ଆଇସିସି ପକ୍ଷରୁ ଆୟୋଜନ କରାଯିବ ଏଚଆର୍ ଲିଡରସିପ୍ ସମିଟ୍ ୨୦୧୯


ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ତରଫରୁ ଭୁବନେଶ୍ୱରର ମେ’ଫେୟାର କନ୍ଭେନ୍ସନ୍ ଠାରେ ଏଚ୍ଆର୍ ଲିଡରସିପ୍ ସମିଟ୍ ୨୦୧୯କୁ ଆସନ୍ତା ଅଗଷ୍ଟ ୩୦ ତାରିଖରେ ଆୟୋଜନ କରାଯିବ । ଏହି ସମିଟ୍ର ମୂଳ ଲକ୍ଷ୍ୟ ହେଉଛି ମାନବ ସମ୍ବଳ ପରିଚାଳନା ସହ ଜଡ଼ିତ ଥିବା ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଏକତ୍ରୀତ କରିବା ଏବଂ ଓଡ଼ିଶାକୁ ଏକ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଦରକାର ହେଉଥିବା ସୁଯୋଗ ସୃଷ୍ଟି କରିବା ନିମନ୍ତେ ମାନବ ସମ୍ବଳକୁ କିଭଳି ଉପଯୋଗ କରାଯାଇପାରିବ ସେ ଦିଗରେ ମାନଓ ମନ୍ଥନ କରିବାର ଏକ ମଂଚ ପ୍ରଦାନ କରିବା । ଏହି ସମିଟ୍ ହେଉଛି ଏଚ୍ଆର୍ ମୁଖ୍ୟ, ଷ୍ଟାଫିଂ ମ୍ୟାନେଜର, ବିଜନେଓ ସ୍କୁଲ, ଇଞ୍ଜିନିୟରିଂ ଗ୍ରାଜୁଏଟ, ବିିଭିନ୍ନ କ୍ଷେତ୍ରର କର୍ମଚାରୀ, କୌଶଳ ବିକାଶ କରୁଥିବା ସଂସ୍ଥା ଏବଂ କୌଶଳ ବିକାଶ କରୁଥିବା ସରକାରୀ ସଂସ୍ଥା ଓ ସଂଗଠନଗୁଡ଼ିକୁ ଏକତ୍ରୀତ କରିବା ଏବଂ ଉପଯୁକ୍ତ ମଂଚ ପ୍ରଦାନ କରିବାର ଏକ ଉଦ୍ୟମ । ଆସନ୍ତା ଅଗଷ୍ଟ ୩୦ରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୈଠକରେ ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ସଂଯୋଜକ ସଂଜୟ କୁମାର ପଟ୍ଟନାୟକ, ଏଚ୍ଆର୍ ଓ ଆଇଆର୍ କମିଟିର ବିଶେଷଜ୍ଞ ସଦସ୍ୟ ଡକ୍ଟର ସାନ୍ତନୁ ରଥ, ଜେ.କେ ଖୁଂଟିଆ ଏବଂ ଡକ୍ଟର ଅରୁଣ ଭଟ୍ଟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସମିଟର ମୁଖ୍ୟାଂଶ:
ବିଜନେସ୍ ଲିଡର୍ସିପ୍ ଆଣ୍ଡ୍ ମ୍ୟାନେଜମେଂଟ୍
• ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶ ଅନୁଶୀଳନ
• ପ୍ରତିଭା ପରିଚାଳନା
• ଏଚଆର ପ୍ରଯୁକ୍ତି ଓ ପରିବର୍ତନ
• ଶିକ୍ଷା ଏବଂ ବିକାଶ
• ସ୍ୱାସ୍ଥ୍ୟ ଓ କଲ୍ୟାଣ
• ନିୟୋଜନ ଏବଂ ନିଯୁକ୍ତି ନିୟମ
• ପ୍ରଦର୍ଶନ ପରିଚାଳନା ଓ ଉତ୍ପାଦକତା


Share It

Comments are closed.