ପାକିସ୍ତାନରେ ଭଙ୍ଗାରୁଜା ହେଲା ହିନ୍ଦୁ ମନ୍ଦିର


ପାକିସ୍ତାନର ସିନ୍ଧ ଅଞ୍ଚଳରେ କେତେକ ଦୁର୍ବୃତ୍ତ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରି ପବିତ୍ର ଗ୍ରନ୍ଥ ଏବଂ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ଅଲଗା କରଦେଇଛନ୍ତି । ଏହି ଘଟଣାକୁ ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ଆଦେଶ ମଧ୍ୟ ଦେଇଛନ୍ତି । ଏହି ଘଟଣା ପାକିସ୍ତାନର ଖୈରପୁର ଜିଲ୍ଲାର କୁମ୍ଭ ସହରରେ ଗତ ସପ୍ତାହରେ ଘଟିଛି ।
ଏହି ଘଟଣା ଘଟାଇବା ପରେ ଉକ୍ତ ଆରୋପୀ ଫେରାର ହୋଇଯାଇଛି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ସିନ୍ଧ ସରକାରଙ୍କ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏହା କୋରାନଙ୍କ ଶିକ୍ଷା ବିରୋଧରେ । ହିନ୍ଦୁ ସମୁଦାୟ ଉକ୍ତ ଆରୋପୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି । ”
ମିଳିଥିବା ସୂଚନା ମୁତାବକ ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରିବା ପରେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ହିନ୍ଦୁ ସମୁଦାୟ ସହରର ବିଭିନ୍ନ ପ୍ରାନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଲିସ ବର୍ତ୍ତମାନ ତାହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦୋଷୀଙ୍କୁ ଗିରିଫ କରାଯାଇ ପାରି ନାହିଁ ।
ଏହି ଘଟଣାକୁ ନେଇ କୌଣସି ବ୍ୟକ୍ତି କିମ୍ବା ସଙ୍ଗଠନ ବର୍ତ୍ତମାନ ପର୍ଯ୍ୟନ୍ତ ନିଜକୁ ଦାୟି କରି ନାହାନ୍ତି । ତେବେ ମୁସଲିମ ବହୁଳ ଦେଶ ପାକିସ୍ତାନରେ ସମୁଦାୟ ୨୨ କୋଟି ଲୋକ ରହୁଥିବାବେଳେ ଏଠାରେ ୨ ପ୍ରତିଶତ ହିନ୍ଦୁ ବସବାସ କରନ୍ତି । ଅଧିକ ହିନ୍ଦୁ ପାକିସ୍ତାନର ସିନ୍ଧ ଅଞ୍ଚଳରେ ବସବାସ କରନ୍ତି ।


Share It

Comments are closed.