ସିରିଜ ବିଜୟ ସହ ର‌୍ୟାଙ୍କିଙ୍ଗରେ ଉପରକୁ ଉଠିଲା ଭାରତ


ଭାରତ ଠାରୁ ୫ଟି ଦିନିକିଆ ବିଶିଷ୍ଟ ସିରିଜକୁ ନ୍ୟୁଜିଲାଣ୍ଡ ୧-୪ରେ ହାରିବା ପରେ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଟିମ ଆଇସିସି ଦିନିକିଆ ର‌୍ୟାକିଙ୍ଗ ତାଲିକାରେ ତଳକୁ ଖସି ଆସିଛି । ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡ ଭାରତ ଠାରୁ ୩୫ ରନରେ ପରାସ୍ତ ହେବା ପରେ ଭାରତ ଏହି ସିରିଜକୁ ୪-୧ରେ କବଜା କରିନେଇଛି ।
ତେବେ ଏହି ସିରିଜରେ ନ୍ୟୁଜିଲାଣ୍ଡ ପରାଜୟ ବରଣ କରିବା ପରେ ଆଇସିସି ପକ୍ଷରୁ ସଦ୍ୟପ୍ରକାଶିତ ହୋଇଥିବା ଦିନିକିଆ ର‌୍ୟାକିଙ୍ଗ ତାଲିକାରେ ଦଳ ଚତୁର୍ଥ ସ୍ଥାନକୁ ଖସି ଆସିଛି । ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ଉଭୟଙ୍କର ୧୧୧-୧୧୧ ପଏଣ୍ଟ ଥିବାବେଳେ ଅଫ୍ରିକା ଠାରୁ ନ୍ୟୁଜିଲାଣ୍ଡ ଅଧିକ ମ୍ୟାଚ ଖେଳିଥିବା ହେତୁ ପଞ୍ଚମ ସ୍ଥାନରେ ରହିଛି ।
ସେପଟେ ଭାରତ ଏହି ସିରିଜକୁ ୪-୧ରେ ଜିତିବା ପରେ ଦଳକୁ ଗୋଟିଏ ପଏଣ୍ଟର ଫାଇଦା ମିଳିଛି । ଯାହାଫଳରେ ଭାରତର ବର୍ତ୍ତମାନ ପଏଣ୍ଟ ୧୨୨କୁ ପହିଞ୍ଚିଯାଇଥିବାବେଳେ ଶୀର୍ଷ ସ୍ଥାନରେ ରହିଛି ଇଂଲଣ୍ଡ । ଯାହାର ପଏଣ୍ଟ ରହିଛି ୧୨୬ ।
ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତର ୧୨୧ ପଏଣ୍ଟ ଥିବାବେଳେ ନ୍ୟୁଜିଲାଣ୍ଡର ୧୧୩ ପଏଣ୍ଟ ଥିଲା । ଚଳିତ ସପ୍ତାହରେ ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଠାରୁ ୨-୩ରେ ହାରିବା ପରେ ପାକିସ୍ତାନ ୧୦୨ ପଏଣ୍ଟ ସ୍ୱରୁପ ପଞ୍ଚମ ସ୍ଥାନରେ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା ଯେ, ଗତ ବିଶ୍ୱକପ ବିଜୟୀ ଅଷ୍ଟ୍ରେଲିଆ ବର୍ତ୍ତମାନ ୧୦୦ ପଏଣ୍ଟ ସ୍ୱରୁପ ଷଷ୍ଠ ସ୍ଥାନରେ ରହିଛି ।
ତେବେ କେଉଁ ଦଳ କେଉଁ ସ୍ଥାନରେ ରହିଛନ୍ତି ଆସନ୍ତୁ ଦେଖିବା
୧. ଇଂଲଣ୍ଡ – ୧୨୬ ପଏଣ୍ଟ
୨. ଭାରତ – ୧୨୨ ପଏଣ୍ଟ
୩. ଦକ୍ଷିଣ ଆଫ୍ରିକା – ୧୧୧ ପଏଣ୍ଟ
୪. ନ୍ୟୁଜିଲାଣ୍ଡ – ୧୧୧ ପଏଣ୍ଟ
୫. ପାକିସ୍ତାନ – ୧୦୨ ପଏଣ୍ଟ
୬. ଅଷ୍ଟ୍ରେଲିଆ – ୧୧୧ ପଏଣ୍ଟ
୭. ବାଙ୍ଗଳାଦେଶ – ୯୩ ପଏଣ୍ଟ
୮. ଶ୍ରୀଲଙ୍କା – ୭୮ ପଏଣ୍ଟ
୯. ୱେଷ୍ଟଇଣ୍ଡିଜ – ୭୨ ପଏଣ୍ଟ


Share It

Comments are closed.