ଡିଡିଏମ୍ ଆଇଟି କୁଇଜ୍ ବିଜେତା ଘୋଷିତ ହେଲା ଆଇଆଇଟି ମାଡ୍ରାସ


ଅଗ୍ରଣୀ ଆଇଟି ସେବା, କନ୍ସଲ୍ଟିଂ ଓ ବ୍ୟବସାୟ ସମାଧାନ ଉଦ୍ୟୋଗ ମାଇଣ୍ଡ ଫାୟାର ସଲ୍ୟୁସନ୍ ପକ୍ଷରୁ ଆୟୋଜିତ ହୋଇଥିବା ଏହାର ଡିଡିଏମ୍ ଆଇଟି କୁଇଜ୍ରେ ଭୁବନେଶ୍ୱରର ବିଭିନ୍ନ କଲେଜ୍ମାନଙ୍କରୁ ଛାତ୍ରଛାତ୍ରୀମନେ ଯୋଗ ଦେଇଛନ୍ତି । ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି କୁଇଜ୍ରେ ଅଂଶଗ୍ରହଣ କରିଛନ୍ତି, ଯାହା ମାର୍ଚ୍ଚ ୧୭, ରବିବାର ଦିନ ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ହୋଟେଲ ପଲ୍ ହାଇଟ୍ସ, ଜେ/୭ରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସଂସ୍କରଣରେ ମଧ୍ୟ ଏହି ବର୍ଷ କୁଇଜ୍ ପାଇଁ ଦିଲ୍ଲୀ ଓ ଚେନ୍ନାଇର ବିଭିନ୍ନ କଲେଜର ଦଳଗୁଡ଼ିକ ଅଂଶଗ୍ରହଣ କରିଛନ୍ତି ।
ଏହି କୁଇଜ୍ ଏବର୍ଷ ଅଂଶଗ୍ରହଣକାରୀମାନଙ୍କଠାରୁ ଅଭୁତପୂର୍ବ ପ୍ରତିକ୍ରିୟା ପ୍ରଦର୍ଶନ କରିଛି, ଯେଉଁଥିରେ ୫୦୦ରୁ ଅଧିକ ମ୍ୟାନେଜମେଣ୍ଟ ଓ ଟେକ୍ନିକାଲ୍ ପ୍ରତିଷ୍ଠାନମାନଙ୍କରେ ଶିକ୍ଷା ଗ୍ରହଣ କରୁଥିବା ପ୍ୟାନ୍ ଇଣ୍ଡିଆ ମାଷ୍ଟର ଆଣ୍ଡ ବ୍ୟାଚେଲର୍ ଡିଗ୍ରି ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ସମାନ କଲେଜର ଦୁଇଟି ଲେଖାଏଁ ସଦସ୍ୟ ଥିବା ୧୫୦ଟି ଦଳ ପ୍ରାଥମିକ ରାଉଣ୍ଡରେ ପହଞ୍ôଚଥିଲେ, ସର୍ବୋତ୍ତମ ୮ଟି ଦଳ ଫାଇନାଲ୍ ରାଉଣ୍ଡ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ । ନୋଟ୍ ହୋଇଥିବା ଆନ୍ତର୍ଜାତୀୟ କୁଇଜ୍ ମାଷ୍ଟର ଲଏଡ଼ ସାଲଦାନା ଏହି କୁଇଜ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି କୁଇଜ୍ ପ୍ଲାଟଫର୍ମ ଜ୍ଞାନକୌଶଳଯୁକ୍ତ ପରମ୍ପରା ମଧ୍ୟକୁ ଦୃଷ୍ଟି ନିକ୍ଷେପ କରିଛି, ଯାହା ସାରା ବିଶ୍ୱରେ ବିପୁଳ ମାତ୍ରାରେ ଆଦୃତ ହୋଇପାରିଛି । ଏହି କୁଇଜ୍ର ଅଂଶ ଥିବା ଛାତ୍ରଛାତ୍ରୀମାନେ ଏହି ଜ୍ଞାନକୌଶଳଗୁଡ଼ିକ ଜାଣି ସେମାନଙ୍କ ଭବିଷ୍ୟତରେ ଲାଭବାନ ହୋଇପାରିବେ । ଫାଇନାଲରେ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଏକ ଉଚ୍ଚ ମାନର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା, ଯେଉଁଠାରେ ବିଜେତା ଘୋଷଣା ପୂର୍ବରୁ ୬ଟି ଭିନ୍ନ ରାଉଣ୍ଡ ହୋଇଥିଲା ।
ଫାଇନାଲରେ ଆଇଆଇଟି ମାଡ୍ରାସରୁ ଜି. ପ୍ରଣୟ ହରି ଏବଂ ରାହୁଲ ହୁମାୟୁନ ଟାଇଟେଲ୍ ଜିତିଛନ୍ତି । ଭୁବନେଶ୍ୱର ସଂସ୍କରଣରେ ଚାମ୍ପିୟନଙ୍କୁ ୧,୦୦,୦୦୦ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଏନ୍ଆଇଟି ରାଉଲକେଲାରୁ ଅଭିଷେକ ପାତ୍ର ଓ ପ୍ରଥମେଶ ଦାସଙ୍କୁ ପ୍ରଥମ ରନର୍ସ ଅପ୍ ଭବେ ୫୦,୦୦୦ ଟଙ୍କା ଏବଂ ଏନ୍ଆଇଟି ରାଉଲକେଲାର ବିବେକ ପ୍ରସାଦ ଓ ସାୟଦ ମୁନିବ ଅହମଦଙ୍କୁ ଦ୍ୱିତୀୟ ରନର୍ସ ଅପ୍ ଭାବେ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ଟ୍ରଫି ସହିତ ୩୦,୦୦୦ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ଫାଇନାଲରେ ଥିବା ଅନ୍ୟ ଅଂଶଗ୍ରହଣକାରୀମାନଙ୍କୁ ପାୱାର ବ୍ୟାଙ୍କ, ଓଟିଜି ପେନ୍ଡ୍ରାଇଭ୍, ଇୟର ଫୋନ୍, ଟି-ସାର୍ଟ, ବ୍ଲୁଟୁଥ୍ ସ୍ପିକର୍ ଇତ୍ୟାଦି ପୁରସ୍କାର ରୂପେ ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀଯୁକ୍ତ ଚିନ୍ମୟ ପଣ୍ଡା, ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ମାଇଣ୍ଡ ପେୟାର ସଲ୍ୟୁସନ୍ ପ୍ରକାଶ କରିଛନ୍ତି, “ଏହି ବର୍ଷ ଅଂଶଗ୍ରହଣକାରୀଙ୍କଠାରୁ ପ୍ରତିକ୍ରିୟା ଗ୍ରାହଣ କରି ଆମେ ଖୁବ୍ ଆନନ୍ଦିତ । ଆମର ବନ୍ଧୁ ସ୍ୱର୍ଗତଃ ଦେବାଶିଷ ଦାସଙ୍କ ସ୍ମରଣରେ ଆରମ୍ଭ କରାଯାଇଥିବା ଆମର ଏହି କାର୍ଯ୍ୟକ୍ରମ, ବର୍ତ୍ତମାନ ଆଇଟି କୁଇଜ୍ ସର୍କଲରେ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି । ଦେବାଶିଷଙ୍କ ଏକ ବାର୍ଷିକ ମେଗା କୁଇଜ୍ ପ୍ରତିଯୋଗିତା ଆୟୋଜନ କରିବାକୁ ଏକ ସ୍ୱପ୍ନ ଥିଲା, ଏବଂ ଡିଡିଏମ୍ଆଇଟି ହେଉଛି ତାଙ୍କର ଅଧୁରା ସ୍ୱପ୍ନକୁ ପୂରା କରିବାର ଏକ ପ୍ରୟାସ । ମୁଁ ସମସ୍ତ ବିଜେତା ଓ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଉଛି ଏବଂ ଆଗାମୀ ବର୍ଷ ଏହାକୁ ଆହୁରି ବୃହତ ଆକାରରେ କରିବାକୁ ଆମେ ଦୃଷ୍ଟି ନିକ୍ଷେପ କରିବୁ ।”
ଏହି କୁଇଜ୍ ପ୍ରତିଯୋଗିତା ପ୍ରତିବର୍ଷ ମାଇଣ୍ଡଫେୟାର ସଲ୍ୟୁସନ୍ର କର୍ମଚାରୀ ସ୍ୱର୍ଗତଃ ଦେବାଶିଷ ଦାସଙ୍କ ସ୍ମୃତିରେ ପାଳନ କାରାଯାଏ, ଯାହାଙ୍କର ମୃତ୍ୟୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଯୋଗୁଁ ହୋଇଥିଲା । ତାଙ୍କର ଚିନ୍ତାଧାରା ଓ ଆଦର୍ଶକୁ ଉଦ୍ଜୀବିତ ରଖିବା ପାଇଁ ମାଇଣ୍ଡ ଫାୟାର ସଲ୍ୟୁସନ ପ୍ରତି ବର୍ଷ ଏକ ଜାତୀୟ ସ୍ତରର ଆଇଟି କୁଇଜ୍ ପ୍ରତିଯୋଗିତା ୨୦୧୧ରୁ କରିଆସୁଛି । ବର୍ତ୍ତମାନ ଏହି କୁଇଜ୍ ଯେଉଁ ସ୍ଥାନରେ ଅଛି, ତାହା ଏକ ନିର୍ଦ୍ଦିଷ୍ଟ ସ୍ତରରୁ ଲଗାତାର ଭାବେ ବୃଦ୍ଧି କରିବାରୁ ଏପରି ହୋଇପାରିଛି । ପ୍ରଥମ ଥର ପାଇଁ ଏହି ଡିଡିଏମ୍ ଆଇଟି କୁଇଜ୍ ଭୁବନେଶ୍ୱର ବାହାରେ ଆଇଆଇଟି ଖଡ଼ଗପୁରଠାରେ ଜାନୁଆରୀ ୨୦୧୭ରେ ଆୟୋଜିତ ହୋଇଥିଲା ।


Share It

Comments are closed.