ଡାଇପର ପିନ୍ଧା ବୟସରେ ଧୂଆଁଧାର ବ୍ୟାଟିଙ୍ଗ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କଲା ଏହି କୁନି ପିଲା, ଭିଡିଓ ଭାଇରାଲ


‘ଜଙ୍ଗଲ ଜଙ୍ଗଲ ପତା ଚଲା ହେ, ଚଡି ପେହନକର ଫୁଲ ଖିଲା ହେ’ ଜଙ୍ଗଲ ବୁକ କାର୍ଟୁନର ଏହି ଗୀତଟି ସମସ୍ତଙ୍କ ପସନ୍ଦଯୋଗ୍ୟ ଅଟେ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ପିଲା ପର୍ଯ୍ୟନ୍ତ ସମସ୍ତେ ଏହି ଗୀତର ଦିୱାନା ଅଟନ୍ତି । ଏହି ଗୀତଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓଟି ପାଇଁ ଖୁବ ଉପଯୁକ୍ତ ଅଟେ ।
ଆମେ ଏହା କହିବାର କାରଣ ଏହା ଯେ, ଏହି ଭିଡିଓରେ ଏକ କୁନି ପିଲା ଚଡି ପିନ୍ଧି କିପରି ଗୋଟିଏ ପରେ ଗୋଟେ ବଲରେ ଖୁବ ସୁନ୍ଦର ସଟ ଖେଳି ଚାଲିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । କେବଳ ଏତିକି ନୁହେଁ ଏହି ଭିଡିଓକୁ ଦେଖି ଇଂଲଣ୍ଡର ପୂର୍ବତ୍ତନ କ୍ରିକେଟନ ମାଇକେଲ ୱାନ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ସେ ଏହି ଭିଡିଓକୁ ନିଜ ଟ୍ୱିଟରେ ସେୟାର କରିବା ସହ ଏହି ଭିଡିଓ ଦେଖି ଅନେକ ୟୁଜର୍ସ ଉକ୍ତ କୁନି ପିଲାକୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା ମଧ୍ୟ କରିଛନ୍ତି ।

ପ୍ରକାଶ ଥାଉକି, ଏହି ଭିଡିଓଟିରେ ଏକ କୁନି ପିଲାଟି ଘର ଭିତରେ ରହି ବ୍ୟାଟିଙ୍ଗ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ ସେ ପ୍ରତ୍ୟେକ ବଲରେ ଅତି ସୁନ୍ଦର ସଟ ଖେଳୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓଟି କେଉଁଠିକାର ତାହା ସ୍ପଷ୍ଟ ହୋଇନଥିବାବେଳେ ଅନ୍ୟପଟେ ଏହା ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ମଧ୍ୟ ଲାଗିଛି ।


Share It

Comments are closed.