ବେକର କଳାପଣ କିପରି ଦୂର କରିବେ ଜାଣନ୍ତୁ


ଶୀତଦିନେ ମହିଳାମାନେ ଚେହେରାରେ ଚମକ ଆଣିବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରିଥାନ୍ତି । କିନ୍ତୁ ବହୁ ମହିଳା ନିଜ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ପାଇଁ ଯେତିକି ଯତ୍ନବାନ ହୋଇଥାନ୍ତି କିନ୍ତୁ ବେକର ସୌନ୍ଦର୍ଯ୍ୟ ପାଇଁ ସେତିକି ଯତ୍ନବାନ ହୋଇନଥାନ୍ତି । ଯାହାଫଳରେ ମୁଖ ମଣ୍ଡଳ ତୁଳନାରେ ସେମାନଙ୍କ ବେକର ରଙ୍ଗ କଳା ପଡିଯାଇଥାଏ । ତେବେ ଏହି ସମସ୍ୟାକୁ କିପରି ଘରୋଇ ଉପାୟରେ ସମାଧାନ କରାଯାଇପାରିବେ ଆସନ୍ତୁ ଜାଣିବା ।
ବେକିଂ ସୋଡା
ଦୁଇ ଚାମଚ ବେକିଂ ସୋଡା ନିଅନ୍ତୁ । ଏଥିରେ ପାଣି ମିଶାଇ ଏକ ସେମି ଲିକ୍ୱିଡ ଘୋଳ ପ୍ରସ୍ତୁତ କରନ୍ତୁ । ଏହାକୁ ବେକରେ ଲଗାଇ କିଛି ସମୟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । କିଛି ଦିନ ଏପରି କରିବା ପରେ ଦେଖିବେ ଆପଣଙ୍କ ବେକର କଳାପଣ ଦୂର ହୋଇ ଚମକ ଫେରି ଆସିବ ।
କଞ୍ଚା ଅମୃତଭଣ୍ଡା
କଞ୍ଚା ଅମୃତଭଣ୍ଡାକୁ କାଟି ଗ୍ରାଇଣ୍ଡିଂ କରି ନିଅନ୍ତୁ । ସେଥିରେ ଗୋଲାପଜଳ ମିଶାଇ ଓ ଏକ ଚାମଚ ଦହି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ବେକରେ ଲଗାଇ କିଛି ସମୟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ସପ୍ତାହରେ ଥରେ ମାତ୍ର କରିବା ଦ୍ୱାରା ଆପଣ ଫରକ ଜାଣିପାରିବେ ।
ଲେମ୍ବୁ ଓ ମହୁ
ଲେମ୍ବୁ ରସ ଓ ମହୁକୁ ଏକା ସଙ୍ଗେ ଭଲଭାବେ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହାକୁ ବେକରେ ଲଗାଇ କିଛି ସମୟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଗାଧୋଇବା ସମୟରେ ବେକକୁ ଭଲଭାବେ ସଫା କରିଦିଅନ୍ତୁ । ଏପରି କରିବା ଦ୍ୱାରା ବେକର କଳାପଣ ଦୂର ହେବା ସହ ଭାଙ୍ଗ ମଧ୍ୟ ଦୂର ହୋଇଥାଏ ।
ଲେମ୍ବୁ
ଲେମ୍ବୁରେ ଭିଟାମିନ ସି’ ମହଜୁଦ ଥିବାରୁ ଏହା ଏକ ନେଚୁରାଲ ବ୍ଲିଚ ଭାବରେ କାମ କରିଥାଏ ଗାଧୋଇବା ପୂର୍ବରୁ ଗାଲରେ ହାଲୁକା ଭାବରେ ଲେମ୍ବୁ ରଗଡନ୍ତୁ । ସପ୍ତାହରେ ଦୁଇ ତିନି ଥର ଏପରି କରିବା ଦ୍ୱାର ଆପଣ ଫରକ ଅନୁଭବ କରିପାରିବେ ।


Share It

Comments are closed.