ସୂର୍ଯ୍ୟ ପରାଗର ଦୃଶ୍ୟ ଦେଖି ଟ୍ୱିଟରେ ଫଟୋ ସେୟାର କଲେ ପ୍ରଧାନମନ୍ତ୍ରୀ


୨୦୧୯ର ସବୁଠାରୁ ବଡ ଏବଂ ଶେଷ ସୂର୍ଯ୍ୟ ପରାଗ ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ୬ ଜାନୁଆରୀ ଏବଂ ୨ ଜୁଲାଇରେ ଆଶିଂକ ସୂର୍ଯ୍ୟ ପରାଗ ଲାଗିଥିଲା । ଏହି ସୂର୍ଯ୍ୟ ପରାଗକୁ ଦେଶର ଦକ୍ଷିଣ ଭାଗ କର୍ଣ୍ଣାଟକ, କେରଳ ଏବଂ ତାମିଲ ନାଡୁରେ ଅଧିକ ମାତ୍ରାରେ ଦେଖିଯିବାକୁ ଥିବାବେଳେ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଏହା ଆଂଶିକ ଭାବରେ ଦେଖାଯିବ ।
ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ବିରଳ ହୋଇଥିବାବେଳେ ଓଡିଶା ସମେତ ଦେଶର କେତେକ ସ୍ଥାନରେ ଆକାଶ ମେଘାଛନ୍ନ ରହିଥିବା ହେତୁ ସୂର୍ଯ୍ୟ ପରାଗ ଦେଖିବା ସମ୍ଭବପର ହୋଇ ନାହିଁ । ଏହା ଛଡା ଡୁବାଇରୁ ମଧ୍ୟ ସୂର୍ଯ୍ୟ ପରାଗର ସ୍ପଷ୍ଟ ଚିତ୍ର ସାମନାକୁ ଆସିଛି । ଆଗାମୀ ବର୍ଷ ୨୦୨୦ରେ ପ୍ରଥମ ସୂର୍ଯ୍ୟ ପରାଗ ଜୁନ ୨୧ରେ ଲାଗିବ । ଏହା ପରେ ୧୪ ଡିସେମ୍ବରରେ ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଲାଗିବ ।

ଦେଶବାସୀଙ୍କ ସମେତ ପ୍ରଧାନମନ୍ତ୍ରୀ ମଧ୍ୟ ସୂର୍ଯ୍ୟ ପରାଗର ଅଦ୍ଭୁତ ଦୃଶ୍ୟ ଦେଖିଲେ । ସେ ଟ୍ୱିଟ କରି କହିଛନ୍ତି ଯେ, “ଆକାଶ ମେଘାଚ୍ଛନ୍ନ ରହିଥିବା ହେତୁ ଦୁର୍ଭାଗ୍ୟବଶତଃ ମୁଁ ସୂର୍ଯ୍ୟ ପରାଗ ଦେଖି ପାରିଲି ନାହିଁ । କିନ୍ତୁ ସିଧା ପ୍ରସାରଣ ଦ୍ୱାରା ମୁଁ କୋଝିକୋଡ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ସୂର୍ଯ୍ୟ ପରାଗର ସ୍ପଷ୍ଟ ଝଲକ ଦେଖି ପାରିଛି ।”


Share It

Comments are closed.