Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • ଖବର
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ କର୍ମଜୀବୀ ପ୍ରଫେସନାଲ୍‌ଙ୍କ ପାଇଁ ସିଇଓ ଇମର୍ସନ୍ ପ୍ରୋଗ୍ରାମ ଆୟୋଜିତ
  • ଖବର

ଆଇଆଇଏମ୍ ସମ୍ବଲପୁର ପକ୍ଷରୁ କର୍ମଜୀବୀ ପ୍ରଫେସନାଲ୍‌ଙ୍କ ପାଇଁ ସିଇଓ ଇମର୍ସନ୍ ପ୍ରୋଗ୍ରାମ ଆୟୋଜିତ

January 21, 2025 (Last updated: January 21, 2025) 1 minute read
DSC07105 (1)

ସମ୍ବଲପୁର: ଭାରତର ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ଏହାର ସମ୍ବଲପୁର କ୍ୟାମ୍ପସରେ ଏକ୍‌ଜିକ୍ୟୁଟିଭ୍ ଏମବିଏ ୨୦୨୪-୨୬ ଏବଂ ଏମବିଏ ଫର୍ ୱ୍ୱାରକିଙ୍ଗ୍ ପ୍ରଫେସନାଲ୍ ୨୦୨୩-୨୫ ବ୍ୟାଚ୍ ପାଇଁ ଏକ ଛଅ ଦିନିଆ ସିଇଓ ଇମର୍ସନ୍ ପ୍ରୋଗ୍ରାମ ଆୟୋଜନ କରିଛି। ଅଭିଜ୍ଞ ପେସାଦାରମାନଙ୍କ ସହ ସିଧାସଳଖ କଥାବାର୍ତା ମାଧ୍ୟମରେ ବ୍ୟାଚ୍‌କୁ ବ୍ୟବହାରିକ ଜ୍ଞାନ, ଶିଳ୍ପ ଧାରା ଏବଂ ନେତୃତ୍ୱ ଦକ୍ଷତା ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପର ୧୦୦୦ ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ପ୍ରମୁଖ କମ୍ପାନୀର ୧୫ରୁ ୨୫ ଜଣ ସିଏକ୍ସଓ ଯୋଗ ଦେଇଥିଲେ।

ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ସ୍ୱାଗତ ଭାଷଣ ଦେଇ କହିଛନ୍ତି ଯେ, “ଆମ କ୍ୟାମ୍ପସ ଆଧୁନିକ ଭିତିଭୂମିକୁ ଭାରତୀୟ ସଂସ୍କୃତି ସହିତ ମିଶ୍ରଣ କରିଛି ଯାହା ଏହାର ସ୍ଥାପତ୍ୟ, କଳା ଏବଂ ସାଂସ୍କୃତିକ ଉପାଦାନରେ ପ୍ରତିଫଳିତ ହେଉଛି। ଆମେ ଡିଜିଟାଲାଇଜେସନ୍ ପାଇଁ ପରିବର୍ତନକାରୀ ବାହକ ମଧ୍ୟ ପ୍ରଚଳନ କରିଛୁ ଏବଂ ଏଆଇ ଭଳି ସବୁଜ ପ୍ରଯୁୁକ୍ତି, ବ୍ଲକଚେନ ଡିଜାଇନ୍‌ଠାରୁ ଆରମ୍ଭ କରି ବିକ୍ରୟ ପର୍ଯ୍ୟନ୍ତ ବ୍ୟବସାୟ ପ୍ରକ୍ରିୟା ପାଇଁ ଏକୀକୃତ ବ୍ୟବସ୍ଥା ସୃଷ୍ଟି କରି ଶିଳ୍ପରେ ବିପ୍ଳବ ଆଣିବାକୁ ଯାଉଛି। ଏହି ପରିବର୍ତନ ପାଇଁ ପରାମର୍ଶଦାତା ପ୍ରତିଭାର ଏକ ନୂତନ ତରଙ୍ଗର ଆବଶ୍ୟକତା ରହିବ ଏବଂ ଏମବିଏ ସ୍ନାତକମାନେ ଏହି ପରିବର୍ତନର ନେତୃତ୍ୱ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ପ୍ରଫେସର ଜୟସ୍ୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱ ସ୍ଥାୟୀ ଅଭ୍ୟାସ ଆଡକୁ ଅଗ୍ରସର ହେଉଥିବାବେଳେ ତୈଳ, ଗ୍ୟାସ, କୋଇଲା ଏବଂ ପାରମ୍ପରିକ ଅଟୋମୋଟିଭ୍ ଉତ୍ପାଦନ ଭଳି ଶିଳ୍ପରେ ଉଲ୍ଲେଖନୀୟ ପରିବର୍ତନ ହେବ। ଏହି ପରିବର୍ତନ ସଠିକ୍ ଦକ୍ଷତା ସମ୍ପନ୍ନ ନେତାଙ୍କ ପାଇଁ ଉଭୟ ଆହ୍ୱାନ ଏବଂ ସୁଯୋଗ ଉପସ୍ଥାପନ କରୁଛି ଆଇଆଇଏମ୍ ସମ୍ବଲପୁର ଭଳି ଅନୁଷ୍ଠାନ ଏହି ପରିବର୍ତନର ନେତୃତ୍ୱ ନେବା ଦରକାର। ଆମେ ଏକ ଜ୍ଞାନ ଭିତିଭୂମିକୁ ପ୍ରୋତ୍ସାହିତ କରି ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ବିଶ୍ୱସ୍ତରୀୟ ସଂଗଠନ ଏବଂ ଶିଳ୍ପକୁ ସମର୍ଥନ କରିବ। ଏନେଇ ଆମେ ଏଅ୍ଧବ ସମର୍ଥିତ ଶୀକ୍ଷଣୀୟ ପରିଚାଳନା ବ୍ୟବସ୍ଥା ସହ ବୁଝାମଣା ସ୍ୱାକ୍ଷର କରିଛୁ। ଏହି ଅଭିଯାନ ଆଇଆଇଏମ୍ ସମ୍ବଲପୁରକୁ କେସ୍ ଷ୍ଟଡି ଓ ନିବନ୍ଧଗୁଡ଼ିକୁ ହାର୍ଭାର୍ଡ ବିଜନେସ୍ କେସେସ୍ ଭଳି ପରିଚିତ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଭଳି ବିକାଶ କରିବ ଓ ବାଂଟିପାରିବ।’’

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମାଜନ ୱେବ୍ ସର୍ଭିସେସ୍‌ର କଷ୍ଟମର୍ ସଲ୍ୟୁସନ୍‌-ସିଆଇଓ ଆଡଭାଇଜରି ମୁଖ୍ୟ ଡ. ବିଶ୍ୱଜିତ ମହାପାତ୍ର କହିଛନ୍ତି ଯେ, ଡିଜିଟାଲ ରୂପାନ୍ତରଣ ହେଉଛି ଏକ କ୍ରମଶଃ ବୁଦ୍ଧିମାନ, ପରସ୍ପର ସହ ଜଡ଼ିତ ଏବଂ ଉପକରଣଯୁକ୍ତ ଦୁନିଆ, ଯେଉଁଠାରେ ଆମେ କିପରି ଚିନ୍ତା କରୁ, କାର୍ଯ୍ୟ କରୁ ଏବଂ ପଦକ୍ଷେପ ନେଉ, ଯେଉଁଠାରେ ବିକଶିତ ମଡେଲ୍‌, ଅଭିନବ କାର୍ଯ୍ୟଶୈଳୀ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ନୂତନ ବ୍ୟବସାୟିକ ମାନଦଣ୍ଡ ସୃଷ୍ଟି ହୋଇଥାଏ। ଏହା କେବଳ ଏଆଇକୁ ବ୍ୟବସ୍ଥାରେ ଯୋଡିବାଠାରୁ ଆରମ୍ଭ କରି ଏଆଇ ଚାରିପାଖରେ ପ୍ରତ୍ୟେକ ବ୍ୟବସାୟିକ ଫଳାଫଳକୁ କେନ୍ଦ୍ରୀଭୂତ କରିବା, ଗଣତାନ୍ତ୍ରିକ ଉଦ୍ଭାବନ ଏବଂ ଉରରଦାୟୀ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ପରିବର୍ତନ। ଏକଦା ସଂକୀର୍ଣ୍ଣ ବିଶେଷଜ୍ଞତା ଦ୍ୱାରା ବ୍ୟାଖ୍ୟା କରାଯାଇଥିବା ଦକ୍ଷତା, ବର୍ତର୍ମାନ ଏକ କମ୍ବ ଆକୃତିର ଆଭିମୁଖ୍ୟ ଆବଶ୍ୟକ କରୁଛି। ବ୍ୟାପକ ଅନୁଭୂତି ଜ୍ଞାନ ସହିତ ଏକାଧିକ କ୍ଷେତ୍ରରେ ଗଭୀର ଦକ୍ଷତା ସହଯୋଗ ଏବଂ ସହଯୋଭାଗିତା ଉପରେ ନିର୍ମିତ ବ୍ୟବସ୍ଥା ସଫଳତାକୁ ପ୍ରୋତ୍ସାହିତ କରୁଛି। କ୍ଲାଉଡ୍‌, ବ୍ଲକଚେନ୍‌, ଆଇଓଟି ଏବଂ ବୁଦ୍ଧିମାନ କାର୍ଯ୍ୟପ୍ରବାହ ଭଳି ପ୍ରଯୁକ୍ତି ପରିବର୍ତନର ଭିତିଭୂମି ଗଠନ କରୁଛି ଯେଉଁଥିରେ ବାୟୁ ପରି ଡାଟା ଅପରିହାର୍ଯ୍ୟ ଅଟେ ଯାହା ଏହି ବିବର୍ତନକୁ ଶକ୍ତି ପ୍ରଦାନ କରିଥାଏ।’’

ଏହି କାର୍ଯ୍ୟକ୍ରମରେ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବର୍ଗର କ୍ରିତିକା କ୍ରିଷ୍ଣା ପାଂଚାଲ, ସପନା ରାଣୀ, ପଲ୍ଲବୀ ଲତା, ଗୁନିକା କୌର ଓ ମନଜୋତ କୌରଙ୍କ ସମେତ ମନୋନୀତ ମେଧାବୀ ଏମବିଏ ଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷାଗତ ଉତ୍କର୍ଷତା ପାଇଁ ଏକ ଲକ୍ଷ ଟଙ୍କାର ବୃତି ପ୍ରଦାନ କରାଯାଇଥିଲା। ଆଇଆଇଏମ୍ ସମ୍ବଲପୁର ଦିଲ୍ଲୀ କ୍ୟାମ୍ପସରେ କାର୍ଯ୍ୟରତ ପ୍ରଫେସନାଲଙ୍କ ପାଇଁ ଏମବିଏ କରିଥିବା ଡାକ୍ତର ଗିରିଶ ମୋହନ ଗୁପ୍ତାଙ୍କ ପତ୍ନୀ ଶ୍ରୀମତୀ ଶାରଦା ଗୁପ୍ତା ଏହି ପୁରସ୍କାର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସିଏସ୍‌ଏମ୍ ଟେକ୍ନୋଲୋଜିର ସିଇଓ ପ୍ରିୟଦର୍ଶୀ ନାନୁ ପାଣି, ପାଟର୍ଣ ଇଣ୍ଡିଆର ମହାପ୍ରବନ୍ଧକ ନୀଲେଶ ବିନିୱାଲେ, ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଜାତୀୟ ମୁଖ୍ୟ ମାନସ ବଡ଼ପଣ୍ଡା, ଏମ୍‌ଏସ୍‌ଏନ୍ ଲାବୋରେଟୋରିଜ୍‌ର ବରିଷ୍ଠ ଉପସଭାପତି ପଦ୍ମନାଭନ୍ ଏସ୍‌, ହିଣ୍ଡାଲ୍‌କୋ ଝାରସୁଗୁଡ଼ାର ଯୁଗ୍ମ ସଭାପତି ଓ ପ୍ଲାଂଟ୍ ମୁଖ୍ୟ ଗୁଲସନ୍ ତିୱାରୀ, ଆଇଆଇଟି ଖଡ଼ଗପୁରର ଟିସିଏସ୍ ଇନୋଭେସନ୍ ପାର୍କର ରିସର୍ଚ ମୁଖ୍ୟ ଡକ୍ଟର ଦେବାଶିଷ ଗୁହା, ଟୋରି ହାରିସ୍ ବିଜନେସ୍ ସଲ୍ୟୁସନ୍ସର ପ୍ରାଇଭେଟ୍ ଲିମିଟେଡ୍ର ସିଏଚ୍‌ଆର୍‌ଓ ଅପର୍ଣ୍ଣା ଚେତନ, ୱଲସ୍ପନ୍ କର୍ପୋରେସନ୍‌ର ଶକ୍ତି ବିଭାଗର ସଭାପତି ଓ ସିଇଓ ଘନଶ୍ୟାମ ପରିଡ଼ା, ଇଣ୍ଡିଆନୋ ପାଲେଟେରିଆର ପ୍ରତିଷ୍ଠାତା ଓ ସିଇଓ ଅଭିଶେକ କୁମାର ବର୍ମା, ଏମନ୍‌ଆର୍‌ଭି ଏଆଇର ସିଇଓ ଡକ୍ଟର ଅଂଶୁମାନ ଘୋଷ, ଜେଏସଡବ୍ଲ ଷ୍ଟିଲ୍ ର ସିଏଚ୍‌ଆର୍‌ଓ ଜୟ ପ୍ରକାଶ ସିଂହ, ବିଏମ୍‌ଡବ୍ଲୁ ଗ୍ରୁପ୍ ଇଣ୍ଡିଆର ଏଚ୍‌ଆର୍‌ବିପି ଅୟ ରକ୍ଷୀତ, ଇନଫୋସିସ୍‌ର ବରିଷ୍ଠ ନିର୍ଦ୍ଦେଶକ ତଥା ଇନ୍‌ଫୋସିସ୍ ଫାଉଣ୍ଡେସନ ଭୁବନେଶ୍ୱରର ମୁଖ୍ୟ ମନିଷ ପାଣ୍ଡେ, ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତଲ, ହିଣ୍ଡାଲକୋ ହୀରାକୁଦର ସଭାପତି ଦେବାଶିଷ ମଲ୍ଲିକ ଓ ଟିଆରଏଲ କ୍ରୋସାକି ରିଫ୍ରାକ୍ଟରିଜ୍ ଲିମିଟେଡ୍‌ର ବରିଷ୍ଠ ଭିପି-ଏଚ୍‌ଆର୍ ଆଣ୍ଡ୍ ଆଇଆର୍ ରାଜେଶ ସିଂହ ଉପସ୍ଥିତ ଥିଲେ।

About the Author

View All Posts

Post navigation

Previous: ରାମାୟଣ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନର ପ୍ରଥମ ବାର୍ଷିକୀ ପାଳନ
Next: ପିଏନ୍‌ସି-କେକେଆର୍ ମଧ୍ୟରେ ୯୦୦୦ କୋଟିର ଡିଲ୍‌: ଏନ୍‌ଏଚ୍‌ଏଆଇ ପକ୍ଷରୁ ୮ ସଂପତିକୁ ଅନୁମୋଦନ, ଜାନୁଆରି ଶେଷ ସୁଦ୍ଧା ଆଉ ଦୁଇଟି

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

Odisha Yatri App
  • ଖବର

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ସ୍ମାର୍ଟ ସୁରକ୍ଷା ବ୍ୟବସ୍ଥା: ପରିବହନ ସହ ଜନସୁରକ୍ଷାରେ ଦେଶରେ ପ୍ରଥମ ଓଡ଼ିଶା

Saswati Patra June 29, 2026
hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay