ପ୍ରୟାଗରାଜରେ ଘଟିଲା ବଡ ଅଘଟଣ, ବୁଢିଲା ଯାତ୍ରୀବାହୀ ଡଙ୍ଗା


ଉତ୍ତର ପ୍ରଦେଶର ପ୍ରୟାଗରାଜରେ କୁମ୍ଭ ମେଳା ଚାଲିଥିବା ସମୟରେ ଏକ ବଡ ଅଘଟଣ ଘଟିଯାଇଛି । ପ୍ରୟାଗରାଜରେ ସଙ୍ଗମ ଚାଲିଥିବା ସମୟରେ ଏକ ଶ୍ରଦ୍ଧାଳୁ ଭରା ଥିବା ଡଙ୍ଗା ବୁଡିଯାଇଛି, ଯେଉଁଥିରେ ୧୨ରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ ବୋଲି ସୂଚନା ମିଳିଥିଲା । ତେବେ ବୁଡିଯାଇଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ଏନଡିଆରଏଫ ଟିମ ଏବଂ ଦମକଳ ବାହାନୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଥିବାବେଳେ ବର୍ତ୍ତମାନ ସମସ୍ତେ ଉକ୍ତ ଡଙ୍ଗାର ସନ୍ଧାନ କରୁଛନ୍ତି ।
ବର୍ତ୍ତମାନ ଉଦ୍ଧାର ହୋଇଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ପୋଲିସ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇ ଦେଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସଙ୍ଗମସ୍ଥଳ ନିକଟରେ ଡଙ୍ଗା ରହିଥିଲା । ଶ୍ରଦ୍ଧାଳୁ ଏଠାକୁ ସ୍ନାନ କରିବା ପାଇଁ ଆସିଥିଲେ । ସେହି ସମୟରେ ଜଣେ ମହିଳା ଶ୍ରଦ୍ଧାଳୁ ଏକ ଡଙ୍ଗାରୁ ଅନ୍ୟ ଏକ ଡଙ୍ଗାକୁ ଯାଉଥିବା ସମୟରେ ତାଙ୍କ ଗୋଡ ଖସିଯାଇଥିଲା ଏବଂ ସେ ପାଣି ଭିତରକୁ ଗଳି ପଡିଥିଲେ । ଯାହା ଫଳରେ ଡଙ୍ଗାରୁ ଉପସ୍ଥିତ ଥିବା ଅନ୍ୟ ସମସ୍ତ ଶ୍ରଦ୍ଧାଳୁ ବ୍ୟସ୍ତତା ଭିତରେ ଅନ୍ୟ ଏକ ଡଙ୍ଗାକୁ ଡେଇଁବା ସମୟରେ ଉକ୍ତ ଡଙ୍ଗାଟି ଓଲଟି ପଡିଥିଲା ।
ଘଟଣାସ୍ଥଳୀରେ ଉପସ୍ଥିତ ଥିବା ଏନଡିଆରଏଫ ଟିମ ଏବଂ ଦମକଳ ବାହାନୀ ସମସ୍ତ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲେ ।


Share It

Comments are closed.