ଶୀତ ଦିନେ ଡ୍ରାଏ ସ୍କିନରୁ ମୁକ୍ତି ପାଇବାର ଉପାୟ


ଶୀତ ଦିନ ଆରମ୍ଭ ହେବା କ୍ଷଣି ତ୍ୱଚାରେ ବିଭିନ୍ନ ପ୍ରକାରରର ସମସ୍ୟା ଦେଖା ଦେଇଥାଏ । ଏହି ସମୟରେ ଲୋକେ ଡ୍ରାଏ ସ୍କିନ୍ (ଶୁଖିଲା ତ୍ୱଚା), ଓଠ ଫାଟିବା, ସ୍କିନ୍ ଆଲର୍ଜି ଭଳି ଅନେକ ସମସ୍ୟା ଭୋଗିଥାନ୍ତି । ଏଭଳି ସମସ୍ୟାରୁ ମୁକ୍ତି ପାଇବା ଲାଗି ଆମେ ଅନେକ ପ୍ରକାରର ଉପଚାର କରିଥାଉ । ଅନେକ ଲୋକ ଶୁଷ୍କ ତ୍ୱଚା ଓ ଓଠ ପାଇଁ ଘରୋଇ ଉପଚାର କରିବା ସହ କ୍ରିମ୍ ଓ ମଶ୍ଚରାଇଜରର ବ୍ୟବହାର ମଧ୍ୟ କରିଥାନ୍ତି । ଏଭଳି କିଛି ଉପାୟ ସମ୍ପର୍କରେ ଆସନ୍ତୁ ଜାଣିବା ଯାହା ଆପଣଙ୍କୁ ଡ୍ରାଏ ସ୍କିନ୍ରୁ ମୁକ୍ତି ଦେଇପାରିବ ।
– ଘରେ କିମ୍ବା ଅଫିସ୍ରେ କାମ କରିବା ସମୟରେ , ଗୋଡ ଓ ଓଠ ସବୁଠାରୁ ଅଧିକ ଶୁଷ୍କ ରହିଥାଏ । ତେଣୁ ଏଭଳି ସ୍ଥିତିରେ ଦିନବ୍ୟାପୀ ଆମକୁ ଅଧିକ ମଶ୍ଚରାଇଜର୍ର ଆବଶ୍ୟକ ପଡିଥାଏ । ତେଣୁ ବ୍ୟାଗ୍ କିମ୍ବା ଡେସ୍କରେ ସବୁବେଳେ କ୍ରିମ୍ କିମ୍ବା ଲିପ୍ବାମ ରଖନ୍ତୁ; ଯାହାଫଳରେ ଆପଣ କାମ କରିବା ସମୟରେ ଏହାର ଉପଯୋଗ କରିପାରିବେ ।
– ରାତିରେ ଶୋଇବା ସମୟରେ ମଧ୍ୟ ତ୍ୱଚାକୁ ମଶ୍ଚରାଇଜ୍ କରିପାରିବେ । ଏଥିପାଇଁ ଆପଣ ରୁମ୍ରେ ହ୍ୟୁମିଡିଫାୟର ରଖିପାରିବେ । ଏହା ତ୍ୱଚା, କେଶ ଓ ନଖ ଆଦିକୁ ମଶ୍ଚରାଇଜ୍ କରିବାରେ ସହଯୋଗ କରିଥାଲ ।
– ଶୀତ ଦିନରେ ଆମକୁ କମ୍ ଶୋଷ ଲାଗିଥାଏ । ତେଣୁ ଆମେ ପାଣି ମଧ୍ୟ କମ୍ ପିଇଥାଉ । କିନ୍ତୁ ଶୀତ ଦିନେ ଆମକୁ ଯଥେଷ୍ଟ ଅଧିକ ପାଣି ପିଇବାର ଆବଶ୍ୟକତା ରହିଛି । ଭଲ ସ୍ୱାସ୍ଥ୍ୟ ଓ ସୁନ୍ଦର ତ୍ୱଚା ପାଇଁ ପାଣି ଅତ୍ୟନ୍ତ ଜରୁରୀ । ଶୀତ ଋଚ୍ଛୁରେ ଆପଣଙ୍କୁ ନିଜ ଆହାର ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ । ଆହାରରେ ଅଲିଭ୍ ଅଏଲ୍, ସାଲ୍ମନ୍ ଓ ବାଦାମ ଆଦିକୁ ସାମିଲ କରନ୍ତୁ ।
– ଶୀତ ଦିନେ ମଧ୍ୟ ସନ୍ସ୍କ୍ରିନ୍ ଲଗାଇବା ଜାରି ରଖନ୍ତୁ । ସୂର୍ଯ୍ୟର ଅତିବାଇଗଣି ରଶ୍ମି ତ୍ୱଚାକୁ କ୍ଷତି ପହଂଚାଇଥାଏ । ତେଣୁ ବାହାରକୁ ଯିବା ସମରେ ପ୍ରଥମେ ସନ୍ସ୍କ୍ରିନ୍ ନିଶ୍ଚିତ ଲଗାନ୍ତୁ । ଅଧିକ ସମୟ ପର୍ଯ୍ୟନ୍ତ ବାହାରେ ରହୁଥିଲେ ମଝିରେ ମଝିରେ ସନ୍ସ୍କ୍ରିନ୍ ଲଗାନ୍ତୁ ।


Share It

Comments are closed.