ଦିଲ୍ଲୀ ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ଗମ୍ଭୀର


ଗତ ଲୋକସଭା ନିର୍ବାଚନରେ ଦିଲ୍ଲୀର ସମସ୍ତ ଆସନରୁ ବିଜୟର ଧ୍ୱଜା ଉଡାଇଥିବା ବିଜେପି ଏଥର ପ୍ରାର୍ଥୀ ଚୟନରେ କିଛି ପରିବର୍ତ୍ତନ କରିପାରେ । ମିଳିଥିବା ସୂଚନା ମୁତାବକ କେତେକ ସାଂସଦଙ୍କ ନିର୍ବାଚନ ମଣ୍ଡଳୀକୁ ଅଦଳବଦଳ କରାଯିବାକୁ ଥିବାବେଳେ ଆଉ କେତେକ ଟିକେଟ ପାଇବାରୁ ବଞ୍ôଚତ ମଧ୍ୟ ହୋଇପାରନ୍ତି ।
ଦଳର ବିଶେଷ ସୂତ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏଥର ଦିଲ୍ଲୀରେ ଦୁଇରୁ ତିନୋଟି ନୂଆ ମୁହ ମଧ୍ୟ ଦେଖିବାକୁ ମିଳିପାରେ । ବିଜେପିର ଏହି ନୂଆ ମଧ୍ୟରୁ ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ନାମ ମଧ୍ୟ ସାମିଲ ରହିଛି ।
ଉତ୍ତର ପୂର୍ବ ଦିଲ୍ଲୀର ସାଂସଦ ତଥା ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ପୁଣି ଥରେ ସେହି ଆସନରୁ ନିର୍ବାଚନ ଲଢିବାର ସୂଚନା ମିଳିଥିବା ବେଳେ ପୂର୍ବ ଦିଲ୍ଲୀ ସାଂସଦ ମହେଶ ଗିରିଙ୍କ ଟିକେଟ ଏଥର କଟିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ଏହା ମଧ୍ୟ ମିଳୁଛି ଯେ, ଡ. ହର୍ଷବର୍ଦ୍ଦନଙ୍କୁ ଦଳ ଏହି ଆସନରୁ ପ୍ରାର୍ଥୀ ରୂପେ ଛିଡା କରିପାରେ । ସେହିଭଳି ରାଜ୍ୟସଭାରୁ ସାଂସଦ ତଥା ମନ୍ତ୍ରୀ ବିଜୟ ଗୋଏଲଙ୍କ ନାମ ବର୍ତ୍ତମାନ ଚର୍ଚ୍ଚାରେ ରହିଥିବାବେଳେ ଗମ୍ଭୀରଙ୍କୁ ଦିଲ୍ଲୀ ଲୋକସଭା ଆସନରୁ ପାର୍ଥୀ କରାଯାଇପାରେ ବୋଲି ବିଶ୍ୱସ୍ତ ସୁତ୍ରରୁ ସୂଚନା ମଧ୍ୟ ମିଳିଛି ।


Share It

Comments are closed.