ମାନହାନୀ ମାମଲାରେ କୋର୍ଟରେ ହାଜିର ହେଲେ ରାହୁଲ


ଗତ କିଛି ଦିନ ହେବ ବିଦେଶ ଗସ୍ତରେ ଥିବା ରାହୁଲ ଆଜି ଏକ ମାନହାନୀ ମାମଲାରେ ସୁରଟରେ ଉପସ୍ଥିତ ହୋଇଛନ୍ତି । ରାହୁଲଙ୍କ ବିରୋଧରେ ଲାଗିଥିବା ମାନହାନୀ ମାମଲା ପାଇଁ ସେ କୋର୍ଟରେ ହାଜିର ହୋଇଥିବାବେଳେ ସେ ସେଠାରେ ପହଞ୍ଚି ନିଜ ବିରୋଧୀଙ୍କୁ କଟାକ୍ଷ କରି ଏକ ଟ୍ୱିଟ ମଧ୍ୟ କରିଛନ୍ତି । ରାହୁଲ, ନିଜ ବିରୋଧୀଙ୍କୁ ସମାଲୋଚନା କରି ଟ୍ୱିଟରେ ଲେଖିଛନ୍ତି ଯେ, “ବିରୋଧୀମାନେ ମୋ ବିରୋଧରେ ମାନହାନୀ ମୋକଦ୍ଦମା କରିଛନ୍ତି, ଯେଉଁଥିପାଇଁ ମୋତେ ହାଜିର ହେବା ପାଇଁ ସୁରଟ ଆସିବାକୁ ପଡିଛି । ମୋ ବିରୋଧୀ ମୋତେ ଚୁପ କରିବା ପାଇଁ ଲାଗି ପଡିଛନ୍ତି । କିନ୍ତୁ ସତ୍ୟର ବିଜୟ ହେବ ।” ପ୍ରକାଶ ଥାଉକି, ଚଳିତ ଲୋକସଭା ନିର୍ବାଚନରେ ରାହୁଲ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ସେ କହିଥିଲେ ଯେ, “ସବୁ ଚୋରଙ୍କର ଶେଷ ନାମ ମୋଦି କାହିଁକି ଅଟେ ? । ”

ରାହଲଙ୍କ ଏହି ମନ୍ତବ୍ୟ ପରେ ବିଜେପି ବିଧାୟକ ପୂର୍ଣ୍ଣେଷ ମୋଦି ତାଙ୍କ ବିରୋଧରେ ଆଇଆରପିସି ଧାରା ୪୯୯/୫୦୦ ଅଧିନରେ ଏକ ମାମଲା ରୁଜୁ କରିଥିଲେ । ଏହା ପରେ ମାଜିଷ୍ଟ୍ରେଟ ଏଚ. କାଫଡିଆ ମେ’ରେ ରାହୁଲଙ୍କୁ ଏହି ବିବାଦୀୟ ମନ୍ତବ୍ୟ ପାଇଁ ଏକ ସମନ ଜାରି କରିଥିଲେ । ଏହାକୁ ନେଇ ଗୁଜୁରାଟ କଂଗ୍ରେସ ପୂର୍ବତ୍ତନ ଅଧ୍ୟକ୍ଷ ଅର୍ଜୁନ ମେୱାଡିଆ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ଯେ, ରାହୁଲ ଅକ୍ଟୋବର ୧୦ରେ ସୁରଟ ଏବଂ ୧୧ରେ ଅହମ୍ମଦାବାଦ କୋର୍ଟରେ ହାଜର ହେବେ ।


Share It

Comments are closed.