ହାୟର ପକ୍ଷରୁ ଚଳିତ ପାର୍ବଣ ଋତୁରେ ଆକର୍ଷଣୀୟ ଅଫରର ଶୁଭାରମ୍ଭ


ଭୁବନେଶ୍ୱର : ଘରୋଇ ଉପକରଣ ଏବଂ ଗ୍ରାହକ ବୈଦ୍ୟୁତିକ ଓ ବିଶ୍ୱର ଅଗ୍ରଣୀ ଉପକରଣଭିତ୍ତିକ କମ୍ପାନୀ ହାୟର ପକ୍ଷରୁ ଚଳିତ ପାର୍ବଣ ଋତୁକୁ ଅଧିକ ଖୁସି କରିବା ପାଇଁ ଏହାର ବିଭିନ୍ନ ଉତ୍ପାଦ ଉପରେ ଆକର୍ଷଣୀୟ କ୍ୟାସ ବ୍ୟାକ ଅଫର ସହ ଅଧିକ ଛାଡ କରିବାର ଘୋଷଣା କରିଛି । ବାଜାଜ ଫିନସର୍ଭେ, ଏଚଡିବିଏଫଏସ, ଏଚଡିଏଫସି, ଆଇଡିଏଫସି ଫାର୍ଟ, କୋଟାକ ଏବଂ ଆକ୍ସିସ ବ୍ୟାଙ୍କ ସହ ସହବନ୍ଧିତା ଦ୍ୱାରା ବ୍ରାଣ୍ଡ ପକ୍ଷରୁ ବ୍ୟୟସାପେକ୍ଷ ମୂଲ୍ୟରେ ଏମଆଇ ସ୍କିମ ପ୍ରସ୍ତୁତ କରାଯାଉଛି, ଯାହାକି ଗ୍ରାହକଙ୍କୁ ଚଳିତ ପାର୍ବଣ ରୂତୁରେ ଅଧିକ ଖୁସି ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବ । ଗ୍ରାହକଙ୍କ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ହାୟର ନିଜ ଉତ୍ପାଦ ଟିଭି, ଫ୍ରିଜ, ୱାସିଙ୍ଗ ମେସିନ, ଏୟାର କଣ୍ଡିସନର, ଡିପ ଫ୍ରିଜର, ମାଇକ୍ରୋୱେଭ ଓଭାନ ଉପରେ ଆକର୍ଷଣୀୟ ସ୍କିମର ପ୍ରସ୍ତୁତ କରୁଛି । ପାର୍ବଣ ଋତୁର ଖୁସି ବଢାଇବା ପାଇଁ କମ୍ପାନୀ ବିଭିନ୍ନ ବ୍ୟାଙ୍କ ସହ ସହବନ୍ଧିତା କରିଛି, ଯାହାଫଳରେ ଗ୍ରାହକଙ୍କୁ ଖୁବ ସହଜରେ ଅଫର ମିଳିପାରିବ ।

ଭାରତରେ ଗ୍ରାହକଙ୍କୁ ଏସବିଆଇ କ୍ରେଡିଟ କାର୍ଡ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ, ଏଚଡିବିଏଫଏସ ଏବଂ ଆଇଡିଏଫଏସ ଫାର୍ଟ ବ୍ୟାଙ୍କ ସିଡି ଲୋନ ଉପରେ ୧୫ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ ଅଫରର ସୁବିଧା ମିଳିବ । ସେହିଭଳି ବାଜାଜ ଫିନସର୍ଭେ ଗ୍ରାହକଙ୍କ ପାଇଁ ମଧ୍ୟ ହାୟର, ଟ.୨୦୧୯ର ବ୍ୟୟସାପେକ୍ଷ ମୂଲ୍ୟର ଇଏମଆଇ ମଧ୍ୟ ପ୍ରଦାନ କରୁଛି । ଏହି ଅବସରରେ ହାୟର ଆପଲିଆନ୍ସ ଇଣ୍ଡିଆର ସେଲସ ଏବଂ ମାର୍କେଟିଙ୍ଗର ବିରିଷ୍ଠ ଉପାଧ୍ୟକ୍ଷ ଶ୍ରୀ ଏନ.ଏସ ସତିଶ କହିଛନ୍ତି ଯେ, “ଏହି ପାର୍ବଣ ଋତୁ ହାୟର ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ଅଟେ କାରଣ ଏହା ଗ୍ରାହକଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ଉତ୍ପାଦ ଏବଂ ଆକର୍ଷଣୀୟ ଅଫରର ଅନୁଭବ ପ୍ରଦାନ କରିଥାଏ । ଏହି ପାର୍ବଣ ଋତୁ ଦ୍ୱାରା ହାୟର, ଗ୍ରାହକଙ୍କ ନୂତନ ଉତ୍ପାଦ ସହ ତାଙ୍କ ଜୀବନଶୈଳୀ ଏବଂ ଲିଭିଙ୍ଗ ସ୍ପେଶକୁ ଆହୁରୀ ଅଧିକ ସୁନ୍ଦର ବନାଇଥାଏ । ଏହି ଅଫର ଦ୍ୱାରା ହାୟର, ନିଜ ଗ୍ରାହକଙ୍କ ପାଇଁ ପାର୍ବଣ ଋତୁର ଉତ୍ସାହ ବଢାଇବା ଏବଂ ଆତ୍ୟାଧୁନିକ ଉତ୍ପାଦ ପ୍ରସ୍ତୁତ କରି ‘ଇନସ୍ପାୟର୍ଡ ଲିଭିଙ୍ଗ’ର ଉଦେଶ୍ୟ ପୂରଣ କରିବ । ”ଏହି ପାର୍ବଣ ଋତୁର ଅଫର ସାରା ଭାରତରେ ଥିବା ହାୟର ସ୍ୱତନ୍ତ୍ର ଷ୍ଟୋର, ବଛାବଛା ମଲ୍ଟି ବ୍ରାଣ୍ଟ ଷ୍ଟୋର ଏବଂ ଅଗ୍ରଣୀ ଇଲେକଟ୍ରୋନିକ୍ସ ଷ୍ଟୋର ମାନଙ୍କରେ ୩ ନଭେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ରହିବ ।


Share It

Comments are closed.