କିଡନୀର କିପରି ନେବେ ଯତ୍ନ ଜାଣନ୍ତୁ


ଶରୀରରେ ଦୁଇଟି କିଡନୀ ରହିଛି । ସେଗୁଡିକ ଶରୀରରେ ଫିଲଟର ପରି କାର୍ଯ୍ୟ କରିଥାଏ ଏବଂ ଏହା ରକ୍ତ ବିଶୋଧନ କରି ଅନାବଶ୍ୟକ ଉପାଦାନକୁ ନିଷ୍କାସନ କରିଥାଏ । ଏହି ଉପାଦାନଗୁଡିକ ପରିସ୍ରାରେ ନିଷ୍କାସିତ ହୋଇଥାଏ । ଏହା ଶରୀରର ଖୁବ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତେଣୁ ଏହାର ଯତ୍ନ ଅତ୍ୟନ୍ତ ଆବଶ୍ୟକ । ଏହି କିଡନୀ ରୋଗର କାରଣଗୁଡିକ ମଧ୍ୟରେ ଉଚ୍ଚ ରକ୍ତ ଚାପ, ଡିସପ୍ଲେଡିଆ – କୋଲେଷ୍ଟ୍ରୋଲ ଏବଂ ଟ୍ରାଇଗ୍ଲିସେରାଇଡରେ ବୃଦ୍ଧି, କ୍ରୋନିକ ଡାଇବେଟିସ, ବାରମ୍ବାର ପରିସ୍ରା ସଂକ୍ରମଣ, ପରିସ୍ରା ଟ୍ରାଷ୍ଟରେ ଷ୍ଟୋନ, ନିର୍ଦ୍ଧିଷ୍ଟ ବଂଶାନୁକ୍ରମିକ ରୋଗ ଏବଂ େଓøଷଧ ଖାଇବା ଇତ୍ୟାଦି ରହିଛି । ତେଣୁ କିଡନୀର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ଆସନ୍ତୁ ଜାଣିବା କିପରି ନେବେ କିଡନୀର ଯତ୍ନ –

୧. ହାଇଡ୍ରେଟ ରୁହନ୍ତୁ –

କିଡନୀର ସଠିକ ରକ୍ଷଣାବେକ୍ଷଣ ପାଇଁ ଶରୀରକୁ ଉପଯୁକ୍ତ ପରିମାଣର ଜଳ ଆବଶ୍ୟକ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ଜଳ ମଧ୍ୟ କିଡନୀ ପାଇଁ କ୍ଷତିକାରକ । ଦିନକୁ ଅତିକମରେ ୬ରୁ ୮ ଗ୍ଲାସ ପାଣି ପିଇବା ଦ୍ୱାରା ଶରୀରକୁ ବହୁ ପ୍ରକାରର ସୁଫଳ ମିଳିଥାଏ ।

୨. ସୁସ୍ଥକର ଖାଦ୍ୟ ଗ୍ରହଣ –

କିଡନୀ ପାଇଁ ସୁସ୍ଥକର ଖାଦ୍ୟ ଖୁବ ଉପକାରୀ । କିଡନୀ ସିମୀତ ପରିମାଣର ଜଙ୍କ ଫୁଡ ହଜମ କରିପାରେ । ମଧ୍ୟମ ଧରଣର ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରରେ ଓଜନ ସହିତ ରକ୍ତ ଚାପ ନିୟନ୍ତ୍ରଣ କରିଥାଏ । ଏହା ଦ୍ୱାରା ଡାଇବେଟିସ ଏବଂ ଅନ୍ୟାନ୍ୟ ରୋଗ ହେବାର ସମ୍ଭାବନା ନଥାଏ ତେଣୁ କିଡନୀ ମଧ୍ୟ ନଷ୍ଟ ହେବାର ସମ୍ଭାବନା ଖୁବ କମ ଥାଏ ।

୩. ନିୟମିତଭାବେ ବ୍ୟାୟାମ କରନ୍ତୁ –

ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ ଏବଂ ଏହା ଦ୍ୱାରା କିଡନୀ ଭଲ ରହିଥାଏ । ବ୍ୟାୟାମ କରିବା ଦ୍ୱାରା ଖାଦ୍ୟ ପିଇବା ଏବଂ ଜଳ ପାନରେ ପ୍ରଭାବ ପଡିଥାଏ । ତେଣୁ କିଡନୀ ମଧ୍ୟ ସୁସ୍ଥ ରହିଥାଏ ।

୪. ଧୂମ୍ରପାନ କରନ୍ତୁ ନାହିଁ –

ଗବେଷଣାରୁ ଜଣା ଯାଇଛି ଯେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ଠାରୁ ଧୂମ୍ରପାନ ନକରୁଥିବା ବ୍ୟକ୍ତିଙ୍କ କିଡନୀ ଖୁବ ଖରାପ ଅବସ୍ଥାରେ ଥାଏ । ଧୂମ୍ରପାନ କରିବା ଦ୍ୱାରା କିଡନୀରେ ଖରାପ ପ୍ରଭାବ ପକାଇଥାଏ । ଧୂମ୍ରପାନ କରିବା ଦ୍ୱାରା ରକ୍ତ ସଂଚାଳନରେ ପ୍ରଭାବ ପଡିଥାଏ ତେଣୁ ବୃକକକୁ ସଠିକ ଭାବେ ରକ୍ତ ପହଞ୍ଚିନଥାଏ । ଅତ୍ୟଧିକ ମାତ୍ରାରେ ଧୂମ୍ରପାନ କରିବା ଦ୍ୱାରା ମଧ୍ୟ ରକ୍ତ ଚାପ ବୃଦ୍ଧି ପାଇଥାଏ ତେଣୁ କିଡନୀ କ୍ୟାନସରର ମଧ୍ୟ ସମସ୍ୟା ସୃଷ୍ଟି ହୁଏ । ତେଣୁ ଧୂମ୍ରପାନ ନକରିବା ଶରୀର ପାଇଁ ଖୁବ ଲାଭଦାୟକ ।

୫. କୋଲେଷ୍ଟ୍ରୋଲ ମାତ୍ରା କମ କରନ୍ତୁ –

ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ଅଧିକ ହେବା ଦ୍ୱାରା ରକ୍ତ ଚାପ ବୃଦ୍ଧି ହୋଇଥାଏ । ଏହା ଦ୍ୱାରା ବୃକକ୍ ଉପରେ ପ୍ରଭାବ ପଡିଥାଏ । ତେଣୁ ଶରୀରରେ ଓଜନ ହ୍ରାସ କରି କୋଲେଷ୍ଟ୍ରୋଲରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ।


Share It

Comments are closed.