ଗିରଫ ହେଲା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ‘ହାଫିଜ ସଏଦ’


୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ‘ହାଫିଜ ସଏଦ’ଙ୍କୁ ପାକିସ୍ତାନ ପୋଲିସ ଲୋହରରୁ ଗିରଫ କରାଯାଇଛି । ହାଫିଜଙ୍କୁ ୨୦୦୯ର ଏକ ମାମଲା ଯୋଗୁଁ ଗିରଫ କରାଯାଇଛି । ପାକିସ୍ତାନ ମିଡିଆ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ହାଫିଜଙ୍କୁ ବର୍ତ୍ତମାନ ନ୍ୟାୟିକ ହେପାଜତରେ ପଠାଇ ଦିଆଯାଇଛି ।
ଗିରଫ ହେବା ବେଳକୁ ହାଫିଜ, ଲାହୋରରୁ ଗୁଜାରାୱାଲକୁ ଯାଉଥିଲେ । ଚଳିତ ବର୍ଷ ହାଫିଜଙ୍କୁ ପାକିସ୍ତାନ ସରକାର ଆଣ୍ଟି-ଟେରିରିଜମ ଆକ୍ଟ -୧୯୯୭ ଅଧିନରେ ତାଙ୍କ ସଙ୍ଗଠନ ‘ଜମାତ-ଉଦ-ଦାୱା’ ଏବଂ ‘ଫଲାହ-ଏ-ଇନସାନିୟତ’ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।


ହାଫିଜଙ୍କୁ କେଉଁ ମାମଲାରେ ଗିରଫ କରାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ମିଳିଥିବା ସୂଚନା ମୁତାବକ ତାଙ୍କୁ ‘କାଉଣ୍ଟର-ଟେରିରିଜିମ’ର ଅଧିକାରୀମାନେ ଟେରର ଫଣ୍ଡିଙ୍ଗ ମାମଲାରେ ଗିରଫ କରିଛନ୍ତି ବୋଲି ସୂଚନା ମିଳିଛି ।
ପ୍ରକାଶ ଥାଉକି, ୩ ଜୁଲାଇରେ ହାଫିଜଙ୍କ ସମେତ ‘ଜମାତ-ଉଦ-ଦାୱା’ର ୧୩ ନେତାଙ୍କ ବିରୋଧରେ ଆଣ୍ଟି-ଟେରିରିଜମ ଆକ୍ଟ ଅଧିନରେ ଟେରର ଫଣ୍ଡିଙ୍ଗ ଏବଂ ମନି ଲଣ୍ଡରିଙ୍ଗ ଭଳି ଅନେକ ମାମଲା ତାଙ୍କ ବିରୋଧରେ ରୁଜୁ ହୋଇଥିଲା ।


Share It

Comments are closed.