ଗଣେଷ ବିସର୍ଜନ ବେଳେ ଡଙ୍ଗାବୁଡି ୧୧ ମୃତ


ଭୋପାଲର ଛୋଟା ତାଲାବସ୍ଥିତ ଖଟଲାପୁରା ଘାଟରେ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏହି ଘଟଣାରେ ଗଣେଷ ବିସର୍ଜନ ବେଳେ ଡଙ୍ଗାବୁଡି ୧୧ ଜଣଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମତାବକ, ଡଙ୍ଗାରେ ୧୮ ଜଣ ଲୋକ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଘଟଣାସ୍ଥଳେ ମୃତ୍ୟୁ ଘଟିଛି ଏବଂ ବାକି ୭ ଜଣଙ୍କୁ ସରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ ଏସଡିଆରଏଫ ଟିମ ଏବଂ ପୋଲିସକୁ ମତୟନ କରାଯାଇଥିବାବେଳେ ସମସ୍ତ ମୃତକଙ୍କୁ ୪ ଲକ୍ଷ ଟଙ୍କାର ସହାୟତ ରାଶି ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।ପ୍ରତ୍ୟେକଦର୍ଶୀଙ୍କ ମୁତାବକ, ଦୁଇଟି ଡଙ୍ଗାରେ ୨୨ରୁ୨୩ ଲୋକ ସବାର ଥିବାବେଳେ ସମସ୍ତେ ୨୭-୨୮ ବର୍ଷ ମଧ୍ୟରେ ଥିଲେ ବୋଲି ଜଣାପଡିଛି ।


Share It

Comments are closed.