ବିଶ୍ୱକପରେ ଭାରତର ପ୍ରଦର୍ଶନକୁ ନେଇ ଭବିଷ୍ୟବାଣୀ କଲେ ‘ଅଶ୍ୱନୀ’


ବର୍ତ୍ତମାନ ଭାରତୀୟ ଦଳରୁ ବାହାରେ ଥିବା ଅଫ ସ୍ପିନର ‘ରବିଚନ୍ଦ୍ର ଅଶ୍ୱନୀ’ ବିଶ୍ୱକପରେ ବିରାଟ ବାହିନୀର ପ୍ରଦର୍ଶନକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଯେ, “୨୦୦୩ ଏବଂ ୨୦୦୭ରେ ଅଷ୍ଟ୍ରେଲିଆ ଯେପରି ଅନ୍ୟ ଦଳମାନଙ୍କ ଉପରେ ଚାପ ପକାଉଥିଲା ଠିକ ସେହିଭଳି ଚଳିତ ବିଶ୍ୱକପରେ ମଧ୍ୟ ଭାରତ ଅନ୍ୟ ଦଳ ମାନଙ୍କ ଉପରେ ଚାପ ପକାଇବ ।” ଭାରତ ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପ୍ରଭାବଶାଳୀ ପ୍ରଦର୍ଶନ ଦେଖାଇ ପାରିଛି ।
ଅଶ୍ୱନୀ ଏକ କ୍ରିକେଟ ଫାଉଣ୍ଡେସନର ଶୁଭାରମ୍ଭ ଅବସରରେ କହିଛନ୍ତି ଯେ, “୨୦୦୩ ଏବଂ ୨୦୦୭ରେ ଅଷ୍ଟ୍ରେଲିଆ ଯେପରି ଅନ୍ୟ ଦଳମାନଙ୍କ ଉପରେ ଚାପ ପକାଉଥିଲା ଠିକ ସେହିଭଳି ଚଳିତ ବିଶ୍ୱକପରେ ମଧ୍ୟ ଭାରତ ଅନ୍ୟ ଦଳ ମାନଙ୍କ ଉପରେ ଚାପ ପକାଇବ ।” କେବଳ ଏତିକି ନୁହେଁ ତାମିଲନାଡୁର ଏହି ଖେଳାଳୀ ଜଣକ ଆହୁରୀ ମଧ୍ୟ କହିଛନ୍ତି ଯେ, “କୁଲଦୀପ ଯାଦବ ଏବଂ ୟୁଜବିନ୍ଦ୍ର ଚହଲ ଭଳି ଦସ୍ୱବ ସଫଳ ଯୋଡି ଚଳିତ ବିଶ୍ୱକପରେ ଖୁବ ଭଲ ପ୍ରଦର୍ଶନ ଦେଖାଉଛନ୍ତି । ”
ଅଶ୍ୱନୀ କହିଛନ୍ତି ଯେ, “ଚହଲ ଏବଂ କୁଲଦୀପ ଗତ କିଛି ଦିନ ହେବ ଭଲ ପ୍ରଦର୍ଶନ କରୁଛନ୍ତି । କେବଳ ଏତିକି ନୁହେଁ ଚହଳ ବିଶ୍ୱକପରେ ମଧ୍ୟ ନିଜର ଭଲ ପ୍ରଦର୍ଶନ ଦେଖାଇଛନ୍ତି । ଆଜିକାଲି ଅଫ ସ୍ପିନର ମାନଙ୍କୁ ଶେଷ ଏକାଦଶରେ ସ୍ଥାନ ମିଳୁନଥିବାବେଳେ ଏହା ଖୁବ ଶୀଘ୍ର ପରିବର୍ତ୍ତନ ହେବ ।”


Share It

Comments are closed.