ରିଅଲମି ପକ୍ଷରୁ ଶୁଭାରମ୍ଭ ହେଲା ଦୁଇଟି ନୂଆ ସ୍ମାର୍ଟଫୋନ


ଭାରତର ନଂ ୧ ଉତ୍ତମ ଗୁଣବତ୍ତା ଓ ଆକର୍ଷଣୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ପକ୍ଷରୁ ଦୁଇଟି ମଡେଲ୍ ରିଅଲମି ଏକ୍ସ ଓ ରିଅଲମି ୩ଆଇର ଶୁଭାରମ୍ଭ କରିଛି । ରିଅଲମି ଏକ୍ସ ଗ୍ରାହକ ମାନଙ୍କୁ ଅତ୍ୟାଧୁନିକ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସହିତ ଅତ୍ୟନ୍ତ ବ୍ୟୟସାପେକ୍ଷ, ବାସ୍ତବ ଫୁଲ୍-ଭ୍ୟୁ ଅନୁଭୂତି ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି । ଆଉ ଏଥିରେ ରହିଛି ସ୍ନାପଡ୍ରାଗନ୍ ୭୧୦ ପ୍ରୋସେସର୍, ୨୦ ୱାଟ୍ ଭୋକ୍ ୩.୦ ଫ୍ଲାସ୍ ଚାର୍ଜ ସହିତ ଏକ ୩,୭୬୫ ଏମଏଏଚ୍ ବ୍ୟାଟେରୀ । ଏହାର ପ୍ରମିୟମ୍ ବୈଶିଷ୍ଟ୍ୟମାନଙ୍କ ମଧ୍ୟରେ ରହିଛି ସୋନୀ ଆଇଏମଏକ୍ସ୫୮୬ ୪୮ ଏମ୍ପି ସହିତ ଡୁଆଲ୍ ରିଅର୍ କ୍ୟାମେରା ସେଟ୍ଅପ୍ ଏବଂ ୫ମ୍ପେି ସେନ୍ସର୍ ଏବଂ ଏହାର ଫ୍ରଣ୍ଟ କ୍ୟାମେରା ସୋନୀ ଆଇଏମଏକ୍ସ୪୭୧ ୧୬ଏମ୍ପି ସେନ୍ସର୍ ସହିତ ଆସୁଛି । ରିଅଲମି ଏକ୍ସ ଦୁଇଟି ଭ୍ୟାରିଆଣ୍ଟ ମାତ୍ର ୧୬,୯୯୯/-ଟଙ୍କାରେ ୪ ଜିବି ରାମ୍ + ୧୨୮ ରମ୍ ଓ ମାତ୍ର ୧୯,୯୯୯/-ଟଙ୍କାରେ ୮ଜିବି ରାମ୍ + ୧୨୮ ଜିବି ରମ୍ ସହିିତ ଆସୁଛି, ଯାହା ଦୁଇଟି ରଙ୍ଗ: ପୋଲାର୍ ହ୍ୱାଇଟ୍ ଓ ସ୍ପେସ୍ ବ୍ଲୁରେ ଉପଲବ୍ଧ ।

ରିଅଲମି ଆଉ ଏକ “ଡିଜାଇନ୍ ରିଡିଫାଇନଡ଼” ବଜେଟର ରିଅଲ୍ମି ୩ଆଇର ଶୁଭାରମ୍ଭ କରିଛି । ଏଥିରେ ରହିଛି ମିଡିଆ ଟେକ୍ ହେଲିଓ ପି୬୦ ଏବଂ ମନଷ୍ଟର୍ ୪୨୩୦ଏମଏଏଚ୍୍ ବ୍ୟାଟେରୀ, ଯାହା ଏକ ଶକ୍ତିଶାଳୀ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବା ସହିତ ଦୀର୍ଘସ୍ଥାୟୀ ବ୍ୟାଟେରୀ କ୍ଷମତା ମଧ୍ୟ ପ୍ରଦାନ କରୁଛି । ୧୩ଏମ୍ପି ପ୍ରାଇମେରୀ + ୨ଏମପି ସେକେଣ୍ଡାରୀ କ୍ୟାମେରା ଭାରତୀୟ ଗ୍ରାହକ ମାନଙ୍କୁ ଏହାର ପ୍ରାଇସ୍ ସେଗମେଣ୍ଟରେ ଏକମାତ୍ର ନାଇଟସ୍କେପ୍ ମୋଡ଼କୁ ପରିଚାଳନା କରିବାକୁ ସୁଯୋଗ ପ୍ରଦାନ କରୁଛି । ଏହି ନୂତନ ବଜେଟ୍ ମୂଲ୍ୟର ଫୋନ୍ ଏକ ସ୍ମଜ୍-ଫ୍ରି ଡାଇମଣ୍ଡ-କଙ୍କ୍ ଡିଜାଇନ୍ ସହିତ ୩ଟି ଆକର୍ଷଣୀୟ ରଙ୍ଗ: ଡାଇମଣ୍ଡ ବ୍ଲାକ୍, ଡାଇମଣ୍ଡ ବ୍ଲୁ ଏବଂ ବୋଲ୍ଡ ଡାଇମଣ୍ଡ ରେଡ଼ରେ ଉପଲବ୍ଧ ହେଉଛି । ସମସ୍ତ ଆକର୍ଷଣୀୟ ବେଶିଷ୍ଟ୍ୟ ସହିତ ରିଅଲମି ୩ଆଇ ୩ଜିବି ରାମ୍ + ୩୨ ଜିବି ରମ୍ ଭ୍ୟାରିଆଣ୍ଟ ନିମନ୍ତେ ମାତ୍ର ୭,୯୯୯/-ଟଙ୍କାରେ ଏବଂ ୪ଜିବି ରାମ୍ + ୬୪ ଜିବି ରମ୍ ଭ୍ୟାରିଆଣ୍ଟ ପାଇଁ ମାତ୍ର ୯,୯୯୯/-ଟଙ୍କାରେ ଉପଲବ୍ଧ ହେଉଛି ।
ରିଅଲ୍ମି ଏକ୍ସର ପ୍ରଥମ ସେଲ୍ ଫ୍ଲିପକାର୍ଟ ଓ ରିଅଲମି.କମ୍/ଇନ୍/ ରେ ଜୁଲାଇ ୨୪, ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବ । କିନ୍ତୁ ଅପେକ୍ଷା କରିବାକୁ ପସନ୍ଦ କରୁନଥିବା ଗ୍ରାହକମାନଙ୍କ ପାଇଁ ରିଅଲମି ଏକ୍ସ ଫ୍ଲିପକାର୍ଟ ଓ ରିଆଲମି.କମ୍/ଇନ୍/ ରେ ଜୁଲାଇ ୧୮ ରାତି ୮ଟାରେ ବିକ୍ରି ଆରମ୍ଭ ହେବ । ଗ୍ରାହକମାନେ ଏସବିିଆଇ କ୍ରେଡିଟ୍ କାର୍ଡ ମାଧ୍ୟମରେ ୧୦% ରିହାତି ସହିତ ୬ ମାସ ପର୍ଯ୍ୟନ୍ତ ବିନା ମୂଲ୍ୟ ଇଏମ୍ଆଇ ସୁବିଧା ପାଇପାରିବେ । ଅନ୍ୟ ପକ୍ଷରେ ରିଅଲ୍ମି ୩ଆଇ ଫ୍ଲିପକାର୍ଟ ଓ ରିଆଲମି.କମରେ ଉପଲବ୍ଧ ହେବ, ଯାହାର ପ୍ରଥମ ବିକ୍ରି ଜୁଲାଇ ୨୩, ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବାକୁ ଯାଉଛି ।
ରିଅଲ୍ମି ଏକ୍ସ ସ୍ପାଇଡରମ୍ୟାନ୍ ସଂସ୍କରଣ ବ୍ଲାଇଣ୍ଡ ଅଡର୍ ସମୟରେ ବିକ୍ରି ହୋଇସାରିଛି ଏବଂ ଗ୍ରାହକମାନେ ବଳକା ପେମେଣ୍ଟ ପ୍ରକ୍ରିୟାକୁ ଜୁଲାଇ ୨୨ରୁ ଜୁଲାଇ ୨୬ ମଧ୍ୟରେ ଶେଷ କରିପାରିବେ । ରିଅଲ୍ମି ଏକ୍ସ ମାଷ୍ଟର ସଂସ୍କରଣ ପାଇଁ ସେଲ୍ ଅତି ଶୀଘ୍ର ଉପଲବ୍ଧ ହେବ ।
ଏହି ଶୁଭାରମ୍ଭ ବିଷୟରେ ଶ୍ରୀଯୁକ୍ତ ମାଧବ ସେଠ, ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ – ରିଅଲମି ଇଣ୍ଡିଆ ପ୍ରକାଶ କରିଛନ୍ତି, “ଅତ୍ୟାଧୁନିକ ସ୍ମାର୍ଟଫୋନ୍ ରିଅଲମି ଏକ୍ସ ଓ ରିଅଲମି ୩ଆଇର ଶୁଭାରମ୍ଭ ଆମର ବାଣ୍ଡର ପ୍ରତିଶୃତି ‘ଡେୟାର୍ ଟୁ ଲିପ୍’କୁ ପ୍ରଦର୍ଶନ କରୁଛି, ଯାହା ଚମତ୍କାର କାର୍ଯ୍ୟଦକ୍ଷତା, ଡିଜାଇନ୍ ଏବଂ ଗୁଣବତ୍ତା ପ୍ରଦାନ କରୁଛି । ରିଅଲ୍ମି ଏକ୍ସ ଏହାର କାଟାଗୋରୀରେ ଅତ୍ୟନ୍ତ ବ୍ୟୟସାପେକ୍ଷ, ଆଂଶିକ ପପ୍-ଅପ୍, ବାସ୍ତବ ଫୁଲ୍-ସ୍କ୍ରିନ୍ ଅନୁଭୂତି ପ୍ରଦାନ କରୁଛି ଏବଂ ଏଥିରେ ଡଲବି ଆଟମସ୍, ଅତ୍ୟାଧୁନିକ ଇନ୍-ଡିସ୍ପ୍ଲେ ଫିଙ୍ଗରପ୍ରିଣ୍ଟ ଜ୍ଞାନକୌଶଳ ଭଳି ବିଭିନ୍ନ ଟପ୍-ଇନ୍-ଲାଇନ୍ ବୈଶିଷ୍ଟ୍ୟମାନ ରହିଛି । ଆମେ ରିଅଲମି ୩ଆଇରେ ସବ୍-୯କେ କାଟାଗୋରୀରେ ଅତ୍ୟନ୍ତ କଟିଂ ଏଜ୍ ଜ୍ଞାନକୌଶଳ ପ୍ରଦାନ କରୁଛୁ, ଯାହା ନିଶ୍ଚିତ କରୁଛି ଯେ, ପ୍ରଥମ ଥର ପାଇଁ ସ୍ମାର୍ଟଫୋନ୍ କିଣୁଥିବା ଓ ସାରା ଭାରତର ସମସ୍ତ ଗ୍ରାହକମାନେ ଏକ ସର୍ବୋତ୍କୃଷ୍ଟ ମାନର ବୈଶିଷ୍ଟ୍ୟ ଓ ଆବିଷ୍କାରର ପଚିଚାଳନା ନିମନ୍ତେ ସୁଯୋଗ ପାଉଛନ୍ତି ।”
ଅସିମ୍ ମାଥୁର୍, ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ, ମାର୍କେଟିଂ, ଡଲବି ଗବେଷଣାଗାର ପ୍ରକାଶ କରିଛନ୍ତି, “ଘରେ ତଥା ପ୍ରେକ୍ଷାଳୟ ସମେତ, ଡଲବି ଆଟ୍ମସ୍ ମୋବାଇଲରେ ଅଡିଓ ଅନୁଭୂତିର ମାର୍ଗକୁ ପରିବର୍ତ୍ତନ କରି ଚମତ୍କାର ଓ ଅଭୁତପୂର୍ବ ଅନୁଭୂତିକୁ ସକ୍ରିୟ କରୁଛି । ରିଅଲ୍ମି ଏଳ୍ସରେ ଡଲ୍ବି ଆଟମସ୍ ଲୋକପ୍ରିୟ ମୋବାଇଲ୍ ଅଅପ୍ଲିକେସନରେ ବିଷୟକୁ ତ୍ୱରାନ୍ୱିତ କରିବ ଓ ସ୍ମାର୍ଟଫୋନ୍କୁ ଏକ ମନୋରଞ୍ଜନ ପ୍ରଦାନକାରୀ ହବରେ ପରିଣତ କରିବ ।”


Share It

Comments are closed.