ସୂର୍ଯ୍ୟକୁମାରଙ୍କୁ ପ୍ରଶଂସା କରି ଚୟନକର୍ତ୍ତାଙ୍କ ଉପରେ ପ୍ରଶ୍ନ ଉଠାଇଲେ ହରଭଜନ


ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳର ଘୋଷଣା ହୋଇ ସାରିଛି । ଏହି ଦଳରେ ନବାଗତ ଯୁବ ଖେଳାଳୀ ସୂର୍ଯ୍ୟକୁମାର ଯାଦବଙ୍କୁ ଚୟନ କରାଯାଇଥିବାବେଳେ ଅନ୍ୟପଟେ ଭେଟରାନ କ୍ରିକେଟର ହରଭଜନ ସିଂହ ଚୟନକର୍ତ୍ତାଙ୍କ ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ହରଭଜନ ଚୟନକର୍ତ୍ତାଙ୍କ ନିଷ୍ପତି ଉପରେ ପ୍ରଶ୍ନ ଉଠାଇବା ସହ ସମାଲୋଚନା କରି କହିଛନ୍ତି ଯେ, “ଏତେ ଭଲ ପ୍ରଦର୍ଶନ କରିବା ସତ୍ତେ୍ୱ ମଧ୍ୟ ସୂର୍ଯ୍ୟକୁମାରଙ୍କୁ ସିନିୟର ଟିମରେ ସ୍ଥାନ ମିଳୁ ନାହିଁ । ଏବଂ ସର୍ବଦା ତାଙ୍କୁ ଇଣ୍ଡିଆ ଏ, ବି ଏବଂ ସିରେ ଖେଳିବାକୁ ସୁଯୋଗ ମିଳୁଛି ।”

ସେପଟେ ସୂର୍ଯ୍ୟକୁମାର ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ମୋର କେବଳ ଗୋଟଏ ଲକ୍ଷ୍ୟ ମୁଁ କିପରି ଭାରତୀୟ ଦଳ ପାଇଁ ଖେଳିବି । ସେଥିପାଇଁ ମୁଁ ବର୍ତ୍ତମାନ ଉପରେ ଗୁରୁତ୍ୱ ଦେଉଛି । ଆପଣଙ୍କୁ ପ୍ରକ୍ରିୟା ଅନୁକରଣ କରିବାକୁ ପଡିଥାଏ ଏବଂ ଆପଣ ସେହି ସମୟରେ କିଛି ଅଲଗା ଭାବି ପାରିବେ ନାହିଁ । ଯଦି ଛୋଟ ଜିନିଷକୁ ସଠିକ ଋପେ କରିବେ ତେବେ ଦିନେ ନା ଦିନେ ଆପଣ ଆନ୍ତର୍ଜାତିକ ଦଳ ଖେଳିବେ ।”


Share It

Comments are closed.