ବିଜେପିରେ ଯୋଗଦେଲେ ସୋନିଆଙ୍କ ପୂର୍ବତ୍ତନ ସଚିବ


ଲୋକସଭା ନିର୍ବାଚନ ପୂର୍ବରୁ ନେତାଙ୍କର ଦଳ ପରିବର୍ତ୍ତନ ନୀତ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁ ରହିଥିବାବେଳେ ଆଜି ପୁଣିଥରେ ଜଣେ ବରିଷ୍ଠ କଂଗ୍ରେସ ନେତା ହାତ ଛାଡି ପଦ୍ମ ଧରିଛନ୍ତି । କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ ତଥା ୟୁପିଏ ଚେୟାରମ୍ୟାନ ସୋନିଆ ଗାନ୍ଧୀଙ୍କର ପୂର୍ବତ୍ତନ ସଚିବ ‘ଟମ ଭାଡାକନ’ ହାତ ଛାଡି ଆଜି ପଦ୍ମ ଧରିଛନ୍ତି ।
ଟମ ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ଦଳର ବରିଷ୍ଠ ନେତା ଏବଂ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥ୍ିତିରେ ସେ ଆଜି ବିଧିବଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଟମ ପୂର୍ବରୁ କଂଗ୍ରେସର ମୁଖପାତ୍ର ମଧ୍ୟ ରହିସାରିଛନ୍ତି ।
ବିଜେପିରେ ଯୋଗଦେବା ଅବସରରେ ଟମ କହିଛନ୍ତି ଯେ, “ପାକିସ୍ତାନୀର ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପ ସତ୍ତେ୍ୱ କଂଗ୍ରେସ ଯେଉଁଭଳି ଭାବେ ଆତଙ୍କବାଦୀଙ୍କ ଚିନ୍ତାଧାରାକୁ ସୁହାଇଲା ଭଳି ମନ୍ତବ୍ୟ ଦେଉଛି, ତାହା ଦେଶ ପାଇଁ ବହୁତ ଦୁଃଖଦ ଘଟଣା ଏବଂ ତାଙ୍କର ଏହି ଆଭିମୁଖ୍ୟ ଦେଖି ମୁଁ କଂଗ୍ରେସ ଛାଡି ବିଜେପିରେ ଯୋଗଦେବାର ନିରନ୍ତର ନିଷ୍ପତି ନେଇଛି । ”


Share It

Comments are closed.