କିପରି ନେବେ ଶିଶୁ ଚର୍ମର ଯତ୍ନ , ଆସନ୍ତୁ ଜାଣିବା


ଶିଶୁମାନଙ୍କ ଚର୍ମ ବହୁତ କୋମଳ ଥାଏ ତେଣୁ ପ୍ରାପ୍ତବୟସ୍କଙ୍କ ତୁଳନାରେ ସେମାନଙ୍କ ଚର୍ମକୁ ନେଇ ଅଧିକ ଚିନ୍ତା କରାଯାଏ । ପାଣିପାଗରେ ପରିବର୍ତନ ମଧ୍ୟ ଆପଣଙ୍କ ଚର୍ମର ସମ୍ବେଦନଶୀଳତାକୁ ପ୍ରଭାବିତ କରିଥାଏ । ଗରମ, ଥଣ୍ଡା କିମ୍ବା ବର୍ଷା, ପ୍ରତିଟି ପାଗ ଆପଣଙ୍କ ଶିଶୁଙ୍କୁ ଭିନ୍ନ ଭିନ୍ନ ଉପାୟରେ ପ୍ରଭାବିତ କରିଥାଏ । ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଟିପ୍ସ ସଂପର୍କରେ, ଯାହାକି ଆପଣଙ୍କ ଶିଶୁ ଚର୍ମର ଯତ୍ନ ନେବାରେ ସହାୟକ ହେବ ।
୧. ଚର୍ମ ଦାଗକୁ ଦୂର କରିବାରେ ସହାୟତା ପ୍ରଦାନ କରିବା ପାଇଁ ସବୁଠୁ ଶ୍ରେଷ୍ଠ ବିକଳ୍ପ ହେଉଛି ପ୍ରାକୃତିକ ଉପାଦାନ ଥିବା ଉତ୍ପାଦ ବ୍ୟବହାର କରିବା ।
୨. ପ୍ରତିଦିନ ଗାଧୁଆ ସମୟର ଅଂଶ ଭାବେ ଅଭିଭାବକମାନେ ଏକ କୋମଳ ବେବି ବାଥ୍ କିମ୍ବା ସାବୁନ୍ ଚୟନ କରିପାରିବେ । ବେବି ୱାସ୍ ଚିକ୍ପିଆ ଏବଂ ଫେନୁଗ୍ରିକ୍ରେ ସମୃଦ୍ଧ ରହିଛି ଯାହା ହାଲୁକା ଭାବେ ଶିଶୁର ଚର୍ମକୁ କ୍ଲିନ୍ଜ ଓ ମଏଶ୍ଚରାଇଜ୍ କରିଥାଏ ।
୩. ଯେଉଁ ଅଭିଭାବକମାନେ ସାବୁନ ବ୍ୟବହାର କରୁଛନ୍ତି ସେମାନେ ଅଲିଭ୍ ଅଏଲ୍ ଓ ବାଦାମ ତେଲ ଥିବା ଏକ କୋମଳ ସାବୁନ ଚୟନ କରନ୍ତୁ । ଅଲିଭ ଅଏଲ ଚର୍ମକୁ କୋମଳ ରଖୁଥିବା ବେଳେ ବାଦାମ ଦେଲ ଚର୍ମକୁ ସମୃଦ୍ଧ କରିଥାଏ ବୋଲି ଡକ୍ଟର ମାନେ କହିଥାନ୍ତି ।
୪. ମନ୍ଦାର ଓ ଚିପ୍କିଆ ଥିବା ଏକ କୋମଳ ଏବଂ ହାଲୁକା ସାମ୍ପୁ ବ୍ୟବହାର କରିବାର ଗୁରୁତ୍ୱ ବିଷୟରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ଯାହା କେଶକୁ କ୍ଲିନ୍ଜ ଓ କଣ୍ଡିସନିଂ କରିଥାଏ । ଚିପ୍କିଆ କେଶକୁ ସମୃଦ୍ଧ କରୁଥିବା ବେଳେ ମନ୍ଦାର ମଏଶ୍ଚରାଇଜ୍ ଓ କଣ୍ଡିସନ୍ କରିବାରେ ସହାୟକ ହୋଇଥାଏ ।
୫. ଡାଇପର ବଦଳାଇବା ଓ ଗାଧୁଆ ପରେ ଆଲୋଭିରା, ବାଦାମ ତେଲ ଓ ୟଓଦା ଭସ୍ମ ଥିବା ଡାଇପର୍ ର‌୍ୟାସ୍ କ୍ରିମ୍ ବ୍ୟବହାର କଲେ ଡାଇପର୍ ଦାଗ ଦୂର ହୁଏ । ଆଲୋଭେରା (ଘିକୁଆଁରି) ଜୀବାଣୁ ନାଶକ ଉପାଦାନ ଭାବେ କାମ କରୁଥଛି ଏବଂ ତାହା ଚର୍ମକୁ ଉପଷମ କରିବାରେ ସହାୟକ ହୁଏ । ୟଶଦା ଭସ୍ମ ଓ ବାଦାମ ତେଲ ଚର୍ମରେ ଜ୍ୱଳନକୁ କମ୍ କରେ ଏବଂ ଚର୍ମକୁ ମଏଶ୍ଚରାଇଜ୍ କରେ ।
ଦାଗ ଆପଣଙ୍କ ଶିଶୁ ପାଇଁ ସମସ୍ୟା ସୃଷ୍ଟି କରିପାରେ ଯାହାକୁ ଉପଯୁକ୍ତ ଯତ୍ନ ଓ ଉତ୍ପାଦ ଜରିଆରେ ପରିଚାଳନା କରାଯାଇପାରିବ । ତେଣୁ, କୋମଳ ଓ ପ୍ରାକୃତିକ ଉତ୍ପାଦ ବ୍ୟବହାର କରିବା ବହୁତ ଗୁରୁତ୍ୱପୂର୍ଣ୍ଣ । ତଥାପି ଯଦି ଦାଗ ରହୁଛି ତେବେ ଚର୍ମରୋଗ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ ।


Share It

Comments are closed.