ବର୍ଷା ଦିନିଆ ରୂପି ସମସ୍ୟାକୁ ଦୂରେଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ


ବର୍ତ୍ତମାନର ଆଧୁନିକ ଯୁଗରେ ଆମର ଖାଦ୍ୟପେୟ, ବିଭିନ୍ନ କେମିକାଲ ଯୁକ୍ତ ସୌନ୍ଦର୍ଯ୍ୟ ପ୍ରସାଧନର ବହୁଳ ବ୍ୟବହାର ଏବଂ ଏହି ଭଳି ବିଭିନ୍ନ କାରଣରୁ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ରୂପେ ଦେଖାଯାଉଛି । ରୂପି ଏହାର ଏକ ମୂଖ୍ୟ କାରଣ ଅଟେ । ଏଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ପ୍ରସାଧନ ତୁଳନାରେ କେତେକ ଘରୋଇ ଉପଚାର ଆପଣାନ୍ତୁ । ଯାହା ଆପଣଙ୍କ ମୁଣ୍ଡର ତ୍ୱଚାରେ କୋମଳତାର ସହ କାମ କରିଥାଏ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଘରୋଇ ଉପଚାର ବିଷୟରେ । ୧. ଆପଲ ସାଇଡର ଭିନେଗର: ଆପଲ ସାଇଡର ଭିନେଗର ପ୍ରାକୃତିକ ଉପାୟରେ କେଶକୁ ପରିଷ୍ୃତ କରିଥାଏ ଏବଂ ମୁଦ୍ରିତ ଛିଦ୍ର ଗୁଡ଼ିକୁ ଏବଂ କେଶର ଲୋମକୂପ ଗୁଡ଼ିକୁ ସଫା କରିଥାଏ । ଏଥିପାଇଁ ଦୁଇ କପ ଆପଲ ସାଇଡର ଭିନେଗରରେ ତିନି କପ ଥଣ୍ଡା ପାଣି ମିଶାନ୍ତୁ ଏବଂ ଶାମ୍ପୂ କରିସାରିବା ପରେ ଏହି ମିଶ୍ରଣରେ କେଶକୁ ଧୋଇ ନିଅନ୍ତୁ । ଏହାକୁ ଦୁଇ ମିନିଟ ପର୍ଯ୍ୟନ୍ତ ରଖି ଧୋଇ ନିଅନ୍ତୁ । ଭଲ ଫଳାଫଳ ପାଇଁ ଏହାକୁ ସପ୍ତାହକୁ ଥରେ ବ୍ୟବହାର କରନ୍ତୁ । ଏହା ଆପଣଙ୍କୁ ଅନଲାଇନରେ ମିଳିଯିବ । ୨. ପିଆଜ: ଏଥିରେ ଥିବା ଆଣ୍ଟି-ମାଇକ୍ରୋବିଆଲ ଗୁଣ ଯୋଗୁଁ ରୂପି ପାଇଁ ଏକ ଆଦର୍ଶ ଉପାଦାନ ରୁପେ ଜଣାଶୁଣା । ଏହା କେଶର ତ୍ୱଚାରେ ରକ୍ତ ସଞ୍ଚାଳନ ବଢ଼ାଇ ଟକ୍ସିନ ଗୁଡ଼ିକୁ ନଷ୍ଟ କରିଦେଇଥାଏ । ଏଥିପାଇଁ ପିଆଜକୁ ଭଲଭାବରେ ପେଷ୍ଟ କରି ଏହାକୁ କେଶର ମୂଳରୁ ଆରମ୍ଭ କରି ସମ୍ପୂର୍ଣ୍ଣ କେଶରେ ଲଗାଇ ଏକ ଘଣ୍ଟା ପାଇଁ ରଖି ଏକ ସଲଫେଟ ରହିତ ଶାମ୍ପୂରେ କେଶକୁ ଧୋଇ ନିଅନ୍ତୁ । ୩. ନଡ଼ିଆ ତେଲ: ଏହାର ଆଣ୍ଟି-ଫଙ୍ଗାଲ ଗୁଣ କେଶର ତ୍ୱଚାକୁ ମଶ୍ଚରାଇଜ କରିବା ସହ କୁଣ୍ଡାଇ ହେବାକୁ ଦୂର କରିଥାଏ । ଏଥିପାଇଁ ସମାନ ପରିମାଣର ନଡ଼ିଆ ତେଲ ଏବଂ ଲେମ୍ବୁ ରସକୁ ଏକାଠି ମିଶାଇ କେଶର ତ୍ୱଚାରେ ମସାଜ କରନ୍ତୁ । ଏହାର ୨୦ ମିନିଟ ପରେ ଶାମ୍ପୂ କରି ନିଅନ୍ତୁୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ରୂପି ସମସ୍ୟା ଠାରୁ ମୁକ୍ତି ପାଇଯିବେ । ୪. ରସୁଣ: ଏହା ସାଲିସାଇଲିକ ଏସିଡରେ ଭରପୁର ଯାହାକି ରୂପି ସମସ୍ୟା ପାଇଁ ବ୍ୟବହୃତ ହେଉଥିବା ଏକ ସାଧାରଣ ଚିକିତ୍ସା । ଏହାକୁ ପେଷ୍ଟ କରି ମହୁରେ ମିଶାଇ କେଶରେ ଲଗାଇ ୫-୧୦ ମିନିଟ ପରେ ଏକ ମାଇଲ୍ଡ ଶାମ୍ପୂରେ କେଶକୁ ଧୋଇ ନିଅନ୍ତୁ । ଏଥିରୁ ଆପଣ ଉତ୍ତମ ଫଳାଫଳ ପାଇ ପାରିବେ ।


Share It

Comments are closed.