ଭୁବନେଶ୍ୱରରେ ଦର୍ଶକଙ୍କୁ ମନରୋଞ୍ଜନ କଲେ ‘ଡିଜେ ସୁକେତୁ’


ବ୍ଲେଣ୍ଡର୍ସ ପ୍ରାଇଡ ମ୍ୟାଜିକାଲ ନାଇଟସ ଷ୍ଟାଇଲ୍ ପାର୍ଟିଜ୍ ଭୁବନେଶ୍ୱରରେ ଡ଼ିଜେ ସୁକେତୁଙ୍କ ସହିତ ଦର୍ଶକ ମାନଙ୍କୁ ଆକର୍ଷିତ କରିପାରିଛି । ଏହି ଅବସରରେ ଭାରତର ଟପ ଡିଜେ ସୁକେତୁ ତାଙ୍କର ଲାଟେଷ୍ଟ ମ୍ୟୁଜିକକୁ ମ୍ୟାଡ ମ୍ୟୁଲ କ୍ଲବିନ ଭୁବନେଶ୍ୱରରେ ପରିବେଷିତ କରି ଦର୍ଶକଙ୍କୁ ବିମୋହିତ କରିଛନ୍ତି । ବଲିଉଡ ଏବଂ କମର୍ସିଆଲ ପପର ସମନ୍ୱୟରେ ଡିଜେ ସୁକେତୁ ତାଙ୍କର ଆକର୍ଷଣୀୟ ମ୍ୟୁଜିକ ଓ ଶକ୍ତି ଦ୍ୱାରା ଦର୍ଶକଙ୍କୁ ବାନ୍ଧି ରଖିଥିଲେ ।
‘ମାଇଁ ବ୍ଲେଣ୍ଡ, ମାଇଁ ପ୍ରାଇଡ’ ଜରିଆରେ ଭୁବନେଶ୍ୱରରେ ଡିଜେ ସୁକେତୁ ତାଙ୍କର ଯାଦୁ ଦ୍ୱାରା ଦର୍ଶକମାନଙ୍କୁ ବାନ୍ଧି ରଖିପାରିଛନ୍ତି । ଏଥିରେ ବଲିଉଡ ମ୍ୟୁଜିକ ଓ କମର୍ସିଆଲ ପପର ସମନ୍ୱୟ ରହିବା ପାଇଁ ବ୍ଲେଣ୍ଡର୍ସ ପ୍ରାଇଡ ମ୍ୟାଜିକାଲ ନାଇଟସ ଷ୍ଟାଇଲ୍ ପାର୍ଟିଜ୍ ପାଇଁ କିଛି ଚିକ, ହାର୍ଟ-ରେଣ୍ଡିନ ଓ ୱେଭି ମ୍ୟୁଜିକକୁ ରିମିକ୍ସ କରାଯାଇଛି ।
ଏହି ଅବସରରେ ଶ୍ରୀ ରାଜା ବାନାର୍ଜି, ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ,ପର୍ଣଡ୍ ରିକାର୍ଡ ଇଣ୍ଡିଆ କହିଛନ୍ତି ଯେ, “ଆଜିର ଗ୍ରାହକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଷ୍ଟାଇଲ ଓ ଏହାକୁ ପ୍ରକାଶ କରିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ପ୍ରତ୍ୟେକଙ୍କ ଠାରେ କ୍ଷମତା ରହିଛି । ”
‘ମାଇଁ ବ୍ଲେଣ୍ଡ, ମାଇଁ ପ୍ରାଇଡ’ କ୍ୟୁରେସନ ସମ୍ପର୍କରେ ମ୍ୟୁଜିସିଆନ ଡିଜେ ସୁକେତୁ କହିଛନ୍ତିଯେ, “ଏହି ସଙ୍ଗୀତ ପଛରେ ପ୍ରେରଣା ହେଉଛି ଯେପରି ଯୁବକମାନେ ଏହି ମ୍ୟୁଜିକ ମାଧ୍ୟମରେ ଏକତ୍ରିତ ହୋଇପାରିବେ ଓ ସମ୍ପୂର୍ଣ୍ଣ ଭାବରେ କୃତଜ୍ଞତାର ସହିତ ନିଜର ଜୀବନକୁ ଉପଭୋଗ କରିପାରିବେ । ”


Share It

Comments are closed.