ଆନ୍ତର୍ଜାତୀୟ ମହିଳା ସପ୍ତାହରେ ‘ଆଇଡିଆ ସଖୀ’ର ଶୁଭାରମ୍ଭ


ମହିଳାମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଷୟବସ୍ତୁ, ବୃଦ୍ଧି ହେଉଥିବା ଅସୁବିଧାକୁ ସମାଧାନ କରିବା ପାଇଁ ବ୍ରାଣ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ମୋବାଇଲ ଆଧାରିତ ସମାଧାନ ଆଇଡିଆ ସଖୀର ଶୁଭାରମ୍ଭ କରାଯାଇଛି । ଏହା ଏକ ମାଗଣା ସେବା, ଦେଶର ସମସ୍ତ ଆଇଡିଆର ପ୍ରି-ପେଡ ଏବଂ ପୋଷ୍ଟ-ପେଡ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ । ଉଭୟ ସ୍ମାର୍ଟଫୋନ ଏବଂ ବେସିକ ଫିଚର ଫୋନ୍ରେ ଉପଲବ୍ଧ ହେଉଥିବା ଏହି ଆଇଡିଆ ସଖୀ ପକ୍ଷରୁ ତିନୋଟି ଅତ୍ୟାଧୁନିକ ବ୍ୟବହାର ଉପଯୋଗୀ ବୈଶିଷ୍ଟ୍ୟ ତଥା ଏମର୍ଜେନ୍ସି ଆର୍ଲଟ, ଏମର୍ଜେନ୍ସି ବାଲାନ୍ସ ଏବଂ ପ୍ରାଇଭେଟ୍ ନମ୍ବର ରିଚାର୍ଜ ରହିଛି ।
ଆଇଡିଆ ସଖୀ ସେବାର ଶୁଭାରମ୍ଭ ଅବସରରେ, ଭୋଡାଫୋନ-ଆଇଡିଆ ଲିମିଟେଡ଼ର ଅପରେସନ ନିର୍ଦ୍ଦେଶକ- ବ୍ୟବସାୟିକ, ଅବନିଶ ଖୋସଲା କହିଛନ୍ତି ଯେ, “ଏହି ପ୍ରଯୁକ୍ତିବିଦ୍ୟା ଗ୍ରାହକମାନଙ୍କ ଜୀବନରେ ଆସୁଥିବା ବାଧାବିଘ୍ନ ଏବଂ ଅସୁବିଧାକୁ ସମାଧାନ କରିବାରେ ସାହାଯ୍ୟ କରିବ । ଆଇଡିଆ ସଖୀ ପ୍ରୋଗ୍ରାମ ମାଧ୍ୟମରେ, ଆମେ ଦେଇଥିବା ପ୍ରତିଶୃତିକୁ, ଯାହାକି ସମାଜରେ ସମାନତା ରକ୍ଷା ଏବଂ ନୂତନ ପ୍ରଯୁକ୍ତି ବିଦ୍ୟା ପ୍ରଦାନ କ୍ଷେତ୍ରରେ ଆଗକୁ ନେଇପାରିଛୁ ।” ଏହି ପରିପ୍ରେକ୍ଷୀରେ ଭୋଡାଫୋନ ଆଇଡିଆ ଲିଃର ଆଇଡିଆ-ନ୍ୟାଶନାଲ୍ ବ୍ରାଣ୍ଡ ମୁଖ୍ୟ ସୁନିତା ବଙ୍ଗାର୍ଡ କହିଛନ୍ତି ଯେ, “ଆଇଡିଆ ଏକ ବ୍ରାଣ୍ଡ ଯାହା ପରିବର୍ତ୍ତନୀୟ ଜୀବନକୁ ସର୍ବଦା ସାହାଯ୍ୟ କରିଥାଏ । ଆନ୍ତର୍ଜାତୀୟ ମହିଳା ସପ୍ତାହ ପରି ଏହି ସ୍ୱତନ୍ତ୍ର ଅବସରରେ, ଆମ୍ଭେମାନେ ଭାରତୀୟ ମହିଳାମାନଙ୍କୁ ଅଧିକ ଆତ୍ମବିଶ୍ୱାସୀ ଏବଂ ସୁରକ୍ଷିତ- ଅବ ଆଇଡିଆ ହେ ଉଡନେ କା ସହିତ ଏହି ଆଇଡିଆ ସଖୀ ପ୍ରଦାନ କରୁଥିବାରୁ ଆମ୍ଭେମାନେ ଖୁବ ଆନନ୍ଦିତ ।”
ମହିଳାମାନେ ଦୁଇଟି ସରଳ ଉପାୟରେ ରେଜିଷ୍ଟର ଏବଂ ଆକ୍ଟିଭେଟ କରିପାରିବେ । ପ୍ରଥମେ ସମସ୍ତ ଭାଷା ବିଶିଷ୍ଟ ଏହି ଟୋଲ ଫ୍ରୀ ନମ୍ବର ୧୮୦୦-୧୨୩-୧୦୦ ରେ କଲ କରିବେ । ଏମର୍ଜେନ୍ସି ନମ୍ବରରେ ପରିବାର ଏବଂ ବନ୍ଧୁମାନଙ୍କର ନମ୍ବର ରେଜିଷ୍ଟର କରି ୧୦ଟି ମୋବାଇଲ ନମ୍ବର ଜଡିତ କରିପାରିବେ । ଏଥିରେ ଜଣେ ଆଇଡିଆ ସଖୀ ଗ୍ରାହକ ୧୦-ଅଙ୍କ ବିଶିଷ୍ଟ ପ୍ରକ୍ସି ନମ୍ବର ରିସିଭ କରିବା ସହିତ ତାହା ମାଧ୍ୟମରେ ତାଙ୍କର କନେକସନକୁ ଯେକୌଣସି ରିଟେଲ ଷ୍ଟୋରରେ ତାଙ୍କ ପ୍ରକୃତ ମୋବାଇଲ ନମ୍ବର ନକହି ରିଚାର୍ଜ କରିପାରିବେ । ୧୦ମିନିଟର ମାଗଣା ଲୋକାଲ୍ କିମ୍ବା ଏସଟିଡି କଲ୍, ୧୦ ଏସଏମଏସ ଏବଂ ୧୦୦ଏମବି ଡାଟା ପାଇପାରିବେ ଯେତେବେଳେ ତାଙ୍କର ବାଲାନ୍ସ ଟ.୧ରୁ କମ କିମ୍ବା ଡାଟା ପ୍ୟାକ ଶେଷହୋଇଯାଇଥିବ ।
ଏମର୍ଜେନ୍ସି କିମ୍ବା ସେଫ୍ ଆର୍ଲଟ ପଠାଇବା ପାଇଁ, ସଖି ବ୍ୟବହାରକାରୀମାନେ ୫୫୧୦୦ ନମ୍ବରରେ ଏକ ମିସକଲ କରି ଏମର୍ଜେନ୍ସି ଆର୍ଲଟ ଦେଇପାରିବେ । କଲ, ଫ୍ଲାସ ଏବଂ ଏସଏମଏସ ସହିତ ଲୋକେସନ୍ ଏବଂ ସମୟ ବିବରଣୀ ସଖୀ ବ୍ୟବାହରକାରୀମାନେ ତାଙ୍କର ଏମର୍ଜେନ୍ସି ନମ୍ବରକୁ ପଠାଇ ସେମାନଙ୍କୁ ଆର୍ଲଟ କରିପାରିବେ । ୫୫୧୦୦ ନମ୍ବର ଡାଏଲ କରି ୨ ପ୍ରେସ କରି ସେଫ୍ ଆର୍ଲଟ ପଠାଇପାରିବେ । ସଖୀ ବ୍ୟବହାରକାରୀଙ୍କ ଲୋକେସନ୍ ଏବଂ ସମୟ ବିରଣୀ ଏମର୍ଜେନ୍ସି ନମ୍ବକୁ ସହାୟତା ପାଇଁ ପଠାଇପାରିବେ ।


Share It

Comments are closed.