ମୋଦିଙ୍କ ଚଲାପଥର ସାଥି ହେବେ ସ୍ମୃତି


ମୋଦି ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ବୟନ ଶିଳ୍ପ ମନ୍ତ୍ରୀ ଦାୟିତ୍ୱରେ ଥିବା ସ୍ମୃତି ଇରାନି ନିଜ ରାଜନୈତିକ ଭବିଷ୍ୟତକୁ ନେଇ ଏକ ବଡ କଥା କହିଛନ୍ତି । ସେ କହିଛନ୍ତି ଯେ, “ମୋଦି ଯେଉଁଦିନ ରାଜନିତୀରୁ ସନ୍ୟାସ ନେଇଯିବେ ତାଙ୍କ ସହ ମୁଁ ମଧ୍ୟ ରାଜନିତୀରୁ ସନ୍ୟାସ ନେଇଯିବି” । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଏଭଳି ସମୟ ଆସିବାକୁ ଆହୁରୀ ବହୁତ ଦିନ ବାକି ରହିଛି ।”
ପ୍ରକାଶ ଥାଉକି ସ୍ମୃତି ‘ୱାର୍ଡସ କାଉଣ୍ଟ ଫେଷ୍ଟିବାଲ’ରେ ଚାଲିଥିବା ଏକ ଆଲୋଚନା ଚକ୍ରରେ ଏହି କଥା କହିଥିଲେ । ଯାହାର ନାମ ଥିଲା “ସ୍କ୍ରିପଟିଙ୍ଗ ଏଭରି ଷ୍ଟୋରୀ” । ଏହି ଆଲୋଚନା ଚକ୍ର ଚାଲିଥିବା ସମୟରେ ଜଣେ ବ୍ୟକ୍ତି “ଆପଣଙ୍କୁ କେବେ ପ୍ରଧାନସେବକ ରୂପେ ଦେଖିବାକୁ ମିଳିବ ?” ବୋଲି କହି ସ୍ମୃତିଙ୍କୁ ପ୍ରଶ୍ନ କରିଥିଲେ ।
ଏହାର ଜବାବରେ ସ୍ମୃତି କହିଥିଲେ ଯେ, “କେବେ ନୁହେଁ, ମୁଁ ଦେଶର ବିଶିଷ୍ଟ ଓ ଭଲ ନେତାମାନଙ୍କ ସହ କାମ କରିବା ପାଇଁ ରାଜନିତୀରେ ପାଦ ଥାପିଛି । ଏବଂ ମୁଁ ବହୁତ ଭାଗ୍ୟଶାଳୀ ଯେ,ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏବଂ ନରେନ୍ଦ୍ର ମୋଦିଙ୍କ ଭଳି ନେତାଙ୍କ ସହ କାମ କରିବା ପାଇଁ ସୁଯୋଗ ପାଇଛି । ”
ଏହା ପରେ ସେ କହିଥିଲେ ଯେ, ଯେଉଁଦିନ ଦେଶର ପ୍ରଧାନସେବକ (ନରେନ୍ଦ୍ର ମୋଦି) ରାଜନିତୀ ଛାଡିଦେବେ ତାଙ୍କ ସହ ମୁଁ ମଧ୍ୟ ଜାତୀୟ ରାଜନିତୀରୁ ନିଜକୁ ଅଲଗା କରିଦେବି ।”


Share It

Comments are closed.