଗତରେ ନୂଆ ଇତିହାସ ରଚିଲେ ସ୍ମିଥ


ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେସି ସିରିଜର ପଞ୍ଚମ ଏବଂ ଶେଷ ଟେଷ୍ଟ ଓଭାଲରେ ଖେଳାଯାଉଛି । ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ବର୍ତ୍ତମାନ ଫର୍ମରେ ଥିବାବେଳେ ସେ ପୁଣି ଥରେ ଏକ ଅର୍ଦ୍ଧଶତକ ହାସଲ କରି ଏକ ନୂଆ ରେକର୍ଡ ଅଧିକାରୀ ହୋଇଛନ୍ତି । ବାମହାତୀର ଏହି ବ୍ୟାଟ୍ସମ୍ୟାନ ଏଇ ସିରିଜରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଟି ଶତକ, ଦୁଇଟି ଅର୍ଦ୍ଧଶତକ ଏବଂ ଗୋଟିଏ ଦ୍ୱିଶତକ ମଧ୍ୟ ହାସଲ କରିସାରିଛନ୍ତି ।ଦ ଓଭାଲରେ ଖେଳାଯାଇଥିବା ଟେଷ୍ଟ ସିରିଜର ଏହି ୫ମ ମ୍ୟାଚର ଦ୍ୱିତୀୟ ଦିନ ପୂରଣ ହେବା ପୂର୍ବରୁ ସ୍ମିଥ ନିଜର ଅର୍ଦ୍ଧଶତକ ପୂରଣ କରିସାରିଛନ୍ତି । ଏହା ସହ ସ୍ମିଥ ପାକିସ୍ତାନର ପୂର୍ବତ୍ତନ ଅଧିନାୟକ ଇଞ୍ଜାମାମୟୁଲ ହକଙ୍କ ରେକର୍ଡକୁ ଭାଙ୍ଗି ଏକ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି । ପ୍ରକାଶ ଥାଉକି, ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବା ରେକର୍ଡ ଇଞ୍ଜାମାମୟୁଲ ହକଙ୍କ ନାମରେ ରହିଥିବାବେଳେ ସ୍ମିଥ ବର୍ତ୍ତମାନ ଇଞ୍ଜାମାମୟୁଲଙ୍କୁ ପଛରେ ପକାଇ ଏହି ନୂଆ ରେକର୍ଡ ହାସଲ କରିଛନ୍ତି ।ଇଞ୍ଜାମାମ କ୍ରମାଗତ ୯ଥର ପର୍ଯ୍ୟନ୍ତ ୫୦ ଏବଂ ତା’ଠାରୁ ଅଧିକ ରନ ସଂଗ୍ରହ କରିଥିବାବେଳେ ଏପଟେ ସ୍ମଥ କ୍ରମାଗତ ୧୦ଥର ପାଇଁ ଅର୍ଦ୍ଧଶତକ ହାସଲ କରି ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ।
ଏହି କ୍ରମରେ କିଏ କେଉଁ ସ୍ଥାନରେ ରହିଛନ୍ତି ଦେଖନ୍ତୁ
• ସ୍ମିଥ ୧୦ଟି ଅର୍ଦ୍ଧଶତକ (ଇଂଲଣ୍ଡ ବିପକ୍ଷରେ )
• ଇଞ୍ଜାମାମୟୁଲ ହକ ୯ ଟି ଅର୍ଦ୍ଧଶତକ (ଇଂଲଣ୍ଡ ବିପକ୍ଷରେ )
• କ୍ଲାଇଭ ଲୋଏଡ ୮ଟି ଅର୍ଦ୍ଧଶତକ (ଇଂଲଣ୍ଡ ବିପକ୍ଷରେ )
• ଜ୍ୟାକ କାଲିସ ୮ଟି ଅର୍ଦ୍ଧଶତକ (ପାକିସ୍ତାନ ବିପକ୍ଷରେ )
• କୁମାର ସାଙ୍ଗାକାରା ୮ଟି ଅର୍ଦ୍ଧଶତକ (ବାଙ୍ଗଳାଦେଶ ବିପକ୍ଷରେ )


Share It

Comments are closed.