ସନ୍ତାନ ଜନ୍ମ କରିବାର ଅଧଘଣ୍ଟା ପରେ ବୋର୍ଡ ପରୀକ୍ଷା ଦେଲେ ମହିଳା


ଏହି ମହିଳା ଜଣକ ଇଥୋପିଆର ଅଟନ୍ତି । ତାଙ୍କ ନାମ ‘ଆଲମଜ ଡେରେସି’ ଥିବାବେଳେ, ତାଙ୍କର ବୟସ ୨୧ ବର୍ଷ ଅଟେ । ଏହି ମହିଳାଙ୍କୁ ନେଇ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି । ଆପଣ ଜାଣନ୍ତି କାହିଁକି ?
କାରଣ ଏହା ଯେ, ସନ୍ତାନ ଜନ୍ମ କରିବାର ଅଧ ଘଣ୍ଟା ପରେ ସେ ଉକ୍ତ ମଡିକାଲରେ ହିଁ ବୋର୍ଡ ପରୀକ୍ଷା ଦେଇଥିଲେ । ମହିଳା ଜଣକ ଭାବିଥିଲେ ସେ ପରୀକ୍ଷା ପୂର୍ବରୁ ତାଙ୍କ ସନ୍ତାନ ଜନ୍ମ ହେବ ବୋଲି । କିନ୍ତୁ ରମଜାନ କାରଣରୁ ତାଙ୍କୁ ପରୀକ୍ଷା ଘୁଞ୍ଚି ଯାଇଥିଲା ।
ଗତ ସୋମବାର ଦିନ ତାଙ୍କର ବୋର୍ଡ ପରୀକ୍ଷା ଥିଲା ଏବଂ ପରୀକ୍ଷାର ଠିକ ପୂର୍ବରୁ ହିଁ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଯାହା ଦ୍ୱାରା ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେଇଯିବା ଦ୍ୱାରା ଡାକ୍ତର ତାଙ୍କୁ ଡେଲିଭରି କରିବା ପାଇଁ କହିଥିଲା ।

የመቱዋ ወጣት በወለደች በ1 ሰአት ልዩነት ውስጥ የ10ኛ ክፍል ብሄራዊ ፈተና ተፈተነች****************በኦሮሚያ ክልል መቱ ከተማ በአብዲ ቦሩ የፈተና ማእከል የ10ኛ ክፍል...

Ethiopian Broadcasting Corporation ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಸೋಮವಾರ, ಜೂನ್ 10, 2019

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା ଯେ, ଡେଲିଭରି ଦିନ ହିଁ ତାଙ୍କର ବୋର୍ଡ ପରୀକ୍ଷ ଥିଲା । କିନ୍ତୁ ମହିଳା ଜଣକ ବୋର୍ଡ ପରୀକ୍ଷାକୁ ହାତ ଛଡା ନକରି ଖୁବ ଧର୍ଯ୍ୟ ଏବଂ ସାହସର ସହିତ ବୋର୍ଡ ପରୀକ୍ଷା ଦେଇଥିଲେ । ସେ କେବଳ ଗୋଟିଏ ପରୀକ୍ଷା ଦେଇନଥିଲେ ଏକା ସାଙ୍ଗରେ ଗଣିତ, ଇଂରାଜି ଏବଂ ମାତୃଭାଷା ଆମହାରିକ ଭଳି ତିନୋଟି ପେପରର ପରୀକ୍ଷା ହସ୍ପିଟାଲରେ ଦେଇଥିଲେ ।
ଖାସ କରି ତାଙ୍କର ଏହି ଅବସ୍ଥାକୁ ଦେଖି ବୋର୍ଡ କତ୍ତୃପକ୍ଷଙ୍କ ପକ୍ଷରୁ ସହଜ ଡିଜାଇନରେ ପରୀକ୍ଷା ଖାତା ପ୍ରସ୍ତୁତ ହୋଇଥିଲା, ଯେପରି ତାଙ୍କୁ ଲେଖିବାରେ କୌଣସି ଅସୁବିଧା ନପୁଜିବ ।


Share It

Comments are closed.