ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ କୋହଲି ଏବଂ ରୋହିତଙ୍କ ଆଗାମୀ ରେକର୍ଡ ଉପରେ ରହିବ ସମସ୍ତଙ୍କ ନଜର


ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ପାରନ୍ତି । ଭାରତ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଏବଂ ୩ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର ଯୋଜନା ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ଧର୍ମଶାଳାରେ ଖେଳାଯିବାକୁ ଥିବାବେଳେ ଏହି ମ୍ୟାଚରେ ସମସ୍ତ ନଜର କୋହଲି ଏବଂ ରୋହିତଙ୍କ ଆଗାମୀ ରେକର୍ଡ ଉପରେ ରହିପାରେ । ରୋହିତ ଶର୍ମା ବର୍ତ୍ତମାନ ଟି-୨୦ରେ ସର୍ବଦା ରନ ସଂଗ୍ରହ କରିଥିବା ଏକମାତ୍ର ଖେଳାଳି ହୋଇଥିବାବେଳେ ତାଙ୍କର ପଛରେ ରହିଛନ୍ତି କୋହଲି । କୋହଲି, ରୋହିତଙ୍କ ଠାରୁ ମାତ୍ର ୫୩ରନ ପଛରେ ରହିଛନ୍ତି । ସେହିପରି ରୋହିତ ଟ-୨୦ରେ ୮୮ଟି ଇଂନିସ ଖେଳି ୨୪୨୨ ରନ ସଂଗ୍ରହ କରିଥିବାବେଳେ ଅନ୍ୟପଟେ କୋହଲି ୬୫ଟି ଇଂନିସ ଖେଳି ୨୩୬୯ ରନ ସଂଗ୍ରହ କରିଛନ୍ତି । ଟି-୨୦ ସର୍ବାଧିକ ରନ ତାଲିକାରେ ରୋହିତ ନିଜ ସ୍ଥିତି ପୁଣିଥରେ ବଜାୟୀ ରଖିବେ ନା କୋହଲି, ରୋହିତ ପଛରେ ପକାଇ ପୁଣି ଥରେ ନୂଆ ରେକର୍ଡ ସୃଷ୍ଟି କରିବେ , ସେଥିପାଇଁ ସମସ୍ତଙ୍କ ନଜର ଏହି ଦୁହେଁଙ୍କ ଉପରେ ରହିବ ।
ଟି-୨୦ରେ ସର୍ବାଧିକ ରନ ସଂଗ୍ରହ କରିଥିବା ଖେଳାଳୀ
• ୨୪୨୨- ରୋହିତ ଶର୍ମା (ଭାରତ)
• ୨୩୬୯- ବିରାଟ କୋହଲି (ଭାରତ)
• ୨୨୮୩- ମାର୍ଟିନ ଗୁପଟିଲ (ନ୍ୟୁଜିଲାଣ୍ଡ)
• ୨୨୬୩- ସୋଏବ ମଲ୍ଲିକ (ପାକିସ୍ତାନ)
• ୨୧୪୦- ବ୍ରେଣ୍ଡନ ମ୍ୟାକକୁଲମ (ନ୍ୟୁଜିଲାଣ୍ଡ)


Share It

Comments are closed.