କିଶୋରୀମାନଙ୍କର ବ୍ରଣ ସମସ୍ୟା ପାଇଁ ସଚେତନତା କାର୍ଯ୍ୟକ୍ରମ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଫେସୱାସ ବ୍ରାଣ୍ଡ ହିମାଳୟାନ ପ୍ୟୁରିଫାଇଙ୍ଗ ନିମ ଫେସ ୱାସ ପକ୍ଷରୁ ଅଭିଯାନ “ମାଇଁ ଫାର୍ଷ୍ଟ ପିମ୍ପଲ” ର ତୃତୀୟ ପର୍ଯ୍ୟାୟ ସାନ୍ତନୁ ଇଂରାଜୀ ମିଡିୟମ ବିଦ୍ୟାଳୟରେ ଆୟୋଜିତ ହୋଇଛି । “ମାଇଁ ଫାର୍ଷ୍ଟ ପିମ୍ପଲ” ଅଭିଯାନ ଏକ ସ୍ୱତନ୍ତ୍ର ପଦକ୍ଷେପ ଯାହା ୧୩-୧୪ ବର୍ଷର କିଶାରୀ ମାନଙ୍କ ସହ ସଂଯୋଗ ସ୍ଥାପନ କରି ସେମାନଙ୍କ ବର୍ଦ୍ଧିଷ୍ଣୁ ଅବସ୍ଥାରେ ସେମାନେ ସାମ୍ନା କରୁଥିବା ବ୍ରଣ ସମସ୍ୟା ସମେତ ମାନସିକ ଏବଂ ଶାରିରୀକ ସମସ୍ୟା ଗୁଡ଼ିକୁ ସମାଧାନ କ୍ଷେତ୍ରରେ ପ୍ରୋତ୍ସାହିତ କରିବାର ଉଦ୍ଦେଶ୍ୟ ରଖିଥାଏ । \nଭୁବନେଶ୍ୱର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାନ୍ତନୁ ଇଂରାଜୀ ମିଡିୟମ ବିଦ୍ୟାଳୟର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଅତିଥି ବକ୍ତା ଭାବେ ଆନ୍ତର୍ଜର୍ାତୀୟ କରାଟେ ପ୍ରଶିକ୍ଷକ ଭାଲେନା ଭାଲେଣ୍ଟିନା, ହିମାଲୟ ଡ୍ରଗ କମ୍ପାନୀ, ଉପଭୋକ୍ତା ଉତ୍ପାଦ ବିଭାଗ, ଫେସ ୱାସ ବ୍ରାଣ୍ଡର ପରିଚାଳକ, କିର୍ତ୍ତୀକା ଦାମୋଧରନ ମଧ୍ୟ ଉପସ୍ଥିତ ଥିଲେ । ଏହି ବ୍ୟସ୍ତତାମୟ ଅଧିବେସନ ମାଧ୍ୟମରେ ଭାଲେନା ଛାତ୍ରଛାତ୍ରୀ ମାନଙ୍କ ସହ ଯୋଡ଼ି ହୋଇଥିଲେ ଏବଂ ସେ କିଭଳି ନିଜର କିଶୋର ଅବସ୍ଥାରେ ସବୁବେଳେ ସକାରାତ୍ମକ ରହିବାର ପ୍ରୟାସ କରୁଥିଲେ ଏବଂ କୌଣସି ବାଧାବିଘ୍ନରେ ମଧ୍ୟ ଭାଙ୍ଗି ପଡ଼ୁନଥିଲେ ସେହି ବିଷୟରେ ବର୍ଣ୍ଣନା କରିଥିଲେ । \nଏହି ସ୍ୱତନ୍ତ୍ର ପଦକ୍ଷେପ ସହ ନିଜର ସଂଯୋଗ ସମ୍ପର୍କରେ ଭାଲେନା ଭାଲେଣ୍ଟିନା କହିଛନ୍ତି, “ପ୍ରତ୍ୟେକ ନିଜର ଗଠନାତ୍ମକ ଅବସ୍ଥାରେ ଏହି ବ୍ରଣ ଜନିତ ସମସ୍ୟାକୁ ଅନୁଭୂୁତି କରନ୍ତି ଏବଂ ରୂପ ଚେହେରାର କ୍ରମାଗତ ବ୍ୟସ୍ତତା ସେମାନଙ୍କ ମନୋବଳକୁ ମଧ୍ୟ ପ୍ରଭାବିତ କରିଥାଏ । ଆମେ ଜାଣିବା ଉଚିତ ଏହା ଯେ ତ୍ୱଚାର ସମସ୍ୟା ଗୁଡ଼ିକ ଆଦୌଁ ଦୀର୍ଘସ୍ଥାୟୀ ନୁହଁନ୍ତି ବରଂ ଉତ୍ତମ ତଥା ଉପଯୁକ୍ତ ଯତ୍ନ ଏବଂ ସମୟ ସହ ଏହା ଆପେ ଆପେ ଦୂର ହୋଇ ଯାଇଥାଏ । ଏହା ହିଁ କିଶୋରୀ ମାନଙ୍କ ପାଇଁ ଉପଯୁକ୍ତ ସମୟ ଯେତେବେଳେ କି ସେମାନେ କିଛି ବୃହତ କରିବାର ଚିନ୍ତା କରି ପାରିବା ସହ ନିଜର ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରି ପାରିବେ ଏବଂ ସେମାନଙ୍କ ସ୍ୱପ୍ନ ତଥା ଜୀବନରେ କିଛି ହେବାର ଇଚ୍ଛା ରାସ୍ତାରେ ଏହି ପରିବର୍ତ୍ତନ ଗୁଡ଼ିକୁ ଆସିବାକୁ ଦିଅନ୍ତି ନାହିଁ ।”\nଏହି ଅବସରରେ ହିମାଲୟ ଡ୍ରଗ କମ୍ପାନୀ, ଉପଭୋକ୍ତା ଉତ୍ପାଦ ବିଭାଗ, ଫେସୱାସର ବ୍ରାଣ୍ଡ ପରିଚାଳକ କିର୍ତ୍ତୀକା ଦାମୋଧରନ କହିଛନ୍ତି, “ଦେଶର ଏକ ଅଗ୍ରଣୀ ଫେସୱାସ ବ୍ରାଣ୍ଡ ଭାବେ ଆମେ କିଶୋରୀ ମାନଙ୍କୁ ସବୁବେଳେ ‘ବ୍ରଣ ରହିତ, ସୁସ୍ଥ ତ୍ୱଚା’ ଯୋଗାଇ ଦେବାର ଲକ୍ଷ୍ୟ ରଖିଛୁ । କିଶୋରୀ ମାନଙ୍କ ପାଇଁ ଏହା ଏକ କଠିନ ସମୟ ରହିଥାଏ ଯେତେବେଳେ ସେମାନଙ୍କ ଶରୀର କେତେକ ବିଶେଷ ପରିବର୍ତ୍ତନ ମଧ୍ୟ ଦେଇ ଗତି କରିଥାଏ ଏମିତିକି ଏହି ସବୁ ପରିବର୍ତ୍ତନ ବହୁତ ଦଃୁଖଦାୟକ ହୋଇଥାଏ । ଏହା ବ୍ୟତୀତ ଶାରିରୀକ ଗଠନ ଅନୁଯାୟୀ ନକାରତ୍ମକ ପ୍ରତିକ୍ରିୟା କିଶୋରୀ ମାନଙ୍କ ମନୋବଳ ଏବଂ ଆତ୍ମ ବିଶ୍ୱାସକୁ ପ୍ରଭାବିତ କରିପାରେ । ‘ମାଇଁ ଫାର୍ଷ୍ଟ ପିମ୍ପଲ’ ଅଭିଯାନ ଏଭଳି ଏକ ମଞ୍ଚ ଯେଉଁଠାରେ କିଶୋରୀ ମାନଙ୍କୁ ବ୍ରଣ ସମ୍ବନ୍ଧିତ ସମସ୍ୟା ଗଡ଼ିକ ସମେତ ସେମାନଙ୍କ ଠାରେ ଦେଖା ଯାଉଥିବା ମନୋବଳର ଅଭାବ ବିଷୟରେ ସଚେତନ କରାଇଥାଏ ଏବଂ ସେମାନଙ୍କୁ ନିଶ୍ଚିତ କରାଇଥାଏ ଯେ ବ୍ରଣ ଗୁଡ଼ିକ ସେମାନଙ୍କ ଗଠନାତ୍ମକ ସମୟର ଏକ ଅଂଶ ମାତ୍ର ଏବଂ ଏହାକୁ ବାଦ ଦେଇ ଜୀବନରେ ଅନେକ ପରୀକ୍ଷା ରହିଛି ଯାହା ଉପରେ ସେମାନେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ।”\n


Share It

Comments are closed.