କିଡନୀକୁ ସୁସ୍ଥ ରଖିବାର ଘରୋଇ ଉପଚାର ସଂପର୍କରେ ଜାଣନ୍ତୁ


ଆମ ଶରୀରର ବାହ୍ୟ ପରିଷ୍କରଣ ପ୍ରତି ଆମେ ଧ୍ୟାନ ଦେଉଥିବା ବେଳେ ଶରୀରର ଆଭ୍ୟନ୍ତରୀଣ ପରିଷ୍କରଣର ଧ୍ୟାନ ଆମ କିଡନୀ ରଖିଥାଏ । ଏହା ବ୍ୟତୀତ ଶରୀରରେ ରାସାୟନିକ ପଦାର୍ଥର ସନ୍ତୁଳନ ଏବଂ ରକ୍ତଚାପର ନିୟନ୍ତ୍ରଣରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଏହା ରକ୍ତରେ ଉପସ୍ଥି୍ତ ଜଳ ଏବଂ ଅନାବଶ୍ୟକ ପଦାର୍ଥକୁ ପୃଥକ କରିଥାଏ । କିନ୍ତୁ ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଯୋଗୁଁ ଲୋକମାନେ ଅଧିକ ପରିମାଣର ଜଙ୍କଫୁଡ ସେବନ କରୁଛନ୍ତି ଯାହାକି କିଡନୀକୁ ବିଭିନ୍ନ ଉପାୟରେ ପ୍ରଭାବିତ କରିଥାଏ । ଏଣୁ ଆମେ କିଡନୀର ଉପଯୁକ୍ତ ଦେଖାଶୁଣା ନିମନ୍ତେ କିଛି ରାମବାଣ ନେଇ ଆସିଛୁ ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଉପକାରୀ ଅଟେ । ହଳଦୀ-ଲୋ ୟୁରିନ ଭଲ୍ୟୁମ, ରିନଲ ଫେଲର ଏବଂ ଏହିଭଳି କିଛି ସାମାନ୍ୟ ସଂକ୍ରମଣର ଚିକିତ୍ସାରେ ହଳଦୀର ବ୍ୟବହାର ହୋଇଥାଏ । ଏହାର ଅନେକ ଫାଇଦା ରହିଛି ଯେମିତିକି ଏହା ସଂକ୍ରମଣ ଜନିତ ବିପଦକୁ ଦୂର କରିଥାଏ, ଶରୀରରେ ଫୁଲାଗୁଡ଼ିକୁ କମ କରିଥାଏ, କିଡନୀରେ ପଥର ଜମିବାରୁ ନିବୃତ୍ତ ରଖିଥାଏ ଏବଂ ଲିଭରକୁ ମଧ୍ୟ ସୁସ୍ଥ ରଖିଥାଏ । ଅଦା-ଶରୀରରୁ ବିଷାକ୍ତ ପଦାର୍ଥଗୁଡ଼ିକୁ ବାହାର କରିବା ପାଇଁ ଅଦାର ବ୍ୟବହାର ସବୁସମୟରେ ହୋଇଆସୁଛି । ଏହା କିଡନୀ ଏବଂ ଲିଭରରୁ କ୍ଷତିକାରୀ ଟକ୍ସିନକୁ ହଟାଇଥାଏ । ଏହା କଡନୀରୁ ଯନ୍ତ୍ରଣାକୁ କମ କରିବାରେ ସାହାୟକ ହୋଇଥାଏ । ଧନିଆ-ଧନିଆର ବ୍ୟବହାର ଦ୍ୱାରା ଦରଜରୁ ଆରାମ ମିଳିଥାଏ । ଏହା ମୂତ୍ରତ୍ୟାଗ ସମୟରେ ହେଉଥିବା ଜ୍ୱଳନକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ । ବ୍ଲେଡର ଏବଂ ୟୁରିଟର ଜନିତ ସଂକ୍ରମଣକୁ ଠିକ କରିଥାଏ । ପ୍ରାକୃତିକ ଡାଇୟୁରେଟିକ ହିସାବରେ ଏହା କିଡନୀକୁ ସୁସ୍ଥ ରଖିଥାଏ ।ତ୍ରିଫଳା-ଏହା କିଡନୀର ସମସ୍ତ କାର୍ଯ୍ୟରେ ସୁଧାର ଆଣିବାରେ ସହାୟକ ହୋଇଥାଏ । ତ୍ରିଫଳା ଉଭୟ କିଡନୀ ଏବଂ ଲିଭରକୁ ମଜବୁତି ପ୍ରଦାନ କରିଥାଏ ।


Share It

Comments are closed.