୮ ମହଲାରୁ ଦୁଇ ପୋଷା କୁକୁରକୁ ଫିଙ୍ଗି ଗିରଫ ହେଲେ ଇରାକି ନାଗରିକ


ଗୁରଗାଓଁ ପୋଲିସ ଗତ ମଙ୍ଗଳବାର ଜଣେ ଇରାକି ନାଗରିକଙ୍କୁ ନିଜର ଦୁଇ ପୋଷା କୁକୁରକୁ ସେ ରହୁଥିବା ଆପାର୍ଟମେଣ୍ଟର ଅଷ୍ଟମ ମହଲାରୁ ଫିଙ୍ଗି ମାରିବା ଅଭିଯୋଗରେ ଗିରଫ କରିଛି । ଦିଲ୍ଲୀର ଏକ ସ୍ୱେଚ୍ଛାସେବୀ ସଂଗଠନ ଉମିଦ ଫର ଆନିମଲ ଫାଉଂଡେସନ ପକ୍ଷରୁ ଏ ନେଇ ପୋଲିସରେ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣଙ୍କ ଇରାକି ବାସିନ୍ଦା ୩୧ ବର୍ଷୀୟ ସୈଫ ଅସର ଅବଦୁଲ ହୁସେନ । ସେ ଗୁରଗାଓଁର ଏକ ଭବ୍ୟ ଆପାର୍ଟମେଣ୍ଟ ଏମେର୍ଲାଡ଼ ଇଷ୍ଟେଟରେ ଅନେକ ଦିନ ହେବ ରହି ଆସୁଛନ୍ତି ।

ଅଭୁଯୁକ୍ତ ଜଣଙ୍କ ଚିକିତ୍ସା ପାଇଁ ଆସୁଥିବା ବିଦେଶୀ ମାନଙ୍କର ଆଟେଣ୍ଡାଂଟ କାମ କରନ୍ତି । ଗୁରଗାଓଁ ପୋଲିସ ଦ୍ୱାରା ଏହି ଗିରଫଦାରୀ ସିସିଟିଭି ଭିଡିଓ ଆଧାରରେ କରା ଯାଇଥିଲା ।


Share It

Comments are closed.